Home ଜିଲ୍ଲା ପରିକ୍ରମା ଧନ୍ୱନ୍ତରୀ ଜୟନ୍ତୀ ଓ ଆୟୁର୍ବେଦ ଦିବସ

ଧନ୍ୱନ୍ତରୀ ଜୟନ୍ତୀ ଓ ଆୟୁର୍ବେଦ ଦିବସ

46

ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଆୟୁର୍ବେଦ ଚିକିତ୍ସକ ସଂଘ ପକ୍ଷରୁ ଆଜି ଲୋକନାଥ ମନ୍ଦିର ପରିସରରେ ସ୍ୱର୍ଗବୈଦ୍ୟ ଭଗବାନ ଧନ୍ୱନ୍ତରୀ ଜୟନ୍ତୀ ଓ ଜାତୀୟ ଆୟୁର୍ବେଦ ଦିବସ ପାଳିତ ହୋଇଯାଇଛି । ସକାଳ ୧୦ ଘଟିକାରେ ପଣ୍ଡିତ ବସନ୍ତ କୁମାର ଆଚାର୍ଯ୍ୟଙ୍କ ପୌରୋହିତ୍ୟରେ ଘଟସ୍ଥାପନ ଓ ଷୋଡଶ ଉପଚାର ପୂଜା କରାଯାଇଥିଲା । ଭଦ୍ରକ ଆୟୁର୍ବେଦ ଚିକିତ୍ସକ ସଂଘର ସ୍ଥାୟୀ ସଭାପତି ଡାକ୍ତର ମଦନ ମୋହନ ଦାଶଙ୍କ ସଭାପତିତ୍ୱରେ ଜାତୀୟ ଆୟୁର୍ବେଦ ଦିବସର ସାରମର୍ମ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଦିବ୍ୟ କାର୍ଯ୍ୟକ୍ରମରେ ଭଦ୍ରକର ପ୍ରାୟ ୭୦ ଜଣ ଆୟୁର୍ବେଦ ଡାକ୍ତର ଯୋଗ ଦେଇଥିଲେ । ବିଶେଷକରି ସଂଘର କାର୍ଯ୍ୟକାରୀ ସଂପାଦକ ଡାକ୍ତର ଦେବରାଜ ପତ୍ରି, କୋଷାଧ୍ୟକ୍ଷ ଡାକ୍ତର ନୀଳକଣ୍ଠ ପଣ୍ଡା, ଡାକ୍ତର ବସନ୍ତ ମଂଜରୀ ବନ୍ଧ, ଡାକ୍ତର ଦେବଦତ୍ତ ରାଉତ, ଡା ସଂଘମିତ୍ରା ଦାଶ, ଡାକ୍ତର ଓଝା, ଡାକ୍ତର ପାର୍ଥସାରଥୀ ପଣ୍‌ଡା, ଡାକ୍ତର ନିରଂଜନ ଓଝା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଆୟୁର୍ବେଦ ଚିକିତ୍ସକ ସଂଘର ସାଧାରଣ ସଂପାଦକ ଡାକ୍ତର ଶରତ କୁମାର ଆଚାର୍ଯ୍ୟ ସମାଜର ସମସ୍ତଙ୍କର ଆରୋଗ୍ୟ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.