Home ଜିଲ୍ଲା ପରିକ୍ରମା ଧାମରାରେ ଗଣେଷ ଭଷାଣିରେ ୩ ଡିଜେ ଜବତ,ଲକ୍ଷାଧିକ ଟଙ୍କା ଜରିମାନା

ଧାମରାରେ ଗଣେଷ ଭଷାଣିରେ ୩ ଡିଜେ ଜବତ,ଲକ୍ଷାଧିକ ଟଙ୍କା ଜରିମାନା

33

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲା ଧାମରା ଅଂଚଳରେ କୋକୁଆ ଭୟ । ଗୋଟିଏ ପଟରେ ଲକ୍ଷାଧିକ ଟଙ୍କା ଖର୍ଚ କରି ଗଣେଷ ଭଷାଣି , ଅନ୍ୟ ପକ୍ଷରେ ଏହି ଭଷାଣିକୁ ଜାକଜମକରେ ପାଳନ କରିବା ପାଇଁ ଆଣିଥିବା ଡିଜେ । ଏହି ଡିଜେକୁ ରୋକ ଲଗାଇବା ପାଇଁ ଭଦ୍ରକ ଜିଲ୍ଲପାଳ ସମସ୍ତ ବ୍ଲକ କର୍ତୁପକ୍ଷ ଏବଂ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସମସ୍ତ ଥାନା ଧିକାରୀଙ୍କୁ କୌଣସି ପରିସ୍ଥିତିରେ କୌଣସି ପୂଜା ପାର୍ବଣରେ ଡିଜେ ବାଜି ପାରିବ ନାହିଁ ବୋଲି ତାଗିଦ କରିବା ସହ ଚିଠି ମଧ୍ୟ କରିଥିଲେ । ମାତ୍ର ଆଗରୁ ଥିବା ନିୟମରେ କୋହଳ ହୋଇଛି ଭାବି ସମସ୍ତ ପୂଜା କମିଟି ଭଷାଣି ସମୟରେ ଡିଜେ ମାଲିକଙ୍କୁ ନଗଦ ଟଙ୍କା ଦେଇ ଡିଜେ ଆଣି ଭଷାଣି ଆରମ୍ଭ କରି ଦେଇଥିଲେ । ଏହି ଖବର ପାଇବା ପରେ ଧାମରା ଅଂଚଳର ସମସ୍ତ ଥାନାଧିକାରୀ ଏବଂ ଫାଣ୍ଡି ଅଧିକାରୀ ସମସ୍ତ ଅଂଚଳରେ ଛାନଭିନ ଆରମ୍ଭ କରି ଦେଇଥିଲେ । ଫଳରେ ଏହି ଅତର୍କିତ ଚଢାଉରେ ଏବଂ ପୁଲିସ ଉପସ୍ଥିତିରେ ସମସ୍ତ ପୂଜା କମିଟି ନିଜର ଡିଜେକୁ ବନ୍ଦ କରି ଦେଇଥିଲ । ପରେ ପୁଲିସ ଅପସରି ଯାଇଛି ବୋଲି ଭାବି ପୁନଶ୍ଚ ଡିଜେ ବଜାଇବା ଆରମ୍ଭ କରିଦେଇଥିଲେ । ଗତକାଲି ବିଳମ୍ବିତ ରାତିରେ ବାଂଶଡା ଥାନା ଅର୍ନ୍ତଗତ ଯଶୀପୁର ଠାରେ ଏକ ଡିଜକେୁ ବାଂଶଡା ଥାନାଧିକାରୀ ଜବତ କରିବା ସହ କରଞ୍ଜମାଳ ଫାଣ୍ଡି ଅଧିକାରୀ ୨ଟି ଡିଜେକୁ ଜବତ କରିଥିଲେ । ଆଜି ଭଦ୍ରକ କନିଷ୍ଠ ଏମ ଭି ଆଇ ଆସି ବାଂଶଡା ଥାନାରେ ପହଂଚି ଏହି ୩ଟି କେସରେ ସଂପୃକ୍ତ ପକ୍ଷ ମାନଙ୍କର ୩ଟି ଟ୍ରାକ୍ଟର ଜବତ କରିବା ସହ ଲକ୍ଷଧିକ ଟଙ୍କା ଜୋରି ମାନା ମଧ୍ୟ କରିଥିଲେ । ଏ ବାବଦରେ ବାଂଶଡା ଥାନାଧିକାରୀ ଙ୍କ କହିବାନୁଯାୟୀ ପୁଲିସ ପ୍ରଶାସନ ସଂପୃକ୍ତ ପୂଜା କମିଟିକୁ ଭଦ୍ରକ ଆରକ୍ଷୀ ଅଧୀକ୍ଷକ ଙ୍କ ମତାନୁଯାୟୀ ଆମ୍ଭେ ଡିଜେ ବଜାଇବାକୁ ମନା କରିଥିଲୁ ମାତ୍ର ସଂପୃକ୍ତ ଡିଜେ ମାଲିକ ଏହା ନମାନିବାରୁ ପୁଲିସ ପ୍ରଶାସନ ବାଧ୍ୟ ହୋଇ ସେ ଗୁଡିକୁ ସିଜ କରିବାକୁ ବାଧ୍ୟ ହେଲା । ଏହା ଫଳରେ ଆଗାମୀ ପାର୍ବଣ ସମୟରେ କୌଣସି ଡିଜେ ମାଲିକ ଆଉ ଆଇନକୁ ହାତକୁ ନେବେ ନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.