Home ଜିଲ୍ଲା ପରିକ୍ରମା ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ମଧୁବାବୁଙ୍କ ତ୍ୟାଗପୂର୍ତ ଅବଦାନ ଅତୁଳନୀୟ, ମଧୁବାବୁଙ୍କୁ ଭାରତରତ୍ନ ଉପାଧୀ ପାଇଁ...

ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ମଧୁବାବୁଙ୍କ ତ୍ୟାଗପୂର୍ତ ଅବଦାନ ଅତୁଳନୀୟ, ମଧୁବାବୁଙ୍କୁ ଭାରତରତ୍ନ ଉପାଧୀ ପାଇଁ ଦାବି

8

ଭଦ୍ରକ, ୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଆ ଜାତିର କିପରି ଉତୋରତର ଉନ୍ନତି ହୋଇପାରିବ ଏବଂ ଓଡିଆ ଭାଷା ବଂଚି ରହିବା ସେଥିପାଇଁ ମଧୁବାବୁଙ୍କ ଉଦ୍ୟମ ଜାରି ରଖିଥିଲେ । ଭାଷାଭିତିକ ରାଜ୍ୟ ଓ ସ୍ୱତନ୍ତ୍ର ଓଡିଶା ଗଠନ କରିବା ପାଇଁ ତାଙ୍କର ଅବଦାନ ଅତୁଳନୀୟ ଥିଲା । ଏଥିସହ ଓଡିଶାର ଦଳିତ ଓ ଅବହେଳିତ ଲୋକଙ୍କ ଉନ୍ନତି ପାଇଁ ମଧୁବାବୁ ଓଡିଶାରେ ଶିଳ୍ପ ସ୍ଥାପନର ମୂଳଦୁଆ ପକାଇଥିଲେ । ଓଡିଆ ଜାତିର ମାନ ରଖିବା ପାଇଁ ତାଙ୍କର ତ୍ୟାଗପୂର୍ତ ଜୀବନ ବିତାଇଥିଲେ ବୋଲି ଆଜି ଧାମନଗର ଠାରେ ମଧୁବାବୁ ସ୍ମୃତି ପରିଷଦ ଗଠନ ଉଦଘାଟନୀ ସଭାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଧାମନଗରସ୍ଥିକ କଲ୍ୟାଣ ମଣ୍ଡପ ଠାରେ ମଧୁବାବୁ ସ୍ମୃତି ପରିଷଦର ଉଦଘାଟନୀ ଉତ୍ସବ ସଭାରେ ଆଇନଜିବୀ ଅମରେନ୍ଦ୍ର ମହାନ୍ତିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ବିଷ୍ଣୁ ସେଠୀ, ମୁଖ୍ୟବକ୍ତା ସ୍ତମ୍ଭକାର ଅଭୟ ଦ୍ୱିବେଦୀ, ବରଣ୍ୟ ବକ୍ତା ପ୍ରବଚକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସମ୍ମାନିତ ଅତିଥି ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନାୟକ ଓ ଆଇନଜିବୀ ପବନ ଶର୍ମା ପ୍ରମୁଖ ଯୋଗଦେଇଥିଲେ । ଆଜିର ଯୁବପିଢୀ ମଧୁବାବୁଙ୍କ ଜୀବନ ଆଦର୍ଶକୁ ଅନୁସରଣ କରି ପାରିଲେ ଓଡିଆ ଜାତି ଓ ଭାଷାର ଉନ୍ନତି ସାଧିତ ହୋଇପାରିବ । ମଧୁବାବୁଙ୍କ ସମାଜ ଓ ଦେଶ ପାଇଁ ଥିବା ଅତୁଳନୀୟ ଅବଦାନ ଆଜି ବି ଏ ଜାତି ଚିହ୍ନି ପାରିଲାନାହିଁ । ଯଦି ତାଙ୍କୁ ଭାରରରତ୍ନ ଉପାଧି ମିଳିପାରିବ ତେବେ ତାଙ୍କ ପାଇଁ ଏହା ହେବ ଉଚିତ ସମ୍ମାନ । ତେବେ ନୂଆକରି ଧାମନଗର ଠାରେ ଜନ୍ମ ନେଇଥିବା ଏହି ସ୍ମୃତି ପରିଷଦ ମଧୁବାବୁଙ୍କୁ ଭାରତରତ୍ନ ଉପାଧୀ ପାଇଁ ପ୍ରଚେଷ୍ଟା ଆରମ୍ଭ କରୁ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ୱାଧୀନତା ସଂଗ୍ରାମୀ ବ୍ରଜକିଶୋର ରାଉତ, କାନ୍ତ ସାହିତ୍ୟ ପରିଷଦ ସଂପାଦକ ଶଚୀକାନ୍ତ ପଣ୍ଡା, ସାହିତ୍ୟିକ ରବୀନ୍ଦ୍ର ବେହୁରିଆ, ଶିଶୁ ସାହିତ୍ୟିକ କାହ୍ନୁଚରଣ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ମଧୁବାବୁଙ୍କ ଜୀବନ ଆଦର୍ଶନ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଆଇନଜିବୀ ଦେବାଶିଷ ସାମଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ରଣଜିତ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସ୍ମୃତି ପରିଷଦର ସଂପାଦକ ପ୍ରଶାନ୍ତ କୁମାର ବିଶ୍ୱାଳ ବିବରଣୀ ପାଠ କରିଥିବା ବେଳେ ଅରୁଣ ପ୍ରକାଶ ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଚିତ୍ରଶିଳ୍ପୀ କ୍ରୀତିକ୍ରିଷ୍ଣା ପଣ୍ଡା, କୃତୀ ଛାତ୍ର ସୁମନ ଶୁଭ୍ରଚନ୍ଦନ ସେଠୀ ଓ ଆଇନଜିବୀ ମାୟାଧର ବାରିକଙ୍କୁ ସ୍ମୃତି ପରିଷଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.