Home ଜିଲ୍ଲା ପରିକ୍ରମା ସାମ୍ପ୍ରତିକ ଗଣମାଧ୍ୟମରେ କୃତ୍ରିମ ବୁଦ୍ଧିମତାର ସକରାତ୍ମକ ପ୍ରୟୋଗ ପ୍ରଣିଧାନଯୋଗ୍ୟ, ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ

ସାମ୍ପ୍ରତିକ ଗଣମାଧ୍ୟମରେ କୃତ୍ରିମ ବୁଦ୍ଧିମତାର ସକରାତ୍ମକ ପ୍ରୟୋଗ ପ୍ରଣିଧାନଯୋଗ୍ୟ, ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ

12

ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୁସ୍ଥ ଗଣତନ୍ତ୍ର ପାଇଁ ସୁସ୍ଥ ଗଣମାଧ୍ୟମର ଆବଶ୍ୟକତା ଅପରିହାର୍ଯ୍ୟ । ଗଣମାଧ୍ୟମ ସମାଜ ପାଇଁ ଗୋଟିଏ ସ୍ୱଚ୍ଛ, ନିର୍ମଳ ଦର୍ପଣ ଭଳି କାମ କରିଥାଏ । ଗାଁରୁ ସହର, ଚାଷୀ ମୁଲିଆ ଠାରୁ ବଡ଼ ଅଧିକାରୀ, ଜନ ପ୍ରତିନିଧି ପର୍ଯ୍ୟନ୍ତ ସବୁଠି ସମସ୍ତଙ୍କ ଦ୍ୱାରା ଗଣ ମାଧ୍ୟମ ଆଦୃତ । ସମୟର ପରିବର୍ତ୍ତିତ ଧାରା ସହିତ ତାଳ ଦେଇ ଗଣମାଧ୍ୟମରେ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ନେଇ କାର୍ଯ୍ୟଧାରା, ରୂପ ମଧ୍ୟ ବଦଳୁଛି । ଏହି କ୍ରମରେ ଆଜିର ଦିନରେ କ୍ରୁତିମ ବୁଦ୍ଧିମତାର ପ୍ରୟୋଗରେ ଗଣମାଧ୍ୟମର ସକରାତ୍ମକ ଦିଗ ସମାଜ ପାଇଁ ବେଶ୍ ଉପଯୋଗୀ ଓ ଗ୍ରହଣୀୟ ହୋଇପାରିଛି, ମାତ୍ର ଏହାର ଦୂରୁପଯୋଗ ସର୍ବଦା ବର୍ଜନୀୟ ବୋଲି ଭଦ୍ରକ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିମାନେ ବକ୍ତବ୍ୟ ପ୍ରସଙ୍ଗରେ ପ୍ରକାଶ କରିଥିଲେ । ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ସୂଚନା ଲୋକସମ୍ପର୍କ ବିଭାଗ ଜରିଆରେ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ଭଦ୍ରକ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳନ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ ।

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥିଭାବେ ସାମ୍ବାଦିକ ଦୁର୍ଗାଶଙ୍କର ବିଶ୍ୱାଳ, ନୀହାର ରଞ୍ଜନ ଦାସ, ପ୍ରମୋଦ କୁମାର ରାୟ, ପ୍ରତାପ କୁମାର ଦାସ, ସ୍ମୃତି ରଞ୍ଜନ ସାହୁ, ଡ଼. ହରିହର ନାୟକ, ଅଶୋକ କୁମାର ନାୟକ , ନରେନ୍ଦ୍ର କୁମାର ସାମଲ ପ୍ରମୁଖ ଯୋଗ ଦେଇଥିଲେ । ସାମ୍ବାଦିକ ରୂପକ ବିହାରୀ ରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଭାକାର୍ଯ୍ୟର ପ୍ରାରମ୍ଭରେ ସ୍ୱର୍ଗତ ସାମ୍ବାଦିକ ଭଜଗୋବିନ୍ଦ ଜେନା, ଅମର ନାୟକ ଓ ଅନିଲ ନାୟକଙ୍କ ଅମର ଆତ୍ମାର ସଦ୍‌ଗତି ଉଦ୍ଦେଶ୍ୟରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସାମ୍ବାଦିକ ପ୍ରଭାତ କୁମାର ଦାସ, ସନାତନ ରାଉତ, ସୁବ୍ରତ ପାଲ, ସଂଜୀବ ସେନାପତି, ଶୁଭ୍ରକାନ୍ତ ରାଉତରାୟ, ପ୍ରକାଶ ମହାପାତ୍ର ପ୍ରମୁଖ ମଧ୍ୟ ବକ୍ତବ୍ୟ ଜରିଆରେ କ୍ରୃତିମତା ଯୁଗର ଗଣମାଧ୍ୟମ ଶୀର୍ଷକ ସମ୍ବନ୍ଧରେ ମାତମତ ପ୍ରକାଶ କରିଥିଲେ । ସୂଚନା ଯୋଗ୍ୟକି ୧୯୬୬ ମସିହା ନଭେମ୍ବର ୧୬ ତାରିଖରେ ପ୍ରେସ୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆର ପ୍ରଥମ କାର୍ଯ୍ୟକାରୀତା ଦିବସର ସ୍ମୃତିରେ ପ୍ରତ୍ୟେକ ବର୍ଷ ଏହି ଦିନରେ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.