Home ଜିଲ୍ଲା ପରିକ୍ରମା ବିଳମ୍ବିତ ରାତ୍ରରେ ଘରେ ନିଆଁ ଲଗାଇଲେ ଦୃବୁର୍ତ୍ତ

ବିଳମ୍ବିତ ରାତ୍ରରେ ଘରେ ନିଆଁ ଲଗାଇଲେ ଦୃବୁର୍ତ୍ତ

35

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ତହସିଲ ଅଧିନସ୍ଥ ଆପଣ୍ଡା ଗ୍ରାମରେ ଗତକାଲି ବିଳମ୍ବିତ ରାତ୍ରରେ ଘଟିଛି ଅଘଟଣ । ସମସ୍ତେ ଶୋଇ ସାରିବା ପରେ ଜଣେ ଦୃବୂତ୍ତ ପୂର୍ବ ଆକ୍ରୋଶ ରଖି ଘରେ ନିଆଁ ଲଗାଇ ଦେଇଥିବା ବେଳେ ଏଥିରେ ଏକ ବଖରା ଗୃହ ସମେତ ଗୋଟିଏ ମଟର ସାଇକେଲ,ଧାନପିଟା ମେସିନ,ପାଣି ମଟର ଏବଂ ଘରର ଆସବାବପତ୍ର ଜଳିପୋଡ଼ି ପାଉଁଶ ହୋଇଯାଇଛି । ପୂର୍ବ ଆକ୍ରୋଶ ରଖି ଗ୍ରାମର ଜଣେ ଯୁବକ ଏହି କାଣ୍ଡ ଭିଆଇଥିବା ବନ୍ତ ଥାନାରେ ଅଭିଯୋଗ ହୋଇଛି । ଆଗରପଡ଼ାରୁ ଦମକଳ ଯାଇ ନିଆଁକୁ ଆୟତ୍ତ କରିଥିବା ବେଳେ ବନ୍ତ ଥାନା କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପକ୍ଷରେ ନିଆଁ ଲଗାଇ ଥିବା ଦୃବୂତ ଜଣକ ଘଟଣା ସ୍ଥଳରୁ ଫେରାର୍ ହୋଇଥିବା ବେଳେ କେଉଁ ପରିସ୍ଥିତରେ ଏପରି ଅମାନୁଷିକ କାଣ୍ଡ ଭିଆଇଲା ପୋଲିସ ସେ ନେଇ ଅନୁସନ୍ଧାନ ଜାରୀ ରଖିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.