Home ଓଡ଼ିଶା ମହିଳା ଓ ତାଙ୍କ ଝିଅକୁ ଗାଁ ରେ ସର୍ବସମ୍ମୁଖରେ ଉଲଗ୍ନ କରି ଆକ୍ରମଣ କଲେ :...

ମହିଳା ଓ ତାଙ୍କ ଝିଅକୁ ଗାଁ ରେ ସର୍ବସମ୍ମୁଖରେ ଉଲଗ୍ନ କରି ଆକ୍ରମଣ କଲେ : ଏତଲା ଦାୟର ପାଇଁ ଦୁଇ ହଜାର ଟଙ୍କା ଦାବି

987

ଟିଟିଲାଗଡ଼ ୨୭-୧୨ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ଥାନା ଅନ୍ତର୍ଗତ ସାନପତ୍ର।ପାଲି ଗ୍ରାମର ଜଣେ ମହିଳା ଓ ତାଙ୍କ ଝିଅକୁ ଉକ୍ତ ଗ୍ରାମରେ ଘରେ ପଶି ଆକ୍ରମଣ କରିବା ନେଇ ଅଭିଯୋଗ କରିବା କୁ ଗତ କାଲି ଶୁକ୍ରବାର ଠାରୁ ଟିଟିଲାଗଡ଼ ଥାନା କୁ ଆସିଥିଲେ ହେଲେ ଓଲଟା ଅଭିଯୁକ୍ତ ଙ୍କ ପରି ତାଙ୍କୁ ଅଟକ ରଖିବା ପରି ଗୁରୁତର ଅଭିଯୋଗ ହୋଇଛି। ପ୍ରକାଶ ଯେ ସାନପତ୍ର। ପାଲି ଗ୍ରାମର ଜଣେ ମହିଳା, (ବ-୪୨) ଗତ କାଲି ତାଙ୍କର ଘରେ ଥିବା ବେଳେ ଉକ୍ତ ଗ୍ରାମ ର ଥବିର ଲୁହା, କୁସରୁ ଲୁହା, କର୍ପୂର ଲୁହାଓ ବିନୋଦ ଲୁହା ଚାରି ଜଣ ମିଳିତ ଭାବେ ଘରେ ପଶି ତାଙ୍କୁ ଆକ୍ରମଣ କରିଥିଲେ ଓ ତାଙ୍କ ଝିଅ ଆସି ଛଡେଇବାରୁ ଉଭୟଙ୍କୁ ଆକ୍ରମଣ କରି ଗୁରୁତର ଆହତ ଅବସ୍ଥାରେ ଉଲଗ୍ନ କରି ଘର ଅଗଣାରେ ପକେଇ ଫେରାର ହୋଇଯାଇଥିଲେ। ଏପରି କି ଏକ ଟାଙ୍ଗିଆ ଓ ଠେଙ୍ଗା ସାହାଯ୍ୟରେ ଘରର ସମସ୍ତ ଅସବାବ ପତ୍ର ଭାଙ୍ଗି ନଷ୍ଟ କରିଦେଇଥିଲେ। ଉକ୍ତ ଅଭିଯୁକ୍ତ ଚାରିଜଣ ଫୁଲବତିଙ୍କ ଉପରେ ରାଗ ରଖିଥିବା ଓ ତାଙ୍କୁ ସପରିବାର ଗାଁ ଛାଡି ଅନ୍ୟତ୍ର ଚାଲିଯିବା ଓ ତାଙ୍କ ଘରକୁ ସେମାନେ ଅକ୍ତିଆର କରିବା ପାଇଁ ବାରମ୍ବାର ଗଣ୍ଡଗୋଳ କରୁଥିବା ନେଇ ପୂର୍ବରୁ ଗତ ତା୧୦/୦୩/୨୦୧୯ ରିଖ ରେ ବଲାଙ୍ଗୀର ଜିଲ୍ଲା ଆରକ୍ଷୀ ଅଧିକାରୀ ଙ୍କ ନିକଟରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ବେଳେ ଏପରି ବାରମ୍ବାର ଗାଳି, ଗୁଲଜ କରୁଥିବା ବେଳେ ଏପରି ଆକ୍ରମଣ କରିବା ଫୁଲବତି ଅଭିଯୋଗ କରିଛନ୍ତି। ଏହି ଆକ୍ରମଣ କରିବା ଓ ଗାଁ ରେ ସର୍ବସମ୍ମୁଖରେ ଉଲଗ୍ନ କରି ଦେଲେ ଲଜ୍ଜା ରେ ଗାଁ ଛାଡି ଚାଲିଯିବେ ବୋଲି ଏପରି କରିଥିବା ଲିଖିତ ଭାବେ ଅଭିଯୋଗ ଟିଟିଲାଗଡ଼ ଥାନା କୁ ଆସି କରିଥିଲେ। ହେଲେ ଟିଟିଲାଗଡ଼ ଥାନା ରେ ଦାଇତ୍ୱ ରେ ଥିବା ମହିଳା ଓ ଶିଶୁ ଡେସ୍କ ଅଧିକାରୀ ରାତି ୧୦ ଟା ରୁ ଆଜି ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ମହିଳା ଓ ତାଙ୍କ ଝିଅକୁ ଅଟକ ରଖିଥିବା ପରି ଗୁରୁତର ଅଭିଯୋଗ ହୋଇଛି। ଉକ୍ତ ଅଭିଯୁକ୍ତ ମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବା ବଦଳରେ ବିନା କାରଣରେ ଏତଲା ଦେବାକୁ ଆସି ଅଭିଯୁକ୍ତ ମାନଙ୍କ ପରି ଭୋକ, ଉପାସରେ ଅଟକ ରଖିଥିବା ଅଭିଯୋଗ କରିଛନ୍ତି। ମହିଳା ଦୁଇ ହଜାର ଟଙ୍କା ଯଦି ଦେବେ ଉକ୍ତ ଚାରି ଜଣଙ୍କୁ ଗିରଫ କରାଯିବ ନଚେତ ଏତଲା ଗ୍ରହଣ କରିବେ ନାହିଁ ବୋଲି ଖୋଲା, ଖୋଲି କହିଥିବା ପରି ଗୁରୁତର ଅଭିଯୋଗ କରିଛନ୍ତି। ସରକାର ଙ୍କ ମୋ ସରକାର ଯୋଜନା ଆରମ୍ଭ କରାଯାଇ ଥିବା ବେଳେ ଏତଲା ଦେବାକୁ ଆସିଥିବା ଜଣେ ଗରିବ ମହିଳା ଙ୍କ ନିକଟରୁ ଏପରି ଟଙ୍କା ଦାବି କରି ଭୋକ, ଉପାସରେ ଦୁଇ ମାଆ, ଝିଅ ଙ୍କୁ ଥାନା ପରିସରରେ ଅଟକ ରଖିବା ନେଇ ବିଭାଗୀୟ ଅଧିକାରୀ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି। ଏ ସମ୍ପର୍କରେ ଉକ୍ତ ମହିଳା ଓ ଶିଶୁ ଡେସ୍କ ଅଧିକାରୀ ଙ୍କୁ ପଚାରିବାରୁ ସେମାନେ ଏତଲା ଲେଖି ସଠିକ ଭାବରେ ଦେଇପାରି ନ ଥିବାରୁ ଅଟକ ରଖିଥିବା ଓ ଆଜି ଛାଡି ଦେଇଥିଲେ ବୋଲି ପ୍ରକାଶ କରିଥିଲେ।ସେହିପରି ଉକ୍ତ ଅଭିଯୁକ୍ତ ଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିବା ସହ ଉକ୍ଚ ମହିଳା ତାଙ୍କୁ ଟଙ୍କା ଯାଚିଥିବା ଫୋନ ରେ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.