Home ଜିଲ୍ଲା ପରିକ୍ରମା ସୀମାନ୍ତରେ ସହିଦ ହୋଇଥିବା ଯବାନ ମାନଙ୍କୁ ମାଲକାନଗିରି ଠାରେ ଶ୍ରଦ୍ଧାଜଂଳୀ ଦିଆଗଲା

ସୀମାନ୍ତରେ ସହିଦ ହୋଇଥିବା ଯବାନ ମାନଙ୍କୁ ମାଲକାନଗିରି ଠାରେ ଶ୍ରଦ୍ଧାଜଂଳୀ ଦିଆଗଲା

51

ମାଲକାନଗିରି,୬ା୪(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ବିଜାପୁର ଠାରେ ମାଓବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ୨୨ଜଣ ଯବାନ ଙ୍କୁ ଟିମ ଉଇକ୍ୟାନ ସଂସ୍ଥା ପକ୍ଷରୁ ଶ୍ରଦ୍ଧାଜଂଳୀ ଜ୍ଞାପନ କରାଯାଇଛି ।ସ୍ଥାନୀୟ ସୁବାସ ବୋଷ ଛକଠାରେ ସୋମବାର ରାତ୍ରରେ ଟିମ ଉଇକ୍ୟାନ ସଂସ୍ଥାପକ୍ଷରୁ ଏକ ଶାନ୍ତିପୂଣ୍ଣ ର୍ କ୍ୟାଣ୍ଡଲ ସୋଭାଯୋତ୍ରା କରା ଯିବାପରେ ସହିଦ ଯବାନ ମାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ୍ରଜ୍ୱଳନ କରାଯାଇ ଦୁଇମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଆୟୋଜିତ ଏହି ଶ୍ରଦ୍ଧାଜଂଲୀ ସଭାରେ ମୁଖ୍ୟଅତିଥି ଭାବେ ମାଲକାନଗିରି ଆଦର୍ଶ ଥାନାର ଆଇଆଇସି ରାମପ୍ରସାଦ ନାଗ ଯୋଗଦେଇ ସହିଦ ଯବାନଙ୍କ ଫଟୋ ନିକଟରେ କ୍ୟାଣ୍ଡେଲ ଜାଳି ମାଲ୍ୟାର୍ପଣ କରି ଶ୍ରଦ୍ଧାଜଂଳୀ ଜଣାଇ ଅମରଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ । ଏହି ଶୋକସଭାରେ ଟିମଉଇକ୍ୟାନ ସଂସ୍ଥାର ସଭ୍ୟ ସଭ୍ୟା ସହରବାସୀ ବୁଦ୍ଧିଜୀବୀ ଓ ପୁଲିସ କର୍ମଚାରୀ ମାନେ ଉପସ୍ଥିତ ରହି ସହିଦ ଯବାନଙ୍କ ଉଦେଶ୍ୟରେ ସ୍ମୃତିରାରଣ କରିଛନ୍ତି । ଅନୁରୁପ ଭାବେ ମାଲକାନଗିରି ଜିଲ୍ଲା ଆନ୍ତର୍ଜାତୀୟ ମାନବାଧିକାର ସଂସ୍ଥା ପ କ୍ଷରୁ ସହିଦ ଯବାନଙ୍କ ଉଦେଶ୍ୟରେ ଶ୍ରଦ୍ଧାଜଂଳୀ ସଭା ଅନୁଷ୍ଟିତ ହୋଇ ଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.