Home ଜିଲ୍ଲା ପରିକ୍ରମା ଧାରା୨୪୪ପଚଂମ ଅନୁସୂଚି କାର୍ଯ୍ୟକାରୀ ଓ ଅଧିକାର ଦାବିନେଇ ଆଦିବାସୀ ଙ୍କ ଆନ୍ଦୋଳନ

ଧାରା୨୪୪ପଚଂମ ଅନୁସୂଚି କାର୍ଯ୍ୟକାରୀ ଓ ଅଧିକାର ଦାବିନେଇ ଆଦିବାସୀ ଙ୍କ ଆନ୍ଦୋଳନ

210

ମାଲକାନଗିରି,୨୭ା୧୨ (ଓଡିଆ ପୁଅ  ) ଧାରା୨୪୪ ପଚଂମ ଅନୁସୂଚି କାର୍ଯ୍ୟକାରି,ଧାନମଣ୍ଡି ସମସ୍ୟା,ସ୍ଥାନୀୟ ନିଯୁକ୍ତି ଓ ଅଧିକାର ଦାବିନେଇ ରାଜରାସ୍ତାକୁ ଓହ୍ଲାଇ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି ଆଦିବାସୀ ମାନେ । ଜିଲ୍ଲାଆଦିବାସୀ ସମାଜ ମହାସଂଘ,କୃଷକ ସଂଘ,ଅଣକର୍ମଚାରୀ ସଂଘ ଓ ଛାତ୍ର ସଂଘଠନ ପକ୍ଷରୁ ଆଜି ମାଲକାନଗିରି ବସଷ୍ଠାଣ୍ଡ ଠାରୁ ହଜାର ହଜାର ସଂଖ୍ୟାରେ ଆଦିବାସୀ ମହିଳା,ପୁରୁଷ,ଛାତ୍ର ଛାତ୍ରୀ,କୃଷକ ମାନେ  ବିଭିନ୍ନ ଦାବିନେଇ ହାତରେ ପ୍ଲାକାର୍ଡ ଧରି ସହରପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମାଲକାନଗିରି ଜିଲ୍ଲାପ୍ରତିଷ୍ଠା ଆଜକୁ ୨୭ବର୍ଷ ପୁରିଯାଇଥିଲେ ମଧ୍ୟ ଏଠାକାର ସ୍ଥାନୀୟ ଆଦିବାସୀ ମାନେ ଏବେ ବି ସରକାରୀ ସୁବିଧାରୁ ବଚିଂତ ହୋଇରହିଛନ୍ତି । ଏହି ଜିଲ୍ଲାରେ ଧାରା୨୪୪(ପଚଂମ ଅନୁସୂଚି) କାର୍ଯ୍ୟକାରି କରିବାସହ ପେସା ଆଇନ ଲାଗୁକରାଯାଉ,ଏହି ଜିଲ୍ଲାରେ ସମସ୍ତ ସୁବିଧା ସୁଯୋଗ କିଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ,ସରକାରି ଅଧିକାରୀ ମାନେ ଆଦିବାସୀ ମାନଙ୍କ ଠାରୁ ଛଡାଇ ନେଉଛନ୍ତି,ତୁରନ୍ତ ପେସା ଆଇନ ଲାଗୁକରାଯାଉ,ସ୍ଥାନୀୟ ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ଅଗ୍ରାଧିକାର ଭିତିରେ ନିଯୁକ୍ତି ଦିଆ ଯାଉ,ସରକାରି ନିୟମ ଗାଇଡଲାଇନ ଅନୁସାରେ ଧାନମଣ୍ଡିରେ ଚାଷୀମାନଙ୍କ ଠାରୁ ଧାନକ୍ରୟ କରା ନ ଯାଇ ଦଲାଲ,ବେପାରି ମାନଙ୍କୁ ଅଧିକାରୀ ମାନେ ପ୍ରୋତ୍ସାହନ ଦେଉଛନ୍ତି ।ତୁରନ୍ତ ମଣ୍ଡୁଗୁଡିକରେ ଦଲାଲ ମୁକ୍ତ କରି ଚାଷୀମାନଙ୍କ ଠାରୁ ଧାନକ୍ରୟ କରାଯାଉ ଇତ୍ୟାଦି ଦାବିନେଇ ଜିଲ୍ଲାପାଳ ଙ୍କ ଜରିଆରେ ରାଜ୍ୟପାଳ,ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଆନ୍ଦୋଳନ କାରୀ ମାନେ  ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଏହି ସୋଭା ଯାତ୍ରା ଓ ଆନ୍ଦୋଳନରେ ଜିଲ୍ଲାଆଦିବାସୀ ସମାଜ ମହାସଂଘର ସଭାପତି ଘନଶ୍ୟାମ ମାଡକାମି,ପୁର୍ବତନ ବିଧାୟକ ତଥା ଜିଲ୍ଲାସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ,ଯୁବଆଦିବାସୀ ନେତା ଇର୍ମାପଡିଆମି,ଦୁରୁଆ ଆଦିବାସୀ ସମାଜ ସଭାପତି ମଙ୍ଗଳା ଦୁରୁଆ,ଆଦିବାସୀ ନେତା ଧନୁର୍ଯ୍ୟ ମାଡକାମି ଙ୍କ ନେତୃତ୍ୱରେ ହଜାର ହଜାର ସଂଖ୍ୟାରେ ବିଭିନ୍ନ ଆଦିବାସୀ ସଂପ୍ରଦାୟର ମହିଳା,ପୁରୁଷ,ନେତା, କୃଷକ,ଯୁବକ  ଯୁବତୀ ମାନେ  ଆନୋଦଳନ ରେ ଭାଗନେଇ ସେମାନଙ୍କ ଅଧିକାର ଓ ହକ ଦାବି କରିଥିଲେ । ଏକା ସଙ୍ଗେ ହଜାର ହଜାର ସଂଖ୍ୟାରେ ଆଦିବାସୀଙ୍କ ମେଳିଦେଖି ପୁଲିସ ପ୍ରଶାସନ ପକ୍ଷରୁ ମାଲକାନଗିରି ସହରରେ କଡାପୁଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.