Home ଜିଲ୍ଲା ପରିକ୍ରମା ବାଗୁରାଇ ଇନଡୋର ସ୍ପୋର୍ଟସ କମ୍ପେ୍ଲକ୍ସ ପରିଦର୍ଶନ କଲେ ଜିଲ୍ଲାପାଳ, ଦ୍ରୁତ ନିର୍ମାଣ ପାଇଁ ନିର୍ଦ୍ଦେଶ

ବାଗୁରାଇ ଇନଡୋର ସ୍ପୋର୍ଟସ କମ୍ପେ୍ଲକ୍ସ ପରିଦର୍ଶନ କଲେ ଜିଲ୍ଲାପାଳ, ଦ୍ରୁତ ନିର୍ମାଣ ପାଇଁ ନିର୍ଦ୍ଦେଶ

1

ଭଦ୍ରକ, ୨୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଅନ୍ତର୍ଗତ ବାଗୁରାଇ ଠାରେ ନିର୍ମାଣାଧୀନ ମଲ୍ଟିପର୍ପୋଜ୍ ଇନଡୋର ସ୍ପୋର୍ଟସ କମ୍ପେ୍ଲକ୍ସକୁ ଆଜି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପରିଦର୍ଶନ ସମୟରେ ଜିଲ୍ଲାପାଳ ସ୍ପୋର୍ଟସ କମ୍ପେ୍ଲକ୍ସ ପରିସରର ବିଭିନ୍ନ ଅଂଶ ବୁଲି ଦେଖିଥିଲେ। ଖେଳାଳିମାନଙ୍କ ପାଇଁ ଚେଞ୍ଜିଂ ରୁମ୍‌, ଶୌଚାଳୟ, ପାନୀୟ ଜଳ, ବିଦ୍ୟୁତ୍ ବ୍ୟବସ୍ଥା, ନିଷ୍କାସନ ବ୍ୟବସ୍ଥା ଓ ପାର୍କିଂ ସ୍ଥାନ ଆଦି ବିଷୟରେ ବିଭାଗୀୟ ଅଧିକାରୀମାନଙ୍କ ଠାରୁ ବିସ୍ତୃତ ସୂଚନା ନେଇଥିଲେ। ନିର୍ମାଣ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଗୁଣବତା ସହ ଶେଷ କରିବାକୁ ଜିଲ୍ଲାପାଳ ନିର୍ମାଣକାରୀ ସଂସ୍ଥା ଓ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। କୌଣସି ପ୍ରକାର ନିମ୍ନ ମାନର ସାମଗ୍ରୀ ବ୍ୟବହାର ନ କରିବା, ସମୟ ଅନୁସାରେ କାମ ସାରିବା ଏବଂ ନିୟମିତ ତଦାରଖ କରିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ। ଏହି ଇନଡୋର କମ୍ପେ୍ଲକ୍ସ ନିର୍ମାଣ ସମ୍ପୂର୍ଣ୍ଣ ହେଲେ ବାଗୁରାଇ ସହ ଆଖପାଖ ଅଂଚଳର ଯୁବକ-ଯୁବତୀ ଓ କ୍ରୀଡ଼ାବିତ୍ ମାନେ ବ୍ୟାଡମିଂଟନ୍‌, ଟେବୁଲ୍ ଟେନିସ୍‌, ଜିମ୍‌,କବାଡି ଓ ଅନ୍ୟାନ୍ୟ ଇନଡୋର ଖେଳ ପାଇଁ ଉତମ ସୁବିଧା ପାଇବେ। ଏହା ଦ୍ୱାରା ଗ୍ରାମାଂଚଳରେ କ୍ରୀଡ଼ା ପ୍ରତିଭାର ବିକାଶ ହେବା ସହ ଯୁବପିଢ଼ି କ୍ରୀଡ଼ା ପ୍ରତି ଆକୃଷ୍ଟ ହେବେ ବୋଲି ଜିଲ୍ଲାପାଳ ମତ ପ୍ରକାଶ କରିଥିଲେ। ଏହି ପରିଦର୍ଶନ ସମୟରେ ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଡେପୁଟି କଲେକ୍ଟର ତଥା ଜିଲ୍ଲା କ୍ରୀଡ଼ା ଅଧିକାରୀ ଦେବବ୍ରତ ମହାପାତ୍ର ଏବଂ ଅନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.