Home ଓଡ଼ିଶା ସୁରକ୍ଷା ବଳଙ୍କ ଗୁଳିରେ ଜଣେ ନକ୍ସଲ ସଫା

ସୁରକ୍ଷା ବଳଙ୍କ ଗୁଳିରେ ଜଣେ ନକ୍ସଲ ସଫା

362

ଝାଡ଼ଖଣ୍ଡ, ୦୩/୧୧: (ଓଡ଼ିଆ ପୁଅ ପି ନାୟକ):ଗତକାଲି ଝାଡ଼ଖଣ୍ଡ ଛତରା ଜିଲ୍ଲା ନାବାଡିହି ଜଙ୍ଗଲରେ କେନ୍ଦ୍ରୀୟ ରିଜର୍ଭ ସୁରକ୍ଷା ବଳ ଓ ପୋଲିସର ମିଳିତ ସର୍ଚ୍ଚ ଅପରେସନ ହୋଇଛି। ଫଳରେ ଏହି ଅପରେସନ ମାଧ୍ୟମରେ ନକ୍ସଲର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ନକ୍ସଲ ନିକଟରୁ ବିପୁଳ ନକ୍ସଲ ସାମଗ୍ରୀ ଜବତ ହେବା ସହ ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ ହୋଇଛି। ଏହାସହ ଗୋଟିଏ ଏକେ-୪୭, ଅଫୁଟା ଗୁଳି, ଗୋଟିଏ ଏସଏଲଆର, ଗୋଟିଏ ଥ୍ରୀ ନଟ୍ ଥ୍ରୀ ରାଇଫଲ, ୫ଟି ମୋବାଇଲ ଫୋନ ବି ଜବତ ହୋଇଛି। ତେବେ ଏବେ ବି ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.