Home ଜିଲ୍ଲା ପରିକ୍ରମା ସାମ୍ବାଦିକତା ବୃତ୍ତି ନୁହଁ ,ବ୍ରତ ଶୀର୍ଷକ ଆଲୋଚନା ଚକ୍ର

ସାମ୍ବାଦିକତା ବୃତ୍ତି ନୁହଁ ,ବ୍ରତ ଶୀର୍ଷକ ଆଲୋଚନା ଚକ୍ର

52

ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଓଡିଶା ଲାଇଭ ଟିଭି ପକ୍ଷରୁ ଭଦ୍ରକ ଜିଲ୍ଲା ଭାଗବତ କଲ୍ୟାଣ ମଣ୍ଡପଠାରେ ସାମ୍ବାଦିକତା ବୃତ୍ତି ନୁହଁ ,ବ୍ରତ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ସ୍ୱରାଜବାର୍ତ୍ତାର ମୁଖ୍ୟ ସଂପାଦକ ରବି ନାରାୟଣ ଖିଲାରଙ୍କ ସଭାପତିତ୍ୱରେ ମୁଖ୍ୟଅତିଥିଭାବେ ପଣ୍ଡିତ ସଂଗ୍ରାମ ଆଚର୍ଯ୍ୟ,ମୁଖ୍ୟବକ୍ତାଭାବେ ଅଧ୍ୟାପକ ନିହାର ରଂଜନ କର,ବିଶିଷ୍ଟ ଅତିଥିଭାବେ ଆବାହକ ତଥା ପରିଚାଳନା ନିର୍ଦ୍ଦେଶକ ମନୋଜ କୁମାର ମହନ୍ତ ,ସମ୍ମାନିତ ଅତିଥିଭାବେ କବି ସତ୍ୟପ୍ରକାଶ ସେଠି,ତେଜସ୍ୱନି ମହିଳା ସଂଗଠନର ସଭାପତି କଳ୍ପନା ଜେନା ପ୍ରମୁଖ ଯୋଗଦେଇ କହିଲେ ସାମ୍ବାଦିକ ମାନେ ଦିନରାତି ପରିଶ୍ରମ କରୁଛନ୍ତି ସେମାନଙ୍କ ପାଇଁ ସରକାରୀ ସ୍ତରରେ କିଛି ପାରିଶ୍ରମିକ ଦିଆଯାଉନାହିଁ । ସାମ୍ବାଦିକମାନେ ଦୁର୍ନିତିକୁ ଲୋକଲୋଚନକୁ ଆଣୁଛନ୍ତି ,ତାଙ୍କୁ ପରୁସ୍କାର ଦିଆଯିବ କଣ ଆହୁରି ତାଙ୍କ ବିରୋଧରେ ବିଭିନ୍ନ ସମାଲୋଚନା କରାଯାଉଛି ତ କେଉଁଠି ଆକ୍ରମଣ କରାଯାଉଛି । ସାମ୍ବାଦିକମାନଙ୍କର ଆଜିକାଲି ଯେପରି ସମାଜରେ ନାମ କମି ଯାଉଛି ଏଥିପ୍ରତି ସରକାର ଦୃଷ୍ଟିଦେବା ଦରକାର । ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଆଇନପ୍ରଣୟନ କରାଯିବା ଉଚିତ । ସେମାନେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ । ଜିଲ୍ଲା ପ୍ରତିନିଧି ଲିପିକା ରାଉତ ଙ୍କ ସଂଯୋଜନାରେ କବୟିତ୍ରୀ ଜାନକୀ ପାଢୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ କବୟିତ୍ରୀ ମନୋରମା ରାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କବୟତ୍ରୀ ଚୈତାଳି ଖିଲାର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୋଚନା ଚକ୍ରରେ ସାମ୍ବାଦିକ ଜ୍ଞାନ ପ୍ରକାଶ ପାଣି,ନରେନ୍ଦ୍ର ସାମଲ,ସତ୍ୟଭୂଷଣ ସ୍ୱାମି,ସାଧନ କୁମାର ଧର,ସନ୍ତୋଷ କୁମାର ଦାସ,ଜଗନ୍ନାଥ ବେହେରା, ଦୀପକ ସେନ,ଅତିଶ ଦାସ,ନବଘନ ଦାସ,ଖଗେଶ୍ୱର ଖଟୁଆ,ହେମନ୍ତ ସିଂହ,ପ୍ରଭାକର ନାୟକ,ମନୋଜ ବାରିକ,ସେଖ ନସିମ,ସୁବ୍ରତ ପାଲ,ପ୍ରଭାତ କୁମାର ଜେନା,ପ୍ରଶାନ୍ତ କୁମାର ପଣ୍ଡା,ମାନସ କୁମାର ପରିଡା,ରିଚା ମହାନ୍ତ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.