Home କେନ୍ଦୁଝର ସୁଦାମ ଚରଣ ବାରିକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ସୁଦାମ ଚରଣ ବାରିକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

19

ହାଟଡ଼ିହି, ୨୩ / ୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଶାଲଣିଆଁ ଠାରେ ପଞ୍ଚାୟତ ସ୍ପୋଟିଂ ଆନୁକୁଲ୍ୟରେ ସୁଦାମ ଚରଣ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଦଳ ଅଂଶ ଗ୍ରହଣ କରୁଛନ୍ତି । ଆଜିର ଏହି ଟୁର୍ଣ୍ଣାମେଣ୍ଟକୁ ଅବସରପ୍ରାପ୍ତ ବରିଷ୍ଠଯନ୍ତ୍ରୀ ରତ୍ନାକର ଜେନା ଓ ସ୍ୱର୍ଗତ ସୁଦାମ ଚରଣଙ୍କ ନାତି ସିତାଶୁଂ ଜେନା ଅତିଥି ଭାବେ ଯୋଗଦେଇ ଉଦଘାଯନ କରିଥିଲେ । ଆଜିର ମ୍ୟାଚରେ ଆଭେଞ୍ଜର ଇଲେଭେନ କେନ୍ଦୁଝର ବ୍ଲୁଷ୍ଟାର ପାଣଇକୋଇଲିକୁ ୨ଉଇକେଟରେ ପରାସ୍ତକରି ବିଜୟୀ ହୋଇଛି । ପ୍ରଥମେ ବ୍ଲୁଷ୍ଟାର ପାଣିକୋଇଲି ଟସଜିତି ବ୍ୟାଟିଂ କରି ନିର୍ଦ୍ଧାରୀିତ ୧୫ଓଭରରେ ୯୫ରଦନ ସଂଗ୍ରହ କରିଥିଲା । ତାର ଜବାବରେ ଆଭେଞ୍ଜର ଇଲେଭେନ ୧୪ଓଭରରେ ୮ଉଇକେଟ ହରାଇ ବିଜୟ ପାଇଁ ଆବଶ୍ୟକ ରନ ସଂଗ୍ରହ କରିନେଇଥିଲା । ଅମ୍ପାୟାର ଭାବେ ଚିତ୍ତବିଜୟ ପାଣିଗ୍ରାହୀ ଓ ଜ୍ୟୋତି ରଞ୍ଜନ ଖଣ୍ଡେଇ ଖେଳ ପରିଚାଳନା କରିଥିବାବେଳେ ସ୍କୋରର ନୀଳମଣି ବାରିକ ଓ ଭାଷ୍ୟକାର ଭାବେ ଅବିନାଶ ବେହେରା ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ । ପଞ୍ଚାୟତ ସ୍ପୋଟିଂ ଶାଳଣିଆଁର ସଦସ୍ୟମାନେ ଟୁର୍ଣ୍ଣାମେଣ୍ଟ ପରିଚାଳନା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.