Home ଜିଲ୍ଲା ପରିକ୍ରମା ଓଡ଼ିଶା ସେଫ୍ ଆସୋସିଏସନ୍ ଗଠିତ

ଓଡ଼ିଶା ସେଫ୍ ଆସୋସିଏସନ୍ ଗଠିତ

34

ଭଦ୍ରକ, ୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟର ପ୍ରଥମ ତଥା ଏକମାତ୍ର ରୋଷେୟା ସଂଘ ବା ସେଫ୍ ଆସୋସିଏସନ୍‌ର ଶୁଭାରମ୍ଭ ହୋଇଛି । ଭଦ୍ରକ ଜିଲା ଧାମନଗରରେ ଏହାର ମୂଳଦୁଆ ପଡିବା ସହ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଛି । ଆମେରିକା, ଲଣ୍ଡନ, ବାହାରିନ ଓ ୟୁଏଇ ଭଳି ଦେଶରେ ସେଫ୍ ଭାବେ କାର୍ଯ୍ୟ କରିଥିବା ସୀତାରାମ ନାୟକ, ଅଭିଷେକ ପାଣିଗ୍ରାହୀ ଓ ମଳୟ ବେହେରାଙ୍କ ଉଦ୍ୟମରେ ଓଡ଼ିଶା ଆସୋସିଏସନ୍ ଫର୍ ସେଫ୍ ସୋସାଇଟିଜ୍ ଗଠିତ ହୋଇଛି । ଏହାସହ ଧାମନଗର ଫିଡର ସ୍କୁଲ ପଡିଆରେ ଭବ୍ୟ କାର୍ଯ୍ୟକ୍ରମରେ ସଂଘର ଲୋଗୋ, ସେଫ୍ କୋଟ୍ ଉନ୍ମୋଚନ କରାଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗୃହିଣୀଙ୍କ ପାକଶାଳା ନାଁରେ ଖାଦ୍ୟ ମେଳା ଆୟୋଜିତ ହୋଇଥିଲା । ବାସୁଦେବପୁର ତହସିଲଦାର ସୌମଶ୍ୟ ମିଶ୍ର ଓ ଧାମନଗରର ବରିଷ୍ଠ ସାମ୍ବାଦିକ ବୀରେନ୍ଦ୍ର ଜେନା ଏହାକୁ ଫିତା କାଟି ଉଦ୍‌ଘାଟନ କରିଥିଲେ । ଏହାପରେ ସଂଘ ପକ୍ଷରୁ ଭଦ୍ରକ ଚିରାଗ ହସ୍‌ପିଟାଲ ସହଯୋଗରେ ରକ୍ତଦାନ ଶିବିର କରାଯାଇଥିଲା । ଏଥିରେ ୩୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ସନ୍ଧ୍ୟାରେ ପ୍ରବଚକ ସଂଗ୍ରାମ ଆଚାର୍ଯ୍ୟ, ଭଦ୍ରକ ସହକାରୀ ଅଧିକ୍ଷକ ଯତୀନ୍ଦ୍ର ନାଥ ପଣ୍ଡା, ଫିଲ୍ମ ଅଭିନେତା ଅଶ୍ରୁମୋଚନ ମହାନ୍ତି, ଧାମନଗର ତହସିଲଦାର ରାଧାକାନ୍ତ ବାରିକ, ଧାମନଗର ବ୍ଲକ୍ ଅଧ୍ୟକ୍ଷ ଅଶୋକ ନାୟକ ଓ ଧାମନଗର ଥାନା ଅଧିକାରୀ ରତିକାନ୍ତ ଗିରି ଯୋଗଦେଇ ସଂଗଠନର ଲୋଗୋ ଓ ସେଫ୍ କୋଟ୍ ଉନ୍ମୋଚନ କରିଥିଲେ । ଓଡ଼ିଶାର ପାରମ୍ପରିକ ଖାଦ୍ୟକୁ ବିଶ୍ୱସ୍ତରରେ ପହଞ୍ଚାଇବା ସହ ଓଡ଼ିଆ ଖାଦ୍ୟ ମେନ୍ୟୁକୁ ସାରା ବିଶ୍ୱରେ ପରିଚିତ କରାଇବାରେ ଓଡ଼ିଶା ଆସୋସିଏସନ୍ ଫର୍ ସେଫ୍ ସୋସାଇଟିଜ୍ ସହାୟକ ହେବ ବୋଲି ସହକାରୀ ଏସ୍‌ପି ଯତୀନ୍ଦ୍ରନାଥ ପଣ୍ଡା ଆଶାବ୍ୟକ୍ତ କରିଛନ୍ତି । ସେହିପରି ଖାଦ୍ୟ ମାଧ୍ୟମରେ ସାରା ବିଶ୍ୱରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ହୋଇପାରିବ ବୋଲି ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ମତ ରଖିଥିଲେ । ଶେଷରେ ଗୃହିଣୀଙ୍କ ପାକଶାଳା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବିଜୟୀ ହୋଇଥିବା ପ୍ରତିଯୋଗୀଙ୍କୁ ଅତିଥିମାନେ ପୁସର୍କୃତ କରିଥିଲେ । ଏହାପରେ ସଂଘ ପକ୍ଷରୁ କରୋନା ଯୋଦ୍ଧା ଭାବେ ସାମ୍ବାଦିକ, ସମାଜସେବୀ, ସ୍ୱାସ୍ଥ୍ୟକର୍ମୀ, ଥାନା ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.