Home କେନ୍ଦୁଝର ଲକ୍ଷ୍ମ୍ମୀନାରାୟଣ ସାହିତ୍ୟ ସଂସଦର ଉଦଘାଟନ ଉତ୍ସବ ୨୫ରେ

ଲକ୍ଷ୍ମ୍ମୀନାରାୟଣ ସାହିତ୍ୟ ସଂସଦର ଉଦଘାଟନ ଉତ୍ସବ ୨୫ରେ

20

ହାଟଡ଼ିହି, ୨୧ । ୧୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଳକ୍ଷ୍ମୀନାରାୟଣ ସାହିତ୍ୟ ସଂସଦ ମରୈଗାଁର ଉଦଘାଟନ ଉତ୍ସବ ଆସନ୍ତା ୨୫ତାରିଖ ଦିନ ଅନୁଷ୍ଠିତ ହେବ । ଏଥିଲାଗି ସଂସଦର ଏକ ପ୍ରସ୍ତୁତି ବୈଠକ ସଭାପତି ପ୍ରତିମା ସ୍ୱାଇଁ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୫ତାରିଖ ଦିନ ପଞ୍ଚାୟତ ହାଇସ୍କୁଲ ମରୈଗାଁ ପରିସରରେ ସକାଳ ୧୦ଘଟିକାରେ ହେବାକୁଥିବା ଏହି ଉଦଘାଟନ ଉତ୍ସବରେ ଏ ଅଞ୍ଚଳର ବହୁ ପ୍ରତିଷ୍ଠିତ ସାହିତ୍ୟକ ଓ କବିମାନେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ । ଏଥି ସହିତ ଏକ କବିତା ପାଠୋତ୍ସବର ମଧ୍ୟ ଆୟୋଜନ କରାଯାଇଛି । ଏଥିରେ ବହୁ ସଂଖ୍ୟାରେ କବି ଓ କବୟତ୍ରୀ, ତଥା ସାହିତ୍ୟିକ ମାନେ ଯୋଗଦେବାକୁ ସଂସଦର ସମ୍ପାଦକ ସୁଦାମ ଚରଣ ଜେନା ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.