Home ଜିଲ୍ଲା ପରିକ୍ରମା ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ୱାମୀର ବିଷପିଇ ଆତ୍ମହତ୍ୟା,ସ୍ତ୍ରୀ ଥାନାରେ ଅଟକ

ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ୱାମୀର ବିଷପିଇ ଆତ୍ମହତ୍ୟା,ସ୍ତ୍ରୀ ଥାନାରେ ଅଟକ

377

ମାଲକାନଗିରି,୨୭ା୧୨ (ଓଡିଆ ପୁଅ) ସ୍ୱାମୀ ସ୍ତ୍ରୀର ପବିତ୍ର ସଂପର୍କ ମଧ୍ୟରେ ସନ୍ଦେହ  ସୃଷ୍ଟି ହେଲ ପରିଣତି ଭୟାବହ ହୋଇଥାଏ, ସ୍ବାମୀ ସ୍ତ୍ରୀ ମଧ୍ୟରେ ସବୁଦିନ ପାଇଁ ଫାଟ ସୃଷ୍ଠି ହୋଇ ଯାଇଥାଏ । ସେହି ଫାଟ ହିଁ ମରଣ ମୁହଁକୁ ଟାଣି ନେଇଥାଏ । ଏମିତି ଏକ ଘଟଣା ଘଟିଛି ମାଲକାନଗିରି ଥାନାସ୍ଥ ଏମଭି୯ ଗ୍ରାମରେ , ସେହିଗ୍ରାମର ଅଶ୍ୱିନୀ ହାଲଦାର ଙ୍କ ସ୍ତ୍ରୀ ଅନିତା ଗତ ୨୧ତାରିଖରେ ନିଖୋଜ ହୋଇ ଯାଇଥିଲେ । ଏ ସଂପର୍କରେ ଅଶ୍ୱିନୀ ଥାନାରେ ଏତଲା ଦେବାପରେ ମାଲକାନଗିରି ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଖୋଜା ଚଳାଇ  ଅନିତାଙ୍କ ଫୋନକୁ ଟ୍ରାକକରି ପୁଲିସଜାଣିପାରିଲେ ସେ ଅନ୍ୟଜଣେ ପୁରଷ ସହିତ କଲିକତାରେ ରହିଛି, ତାଙ୍କ ସହିତ ଫୋନରେ ଯୋଗା ଯୋଗକରି ତାଙ୍କୁ ମାଲକାନଗିରି କୁ ପୁଲିସ ଫେରାଇ ଆଣିଥିଲେ । ଆଜି ସକାଳେ ଅନିତା ଘରକୁ ଫେରିବା ପରେ ତୁ କାହିଁକି ଅନ୍ୟପରୁଷ ସହିତ ପଳାଇଥିଲୁ କହି ତାଙ୍କ ଚରିତ୍ର ପ୍ରତି ସନ୍ଦେହ କରିବାରୁ ଅନିତା ଆଉ ଅଶ୍ୱିନୀ ଙ୍କ ଘରକୁ ଯିବାପାଇଁ ରାଜି ହୋଇ ନଥିଲେ । ସେ ଯାହା ହୋଇଛି ଭୁଲିଯାଅ ଘରକୁ ଚାଲ ପିଲା ମାନେ ଅପେକ୍ଷା କରିଛନ୍ତି ଅଶ୍ୱିନୀ କହିବାରୁ  ନା ତୁମେ କାହିଁକି ମୋ ଚରିତ୍ରକୁ ସନ୍ଦେହକଲ ତୁମ ପାଖରେ ମୁ ଆଉ ରହିବି ନାହିଁ କହିବାରୁ ତୁମେ ଯଦି ମୋ ନିକଟରେ ରହିବ ନାହିଁ ତାହେଲେ ମୁ ବିଷପିଇ ଆତ୍ମ ହତ୍ୟାକରିଦେବି ବୋଲି ଅଶ୍ୱିନୀ ତାଙ୍କ ସ୍ତ୍ରୀଙ୍କୁ କହିଥିଲେ । ତୁମେ ବିଷପିଇ ମରିଗଲେ ମୋର କିଛି ଫରକ ପଡିବ ନାହିଁ ମୁ ତୁମ ଘରକୁ ଆଉିଯିବି ନାହିଁ କହି ଅନ୍ୟଜଣେ ପୁରଷ ସହିତ ସେ ପଳାଇଥିଲେ । ଏହା ଦେଖି ଅଶ୍ୱିନୀ ନିଜର ମାନଶିକ ଭାରସାମ୍ୟ ହରାଇ ଓ ଲୋକଲଜ୍ୟା ସହି ନପାରି ଘରେ ଥିବା ବିଷପିଇ ଦେଇଥିଲେ । ଅଶ୍ୱିନୀ ବିଷପିଇ ଦେବା ଦେଖି ତାଙ୍କ ପରିବାର ଲୋକେ ମାଲକାନଗିରି ହସପିଟାଲକୁ ଚିକିତ୍ସା ନିମନ୍ତେ ନେଇ ଯାଇଥିଲେ । ହସପିଟାଲ ରେ ପହଁଚିବା ପରେ ଅଶ୍ୱିନୀଙ୍କର ମୃତ୍ୟୁ ହୋଇ ଯାଇଥିଲା । ଅଶ୍ୱିନୀଙ୍କ ମୃତ୍ୟୁ ପାଇଁ ତାଙ୍କ ସ୍ତ୍ରୀ ଅନିତା ହିଁ ଦାୟୀ କରି ଅଶ୍ୱିନୀଙ୍କ ବାପା ମାଲକାନଗିରି ଥାନାରେ ଏକ ଏତଲା ଦେବାପରେ ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗଙ୍କ ନିର୍ଦ୍ଦେଶ କ୍ରମେ ସବଇନିସପେକ୍ଟର ରୁଦ୍ରମାଧବ ମୁଦୁଲି ପୁଲିସ ସଦଳବଳ ହସପିଟାଲରେ ପହଁଚି ଅଶ୍ୱିନୀଙ୍କ ମୃତ ଶରୀର ଜବତ କରି ଶବବ୍ୟବଛେଦ ପାଇଁ ପଠାଇ ତଦନ୍ତ  ଆରମ୍ଭ କରିଦେଇଥିଲେ  । ଏତଲା ପରେ  ମାଲକାନଗିରି ଥାନା କେସ ନମ୍ବର ୩୫୪/୧୯ , ୩୦୬ ଦଫାରେ ଅଶ୍ୱିନୀଙ୍କ ପତ୍ନୀ ଅନିତାକୁ ଥାନାରେ ଅଟକ ରଖି ପଚରା ଉଚରା ଜାରିରଖି ଏହି ଘଟଣାର ପୁଲିସ ତଦନ୍ତ ଚଳାଇଛନ୍ତି । ସୁଚନା ଯୋଗ୍ୟ ଯେ ଅଶ୍ୱିନୀ ଗତ ୧୪ବର୍ଷତଳେ ଅନିତାଙ୍କୁ ବିବାହ କରିଥିଲେ ।ତାଙ୍କର ପୁଅ ଓ ଝିଅ ଟିଏ ଅଛି । ଗତ କିଛି ବର୍ଷହେଲା ଅଶ୍ୱିନୀ ବାହରକୁ କାମକରିବାକୁ ପଳାଇ ଗଲାପରେ ତାଙ୍କ ସ୍ତ୍ରୀ ଅନ୍ୟଜଣେ ପୁରଷ ସହିତ ସଂପର୍କରଖୁଥିବାର ଅଶ୍ୱିନୀ ଜାଣିପାରି ସବୁବେଳେ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ଲାଗିଥାଏ । ଲୋକ ଲଜ୍ୟରେ ଅଶ୍ୱିନୀ ନିଜ ସ୍ତ୍ରୀର ଭୁଲକୁ ଗୁରୁତ୍ୱ ନଦେଇ ସେ ସୁଧିରିଯିବାପାଇଁ ତାଙ୍କୁ ପରାମର୍ଶ ଦେଇଥାନ୍ତି ବୋଲି ଗ୍ରାମବାସୀ ମାନେ କହିଛନ୍ତି । ଆଜି ଗ୍ରାମବାସୀଙ୍କ ଆଗରେ ଅଶ୍ୱିନୀଙ୍କୁ ଛାଡି ଅନ୍ୟଜଣଙ୍କ ସାଥିରେ ତାଙ୍କ ପତ୍ନୀ ପଳାଇଥିବାରୁ ଲୋକଲଜ୍ୟାସହି ନପାରି ଅଶ୍ୱିନୀ ଆତ୍ମହତ୍ୟାକରିଥିବାର ଜଣାପଡିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.