Home ଜିଲ୍ଲା ପରିକ୍ରମା ସାମ୍ବାଦିକଙ୍କ ସହ ଭଦ୍ରକ ବିଧାୟକ ସଂଜୀବଙ୍କ ଆଲୋଚନା, ବିକାଶ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ

ସାମ୍ବାଦିକଙ୍କ ସହ ଭଦ୍ରକ ବିଧାୟକ ସଂଜୀବଙ୍କ ଆଲୋଚନା, ବିକାଶ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ

26

ଭଦ୍ରକ, ୨୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଲଭ ପଏଣ୍ଟଠାରେ ସ୍ଥାନୀୟ ବିଧାୟକ ସଂଜୀବ ମଲ୍ଲିକ ବରିଷ୍ଠ ସାମ୍ବାଦିକ, ପୂର୍ବତନ କାଉନ୍‌ସିଲର, ପଂଚାୟତ ସମିତି ସଭ୍ୟ ଓ ସ୍ଥାନୀୟ ଯୁବକମାନଙ୍କ ସହ ସହରର ବିଭିନ୍ନ ସମସ୍ୟା ସଂପର୍କରେ ଅନପୌଚାରିକ ଭାବେ ଆଲୋଚନ କରିଛନ୍ତି । ବିଶେଷକରି ଭଦ୍ରକ ଭଳି ସଂକୁଚିତ ସହରାଞ୍ଚଳର ସୌନ୍ଦର୍ଯ୍ୟକରଣ, ଜଳ ନିଷ୍କାସନ ଓ ପରିମଳ ବ୍ୟବସ୍ଥା ଆଲୋଚନାର ମୁଖ୍ୟ ପ୍ରସଙ୍ଗ ଥିଲା । ଦୀର୍ଘବର୍ଷର ଜଳ ନିଷ୍କାସନ ଅବ୍ୟବସ୍ଥା, ସହରର ମୁଖ୍ୟ ରାସ୍ତା ଗୁଡିକର ସଂପ୍ରସାରଣ କାର୍ଯ୍ୟ ଓ ପରିମଳ ବ୍ୟବସ୍ଥାର ସୁପରିଚାଳନା ନେଇ ଶ୍ରୀ ମଲ୍ଲିକ ଉଦ୍‌ବେଗ ପ୍ରକାଶ କରିଥିଲେ । ଭଦ୍ରକ ସହରକୁ କିଭଳି ରାଜ୍ୟର ଅନ୍ୟ ଜିଲାର ସଦର ମହକୁମା ଭଳି ସବୁ କ୍ଷେତ୍ରରେ ପ୍ରତିଷ୍ଠିତ କରାଇବା ବିଧାୟକ ହେବା ପୂର୍ବରୁ ତାଙ୍କର ଅନ୍ତର୍ନିହିତ ଉଦ୍ଦେଶ୍ୟ କଥା ସେ ପ୍ରକାଶ କରିଥିଲେ । ଦୀର୍ଘବର୍ଷର ଏହି ଗୁରୁତର ସମସ୍ୟା ଗୁଡିକର ସମାଧାନ ଏତେ ସହଜ ନୁହେଁ ବୋଲି ସେ କହିଥିଲେ । ସାମ୍ବାଦିକ ବନ୍ଧୁ, ବୁଦ୍ଧିଜୀବୀ, ବିଶିଷ୍ଟ ବ୍ୟକ୍ତି ଓ ସହରବାସୀ ପୂର୍ଣ୍ଣ ପ୍ରାଣରେ ସହଯୋଗ କଲେ । ମୋର ଏହି ଅଭିଳାଷ ପୂରଣ ହେବ ବୋଲି ସେ ପ୍ରକାଶ କରିଥିଲେ । ବିଧାୟକ ହେଲେ ମଧ୍ୟ ମୁଁ ଏକାକୀ ସହରର ବିକାଶ କରିପାରିବି ନାହିଁ । ଅର୍ଥ ମୋ ପାଇଁ ବାଧକ ସାଜିବ ନାହିଁ । ରାଜନୀତିରୁ ଉର୍ଦ୍ଧ୍ୱ ରହି ସହରବାସୀଙ୍କ ସହଯୋଗ ମିଳିଲେ ଭଦ୍ରକ ସହରର ରୂପରେଖ ବଦଳି ଯିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ବିଧାୟକ ଶ୍ରୀ ମଲ୍ଲିକଙ୍କ ଏଭଳି ଆନ୍ତରିକତାକୁ ଉପସ୍ଥିତ ସାମ୍ବାଦିକ, କାଉନସିଲର, ପଂଚାୟତ ପ୍ରତିନିଧିମାନେ ସ୍ୱାଗତ କରିଥିଲେ । ଏହି ଆଲୋଚନାରେ ବରିଷ୍ଠ ସାମ୍ବାଦିକ ନିହାର ଦାସ, ପ୍ରମୋଦ ରାୟ, ତପନ ସ୍ୱାଇଁ, କିଶାନ ରାଉତ, ସନ୍ତୋଷ ଦାସ, ରାଜେନ୍ଦ୍ର କୁମାର ଯେନା, ଜଗବନ୍ଧୁ ବେହେରା, ସୁକାନ୍ତ ମହାନ୍ତିଙ୍କ ସହ ପୂର୍ବତନ କାଉନ୍‌ସିଲର ପ୍ରଣୟ ଦାସ ଓ ପଂଚାୟତ ସମିତି ସଭ୍ୟ ପ୍ରିୟବ୍ରତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.