Home ଜିଲ୍ଲା ପରିକ୍ରମା ସାଧାରଣ ଦର୍ଶନ ପାଇଁ ଖୋଲିବ ବାବା ଆଖଣ୍ଡଳମଣିଙ୍କ ମନ୍ଦିର

ସାଧାରଣ ଦର୍ଶନ ପାଇଁ ଖୋଲିବ ବାବା ଆଖଣ୍ଡଳମଣିଙ୍କ ମନ୍ଦିର

21

ଭଦ୍ରକ, ୨୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା ପାଇଁ ସାଧାରଣ ଦର୍ଶନ ଦୀର୍ଘ ମାସ ଧରି ବନ୍ଦ ରହିଥିବା ଆରଡି ସ୍ଥିତ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଆସନ୍ତା ୩ ତାରିଖ ଠାରୁ ଖୋଲିବ ବୋଲି ଆଜି ଜିଲ୍ଲାପାଳ ଡ. ଜ୍ଞାନ ଦାସ ଟୁଇଟ୍ ଯୋଗେ ଜଣାଇଛନ୍ତି । ସରକାରଙ୍କ ନିଷ୍ପତି କ୍ରମେ ମନ୍ଦିର ଟ୍ରଷ୍ଟବୋର୍ଡ, ସେବାୟତଙ୍କ ସହ ଆଲୋଚନା ପରେ ସମ୍ପୂର୍ଣ୍ଣ କୋବିଡ଼ କଟକଣା ମଧ୍ୟରେ ମନ୍ଦିର ଖୋଲାଯିବ । ପ୍ରଥମରେ ଆସନ୍ତା ୨୮ ଓ ୨୯ ତାରିଖ ଦୁଇଦିନ ସେବାୟତଙ୍କ ପରିବାର ଲୋକଙ୍କ ଦର୍ଶନ ଓ ପୂଜା ପାଇଁ ଅନୁମତି ଦିଆ ଯାଇଥିବା ବେଳେ ୩୦ଓ ୩୧ ତାରିଖରେ ସ୍ଥାନୀୟ ଅଧିବାସୀ ପୂଜାର୍ଚ୍ଚନା ଓ ଦର୍ଶନ କରିବେ । ଏହି ସ୍ଥାନୀୟ ଅଧିବାସୀ ଭାବେ ୪ଟି ପଞ୍ଚାୟତ ଯଥା ଆରଡି, ନାନ୍ଦପୁର, ଓଳଗ ଓ ସୁନ୍ଦରପୁରକୁ ନିଆ ଯାଇଛି । ସେହିଭଳି ଜାନୁଆରୀ ୧ ତାରିଖ ଓ ୨ ତାରିଖ ମନ୍ଦିର ବନ୍ଦ ରହିବ । ୩ ତାରିଖ ଠାରୁ ସାଧାରଣ ଦର୍ଶନ ଆରମ୍ଭ ହେବ । ପ୍ରତି ଭକ୍ତଙ୍କ ମଧ୍ୟରେ ୬ ଫୁଟର ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଧୂଷୁରୀ ଓ ଆରଡି ପୁଲିସ, ଚାନ୍ଦବାଲି ତହସିଲଦାର, ବିଡିଓ ଏହାର ତଦାରଖ କରିବେ ବୋଲି ଜିଲ୍ଲାପାଳ ତାଙ୍କ ଟୁଇଟ୍‌ରେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.