Home ଜିଲ୍ଲା ପରିକ୍ରମା ସୁନାମଧନ୍ୟ ଉର୍ଦ୍ଦୁ ଗାଳ୍ପିକା ଅଧ୍ୟାପିକା ରୋକେୟା ଜମାଲଙ୍କ ଅଣୁଗଳ୍ପ ସଂକଳନ ‘ଗୌଲ’ର ଉନ୍ମୋଚନ

ସୁନାମଧନ୍ୟ ଉର୍ଦ୍ଦୁ ଗାଳ୍ପିକା ଅଧ୍ୟାପିକା ରୋକେୟା ଜମାଲଙ୍କ ଅଣୁଗଳ୍ପ ସଂକଳନ ‘ଗୌଲ’ର ଉନ୍ମୋଚନ

36

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତର ଦୁଇ ସୁନାମଧନ୍ୟ ବିଶ୍ୱବିଦ୍ୟାଳୟ ମୌଲାନା ଆଜାଦ ଜାତୀୟ ଉର୍ଦ୍ଦୁ ବିଶ୍ୱବିଦ୍ୟାଳୟ ହାଇଦାବାଦ ଏବଂ ଚୌଧୁରୀ ଚରଣ ସିଂହ ମହାବିଦ୍ୟାଳୟ, ମୀରଠ ର ସହଭାଗିତାରେ ଅଧ୍ୟାପିକା ରୋକୈୟା ଜମାଲଙ୍କ ଅଣୁଗଳ୍ପ ସଂକଳନ ମୌଲାନା ଆଜାଦ ଜାତୀୟ ଉର୍ଦ୍ଦୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଐନୁଲ ହସନଙ୍କ ଦ୍ୱାରା ଉନ୍ମୋଚିତ ହୋଇ ଯାଇଛି । ଉପସ୍ଥିତ ସଭାରେ ସମ୍ମାନନୀୟ ଅତିଥି ଭାବେ ଚୌଧୁରୀ ଚରଣ ସିଂହ ବିଶ୍ୱବିଦ୍ୟାଳୟର ଉର୍ଦ୍ଦୁ ବିଭାଗୀୟ ମୁଖ୍ୟ ପ୍ରଫେସର ଅସଲମ୍ ଜମ୍‌ସେଦ୍‌ପୁରୀ, ମୌଲାନା ଆଜା ବିଶ୍ୱବିଦ୍ୟାଳୟର ଉର୍ଦ୍ଦୁ ବିଭାଗୀୟ ମୁଖ୍ୟ ପ୍ରଫେସର ଶମସୁଲ ହୋଦା, ଡିନ୍ ପ୍ରଫେସର ଅଜିଜ ବାନୋ, ପ୍ରଫେସର ମସରରତ୍ ଜାହାଁ, ଉର୍ଦ୍ଦୁ ବିଭାଗର ଅଧ୍ୟାପିକା ଡଃ କହେକଣା ଲତିଫ୍‌, ଆଶିଷ୍ଟାଌକ୍ଷଗ୍ଧ; ପ୍ରଫେସର ଅନୁବାଦ ବିଭାଗ ଡଃ ଜଫର ଗୁଲଜାର୍‌, ସେକ୍ସନ ଅଫିସର, ଅନୁବାଦ ଓ ପ୍ରକାଶନ ବିଭାଗ ଡଃ ଇର୍‌ସାଦ ସୟାନୁଇ ପ୍ରମୁଖ ଉପସ୍ଥିତ ରହି ରୌକେୟା ଜମାଲଙ୍କ ଅଣୁଗଳ୍ପ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ରୋକୈୟା ଜମାଲ ଅଧୁନା ବାଲେଶ୍ୱର ମହିଳା କଲେଜର ଉର୍ଦ୍ଦୁ ଅଧ୍ୟାପିକା ଭାବେ କାର୍ଯ୍ୟରତ ଅଛନ୍ତି ।

ସେ ଭଦ୍ରକର ବରିଷ୍ଠ ଆଇନଜୀବୀ ଶେଖ୍ ଅବୁସୁଫିୟାନ ଓ ସ୍ୱର୍ଗତ ମେହେରୁନ ନିଶାଙ୍କ କନ୍ୟା ଅଟନ୍ତି । ଏହି ପୁସ୍ତକର ଆଲୋଚନା କରି ଅତିଥିମାନେ ଏହା ଉର୍ଦ୍ଦୁ ସାହିତ୍ୟ ପ୍ରତି ଏକ ଅପୂର୍ବ ଉଦାହରଣ ବୋଲି ଉଲ୍ଲେଖ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଡିନ୍ ଷ୍ଟୁଡେଌକ୍ଷଗ୍ଧ; ୱେଲ୍‌ଫେୟାର, ପ୍ରଫେସର ଅଲିମ ଅସରଫ ଜାଏଶୀ, ଡାଇରେକ୍ଟର ଉର୍ଦ୍ଦୁ ଭାଷା ଓ ସାହିତ୍ୟ ପ୍ରଫେସର ନୌଖେଜ ଆଜ୍‌ମୀ, ଡେପୁଟି ଡାଇରେକ୍ଟର ଡଃ ଅହେମ୍ମଦ ଖାନ୍‌, ବିଭାଗୀୟ ମୁଖ୍ୟ ଅନୁବାଦ, ଡଃ ସୈୟଦ ମେହମୁଦ କାଜମି, ଭାଷୋ ଓ ପ୍ରକାଶନ ବିଭାଗୀୟ ମୁଖ୍ୟ ପ୍ରଫେସର ଅସ୍‌ଲମ୍ ପରବେଜ, ହାଇଦ୍ରାବାଦ ବିଶ୍ୱ ବିଦ୍ୟାଳୟର ପ୍ରଫେସର ଡଃ ଅବଦୁଲ ରବ ମନଜର ଓ ଡଃ ମ. କାଶିଫ୍‌, ମାନୁ ଉର୍ଦ୍ଦୁ ବିଭାଗର ଡଃ ବିବି ରଜା ଖାତୁନ, ଡଃ ଅବୁ ଶହୀମ୍ ଖାନ୍‌, ଡଃ ମହମ୍ମଦଅଖତର, ଡଃ ଜାବିର ହମ୍‌ଜା, ଡଃ ବଦର ସୁଲତାନ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ବହୁ ସଂଖ୍ୟାରେ ଉପସ୍ଥିତ ରହିଥିଲେ । ଡଃ ସାଦାବ ଅଲୀମ, ପ୍ରଫେସର ଚୌଧୁରୀ ଚରଣ ସିଂହ ବିଶ୍ୱବିଦ୍ୟାଳୟ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଡଃ ଫିରୋଜ ଆଲାମ, ଆସୋସିଏଟ୍ ପ୍ରଫେସର ଉର୍ଦ୍ଦୁ ବିଭାଗ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.