Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାରେ ୪୫ ବର୍ଷରୁ ଉର୍ଦ୍ଦବ୍ୟକ୍ତିଙ୍କୁ କୋଭିଡ ଟିକାକରଣ, ୩୮୭୮୫ଜଣ ନିର୍ଭୟରେ ଟିକାନେଲେ

ମାଲକାନଗିରି ଜିଲ୍ଲାରେ ୪୫ ବର୍ଷରୁ ଉର୍ଦ୍ଦବ୍ୟକ୍ତିଙ୍କୁ କୋଭିଡ ଟିକାକରଣ, ୩୮୭୮୫ଜଣ ନିର୍ଭୟରେ ଟିକାନେଲେ

28

ମାଲକାନଗିରି,୬ା୪ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ୪୫ବର୍ଷରୁ ଉର୍ଦ୍ଦ ବ୍ୟକ୍ତିଙ୍କୁ କୋଭିଡ ଟିକାକରଣ ଆରମ୍ଭ ହୋଇ ଯାଇଛି । ୪୫ବର୍ଷରୁ ଉର୍ଦ୍ଦ ବ୍ୟକ୍ତିଙ୍କୁ ପ୍ରଥମ ପର୍ଯ୍ୟାୟରେ ପ୍ରଥମ ଡୋଜ ରେ ୩୭୫୮୪ଜଣଙ୍କୁ କୋଭିଡ ଟିକାପ୍ରଦାନ କରାଯାଇଥିବା ବେଳେ ୧୨୦୧ଜଣ ଦ୍ୱିତୀୟ ଡୋଜ ଟିକା ନେଇସାରିଛନ୍ତି । ଠିକ ସେହିପରି ୭୧୪୪ଜଣ ଆଗଧାଡିର କୋଭିଡ ଯୋଦ୍ଧା ଙ୍କୁ ପ୍ରଥମ ଡୋଜ ଓ ୪୦୬୦ଜଣଙ୍କୁ ଦ୍ୱିତୀୟ ଡୋଜ ଟିକା ପ୍ରଦାନ କରାଯାଇଛି । ୪୭୦୨ ଜଣ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ଡୋଜ ଟିକା ନେଇଥିବା ବେଳେ୩୮୩୭ ଜଣ ଦ୍ୱିତୀୟ ଡୋଜ ଟିକାନେଇସାରିଛନ୍ତି । ଟିକାକରଣର ପ୍ରଥମ ଡୋଜ ୯୧.୧ ଶତପ୍ରତିଶତ ହୋଇଥିବା ବେଳେ ଦ୍ୱିତୀୟ ଡୋଜ ସୋମବାର ସୁଦ୍ଧା୮୨ ଶତପ୍ରତି ଶତ ହୋଇଛି । ଜିଲ୍ଲାସଦର ମହକୁମା ହସପିଟାଲ ୫ମହଲା ରେ ସ୍ୱତନ୍ତ୍ର ଭାବେ ଖୋଲାଯାଇଥିବା କୋଭିଡ ଟିକାକରଣ କୋଠରୀରେ କରୋନା ଟିକା ନେବାପାଇଁ ୪୫ବର୍ଷରୁ ଉର୍ଦ୍ଦବୟସ୍କ ଙ୍କର ପ୍ରବଳ ଭିଡ ଲାଗିଯାଇଥିଲା । ଏହା ବ୍ୟତିତ ଜିଲ୍ଲାର ଖଇରପୁଟ, କୁଡୁମୁଲୁଗୁମ୍ମା, ଚିତ୍ରକୋଣ୍ଡା, ମାଥିଲି, ପଡିଆ,ଏମଭି୭୯ ସ୍ୱାସ୍ଥ୍ୟକେନ୍ଦ୍ର ସହିତ ମୁଦୁଲିପଡା ବଣ୍ଡାଘାଟି ବିଏସଏଫ କ୍ୟାମ୍ପ ଓ ସ୍ୱାଭିମାନ ଅଚଂଳ ରେ ଟିକାକରଣ କରାଯାଉଛି । ଟିକାନେବାକୁ ସମସ୍ତେ ଆଗ୍ରହ ସହକାରେ ଧାଡି ବନ୍ଧି ଟିକାକରଣ କେନ୍ଦ୍ରକୁ ଆସୁଥିବାର ଦେଖିବାକୁ ମିଳିଥିଲା । ଜିଲ୍ଲାର ସମସ୍ତ କୋଭିଡ ଟିକାକରଣ କେନ୍ଦ୍ରଗୁଡିକରେ ଶାନ୍ତିଶୃଙ୍ଖଳାର ସହିତ ଟିକାପ୍ରଦାନ କରାଯାଉଛି । କୋଭିଡ ଟିକା ନେଇଥିବା କୌଣସି ବ୍ୟକ୍ତଙ୍କର ଏପର୍ଯ୍ୟନ୍ତ କିଛି ପାଶ୍ୱର୍ପ୍ରତିକ୍ରୀୟା ଦେଖାଯାଇ ନାହିଁ,ନିର୍ଭୟରେ ୪୫ବର୍ଷ ବୟସରୁ ଉର୍ଦ୍ଦ ବ୍ୟକ୍ତିମାନେ କୋଭିଡ ଟିକାନେବା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ର ସହ ପଚାଂୟତ ଓ ବ୍ଲକ ମାନଙ୍କରେ ଖୋଲା ଯାଇଥିବା କୋଭିଡ ଟିକାକରଣ କେନ୍ଦ୍ରକୁ ଯାଇ ଟିକାନେଇ କରୋନା ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ଜିଲ୍ଲାମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଫୁଲ କୁମାର ନନ୍ଦ ଜିଲ୍ଲାବାସୀଙ୍କୁ ପରାମର୍ଶ ଦେଇଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.