Home ଜିଲ୍ଲା ପରିକ୍ରମା ରାଜ୍ୟସ୍ତରୀୟ ମହାବୀରକପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ; ଫାଇନାଲରେ ବାସୁଦେବପୁର ଉତ୍କଳିକା

ରାଜ୍ୟସ୍ତରୀୟ ମହାବୀରକପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ; ଫାଇନାଲରେ ବାସୁଦେବପୁର ଉତ୍କଳିକା

27

ଭଦ୍ରକ, ୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ନେରଡା ପଞ୍ଚାୟତ ଅନ୍ତର୍ଗତ ଯଶୋଟିକିରି କ୍ରିକେଟ ପଡିଆରେ ୨୪ତମ ରାଜ୍ୟସ୍ତରୀୟ ମହାବୀର କପ କ୍ରିକେଟ ମେଗା ଟୁର୍ଣ୍ଣାମେଣ୍ଟର ଗୁରୁବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ବାସୁଦେବପୁର ଉତ୍କଳିକା ଓ ଭୁବନେଶ୍ୱର ଟାଉନ କ୍ଲବ ମଧ୍ୟରେ ମୁକାବିଲା ହୋଇଥିଲା । ଇଲେଭେନ ଷ୍ଟାର ବାସୁଦେପୁର ଉତ୍କଳିକା ଟସ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧରିତ୨୫ ଓଭରରେ ୯ ଉଇକେଟ ହରାଇ ୨୨୮ ରନ ସ୍କୋର କରିଥିଲା । ଦଳର ବ୍ୟାଟ୍ସମ୍ୟାନ ଦିବ୍ୟଜ୍ୟୋତି ପଣ୍ଡା ୩୫ ବଲରୁ ୫୮ ରନ, ଅଲେଖ ବେହେରା ୩୨ ବଲରୁ ୫୨ ରନ ଓ ସୁଭମ ରାଉତ ୧୬ ବଲ ରେ ୩୮ ରନ ସ୍କୋର କରିଥିଲେ । ପ୍ରତିପକ୍ଷର ବୋଲର ସୁମନ ମହାରଣା ୩ ଓଭର ବୋଲିଂ କରି ୧୮ ବିନିମୟରେ ୪ ଉଇକେଟ ଓ ଶୁଭକା୍‌ତ ଧଳ ୫ ଓଭର ବୋଲିଂ କରି ୪୦ରନ ଦେଇ ୪ ଉଇକେଟ ହାସଲ କରିଥିଲେ । ଜବାବରେ ଭୁବନେଶ୍ୱର ଟାଉନ କ୍ଲବ ଦଳ ୨୪.୧ ଓଭରରେ ସମସ୍ତ ଉଇକେଟ ହରାଇ ୨୧୪ ରନ କରି ପରାଜିତ ହୋଇଥିଲା । ଦଳର ବ୍ୟାଟ୍ସମ୍ୟାନ ବିଶାଳ କର ୩୬ ବଲରେ ୬୫ ରନ ଓ ଶୁଭ ସଙ୍କେତ ୩୧ ବଲ ରେ ୩୨ ରନ ସ୍କୋର କରିଥିଲେ । ପ୍ରତିପକ୍ଷର ବୋଲର ଉପେନ୍ଦ୍ର ନାୟକ ୩ ଓଭର ବୋଲିଂ କରି ୨୫ ରନ ବିନିମୟରେ ୩ ଉଇକେଟ ହାସଲ କରିଥିଲେ । ମାନସ ମୁଦୁଲି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଆଜିର ମ୍ୟାଚକୁ ଅମ୍ପାୟାର କାଳନ୍ଦୀ ପଣ୍ଡା ଓ ଦୁର୍ଗାପ୍ରସାଦ ପଟ୍ଟନାୟକ ପରିଚାଳନା କରିଥିଲେ । ଦିଲ୍ଲିପ ପୃଷ୍ଟି ଓ ପ୍ରତ୍ୟୁଷ ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ । ମାନସ ନନ୍ଦ, ଦେବାଶିଷ ରଥ ଓ ସୌମ୍ୟ ବର୍ଦ୍ଧନ ସ୍କୋରର ଦାଇତ୍ୱ ତୁଲାଇଥିଲେ । ଶୁକ୍ରବାର ଯାଜପୁର ଇଲେଭେନଷ୍ଟାର ସହ କଟକ ଜୁଭେନାଇଲ କ୍ଲବର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.