Home ଓଡ଼ିଶା ସିଂଗାପୁର ସନ୍ତରଣ ପ୍ରତିଯୋଗୀତାରେ ସମ୍ବଲପୁରର ପ୍ରତିଯୋଗୀଙ୍କୁ ୫ ପଦକ

ସିଂଗାପୁର ସନ୍ତରଣ ପ୍ରତିଯୋଗୀତାରେ ସମ୍ବଲପୁରର ପ୍ରତିଯୋଗୀଙ୍କୁ ୫ ପଦକ

231

ସମ୍ବଲପୁର, ୦୧/୧୧ (ଓଡ଼ିଆ ପୁଅ) ସିଂଗାପୁର ଠାରେ ଅନୁଷ୍ଟିତ ଓପନ ସନ୍ତରଣ ପ୍ରତିଯୋଗୀତାରେ ସମ୍ବଲପୁରର ମାଷ୍ଟର୍ସ ସନ୍ତରଣକାରୀମାନେ ତିନୋଟି ରୌପ୍ୟ ଏବଂ ଦୁଇଟି ବ୍ରୋଞ୍ଜ ସହିତ ପାଂଚୋଟି ପଦକ ହାସଲ କରିଛନ୍ତି। ଆଜି ଉଦଯାପିତ ହୋଇଥିବା ଏହି ପ୍ରତିଯୋଗୀତାରେ ପ୍ରେମ ରଞନ ପ୍ରଧାନ ୬୫ ବର୍ଷ ବୟସ ବର୍ଗର ୧୦୦ ମିଟର ବ୍ରେଷ୍ଟ ଷ୍ଟ୍ରୋକରେ ରୌପ୍ୟ ଏବଂ ୫୦ ମିଟର ବ୍ରେଷ୍ଟ ଷ୍ଟ୍ରୋକରେ ବ୍ରୋଞ୍ଜ ଓ ହରେକୃଷ୍ଣ ପଣ୍ଡା ୫୦ମିଟର ବେକ ଷ୍ଟ୍ରୋକରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେହିପରି ୭୦ ବର୍ଷ ବୟସ ବର୍ଗର ୫୦ ମିଟର ଫ୍ରି ଷ୍ଟାଇଲ ଏବଂ ୫୦ ମିଟର ବ୍ରେଷ୍ଟ ଷ୍ଟ୍ରୋକରେ ରୌପ୍ୟ ପଦକ ହାସଲ କରିଛନ୍ତି। ଏମାନେ ଓଡ଼ିଶା ମାଷ୍ଟର୍ସ ସ୍ୱିମର୍ସ ଏସୋସିଏସନ ପକ୍ଷରୁ ଦେଶର ପ୍ରତିନିଧିତ୍ୱ କରିଥିଲେ। ଏହି ସଫଳତା ପାଇଁ ବଜେତା ସନ୍ତରଣକାରୀଙ୍କୁ ଏସୋସିଏସନର ଅନ୍ୟତମ ଉଦ୍ୟୋକ୍ତା ତଥା ଖ୍ୟାତିପ୍ରାପ୍ତ ମାଷ୍ଟର୍ସ କ୍ରୀଡ଼ାବିତ ସୁନ୍ଦରମଣି ବାରିକ ଅଭିନନ୍ଦନ ଜ୍ଞାପନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.