Home ଜିଲ୍ଲା ପରିକ୍ରମା ପୁଣି ଧାମନଗରକୁ ଫେରିଲା କରୋନା:୨ ଦିନରେ ୬ ଆକ୍ରାନ୍ତ ଚିହ୍ନଟ

ପୁଣି ଧାମନଗରକୁ ଫେରିଲା କରୋନା:୨ ଦିନରେ ୬ ଆକ୍ରାନ୍ତ ଚିହ୍ନଟ

18
Coronavirus virus outbreak and coronaviruses influenza background as dangerous flu strain cases as a pandemic medical health risk concept with disease cells as a 3D render

ଭଦ୍ରକ, ୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘ କିଛି ମାସ ପରେ ଏବେ ପୁଣି ଧାମନଗର ଅଂଚଳରୁ କରୋନା ସଂକ୍ରମଣ ଚିହ୍ନଟ ହେବାରେ ଲାଗିଛି । ଗତକାଲି ଧାମନଗରରୁ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୩ଜଣ ଚିହ୍ନଟ ହୋଇଛନ୍ତି । ଗତକାଲି ଧାମନଗରରେ ୧୧୦ ଜଣଙ୍କ ପରୀକ୍ଷାରୁ ୨ଜଣ ଧାମନଗର କୃଷି ବିଭାଗର କର୍ମଚାରୀ ଥିବା ବେଳେ ଜଣେ ନଦୀଗାଁ ପଂଚାୟତରୁ ଚିହ୍ନଟ ହୋଇଥିବା ବ୍ଲକ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ନଦୀଗାଁର ଆକ୍ରାନ୍ତ ଝାଡଖଣ୍ଡରୁ ଫେରିଥିବା କୁହାଯାଇଛି । ସେହିପରି ଆଜି ୧୦୬ ଜଣଙ୍କ ପରୀକ୍ଷାରୁ ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ତିନିଜଣ ଧାମନଗର ଏନଏସି ଅଂଚଳର ଓ ସମସ୍ତ ଲୋକାଲ କେଶ ବୋଲି ସୂଚନା ମିଳିଛି । ତେବେ ଦୀର୍ଘ ମାସ ପରେ ପୁଣି ଧାମନଗର ଅଂଚଳରୁ ଲଗାତର ଦୁଇ ଦିନରେ ୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ କରୋନାକୁ ମାତ ଦେବା ପାଇଁ ସାମାଜିକ ଦୂରତା, ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା ଆଦି ପ୍ରଶାସନ ସଚେତନ କରୁଥିବା ବେଳେ ଧାମନଗର ଅଂଚଳରେ ତାହା ପାଳନ ହେଉନଥିବା ଦେଖାଦେଇଛି । ହାଟ ହେଉ କି ଦୋକାନ କି ସଭା ସମିତିରେ ଲୋକଙ୍କ ଗହଳି ଲାଗି ରହୁଛି । କରୋନାର ଦ୍ୱିତୀୟ ଲହରି ଆରମ୍ଭ ହୋଇଯାଇଥିବାରୁ ଯେଉଁ ଅମାନିଆ ମାନେ କୋଭିଡ ଗାଇଡ ଲାଇନ ପାଳନ କରୁନାହାନ୍ତି ସେମାନଙ୍କ ଉପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୃଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.