Home ଅପରାଧ କାର୍ଯ୍ୟରତ ସାମ୍ବାଦିକଙ୍କୁ ପୋଲିସର ଆକ୍ରମଣ, ବଡ଼ବିଲ ପ୍ରେସ କ୍ଲବ୍ ନିନ୍ଦା

କାର୍ଯ୍ୟରତ ସାମ୍ବାଦିକଙ୍କୁ ପୋଲିସର ଆକ୍ରମଣ, ବଡ଼ବିଲ ପ୍ରେସ କ୍ଲବ୍ ନିନ୍ଦା

310

ବଡ଼ବିଲ ,ତା ୨୨ ଅପ୍ରେଲ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) ପ୍ରତିଷ୍ଠିତ ଦୈନିକ ଖବର କାଗଜର କେନ୍ଦୁଝର ଜିଲ୍ଲା ପ୍ରତିନିଧି ସୁବ୍ରତ ସ୍ୱାଇଁ ତାଙ୍କ ରୋଗାଗ୍ରସ୍ଥ ପୁଅକୁ ପ୍ରଶାସନର ଅନୁମତି ଥିବା କାର ଯୋଗେ ଡାକ୍ତରଖାନା ଅଭିମୁଖେ ଯାଉଥିଲେ । ଡାକ୍ତରଖାନା ଛକରେ ଥିବା କର୍ତବ୍ୟରତ ପୋଲିସ କର୍ମଚାରୀ ଶ୍ରୀସ୍ବାଇଁଙ୍କ ଗାଡି ସହ ଅନୁମତି ପତ୍ର ଯାଞ୍ଚ କରିଥିଲେ । ଅନୁମତି ପତ୍ର ଯାଞ୍ଚ ପରେ ମଧ୍ୟ ପୁଲିସ ଅଧିକାରୀ ଜଣଙ୍କ ଶ୍ରୀସ୍ଵାଇଁଙ୍କୁ ଦୁର୍ବବ୍ୟବହାର କରିବା ସହ ଅସଭ୍ୟ ଭାଷାରେ କି ସାମ୍ବାଦିକ ବୋଲି କହିଥିଲେ । ଏଥିସହ ପୋଲିସ ବାବୁ ଜଣଙ୍କ ଧରିଥିବା ବାଡ଼ିରେ ତାଙ୍କୁ ଆକ୍ରମଣ କରିଛନ୍ତି । ଏନେଇ ଉକ୍ତ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଭିଯୋଗ କରାଯାଇଛି । କରୋନା ସମୟରେ କରୋନା ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବା କାର୍ଯ୍ୟରତ ସାମ୍ବାଦିକଙ୍କୁ ଏଭଳି ବ୍ୟବହାରକୁ ବଡ଼ବିଲ ପ୍ରେସ କ୍ଳବ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ବଡ଼ବିଲ ପ୍ରେସ କ୍ଲବର ସଭାପତି ସୁବୋଧ ଦାସଙ୍କ ସଭାପତିତ୍ବରେ ବଡ଼ବିଲ ପ୍ରେସ କ୍ଲବ whatapp ଗ୍ରୁପରେ ଏହି ଘଟଣାକୁ ନେଇ ସମସ୍ତେ ନିନ୍ଦା କରିଛନ୍ତି । କାର୍ଯ୍ୟରତ ସାମ୍ବାଦିକ ଭାଇଙ୍କୁ ପୋଲିସର ଏହି ଭଳି ବ୍ୟବହାରକୁ ନେଇ ବଡ଼ବିଲ ପ୍ରେସ କ୍ଲବର ସଦସ୍ୟ ସୁବୋଧ ଦାସ, ଦେବକାନ୍ତ ଦାସ, ଚିତ୍ତରଞ୍ଜନ କର, ବଳରାମ ମହାନ୍ତି, ଶାନ୍ତନୁ ଦାଶ, ମଧୁସୂଦନ ସାହୁ, ନିର୍ମଳ ପତି, ଅଶୋକ ମହାନ୍ତ, ବାଦଳ ମହାନ୍ତ, ସୀତାରାମ ଦିକ୍ଷୀତ, ରଘୁନାଥ ସାହୁ ଦୃଢ଼ ନିନ୍ଦା କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.