Home ଓଡ଼ିଶା ସର୍ବଭାରତୀୟ ଗ୍ରୁପ୍ ‘ଡି’ ସଂଗଠନକୁ ଓଡ଼ିଶାରୁ ମନୋନୀତ କର୍ମକର୍ତ୍ତାଗଣ

ସର୍ବଭାରତୀୟ ଗ୍ରୁପ୍ ‘ଡି’ ସଂଗଠନକୁ ଓଡ଼ିଶାରୁ ମନୋନୀତ କର୍ମକର୍ତ୍ତାଗଣ

247

ଭୁବନେଶ୍ୱର, ୨୮ା୮ (ଓଡ଼ିଆ ପୁଅ) : ଅଖିଳ ଭାରତୀୟ ରାଜ୍ୟ ୪ର୍ଥ ଶ୍ରେଣୀ କର୍ମଚାରୀ ମହାସଂଘକୁ ଓଡ଼ିଶାରୁ ୩ଜଣ କର୍ମକର୍ତ୍ତା ମନୋନୀତ ହୋଇଛନ୍ତି। ଗତକାଲି ସର୍ବଭାରତୀୟ ମହାସଂଘର ସଭାପତି ସମ୍ମାନୀୟ ଶ୍ରୀଯୁକ୍ତ କେ ଗଣେଶନ ଭାରତବର୍ଷର ସମସ୍ତ ରାଜ୍ୟମାନଙ୍କୁ ପତ୍ର ମାଧ୍ୟମରେ ଅବଗତ କରିଛନ୍ତି। ମହାସଂଘରେ ଓଡ଼ିଶାରୁ ଉପସଭାପତି ଭାବେ ଶ୍ରୀଯୁକ୍ତ ଗଙ୍ଗାଧର ସ୍ୱାଇ, ସହକାରୀ ସାଧାରଣ ସମ୍ପାଦକ ଭାବେ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ମଲ୍ଲିକ ଓ ସଂଗଠନ ସମ୍ପାଦକ ଭାବେ ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ଦାସଙ୍କ ନେତୃତ୍ୱ ରହିବ। ଉକ୍ତ ପ୍ରତିନିଧି ଓଡ଼ିଶାର ସମସ୍ତ ଗ୍ରୁପ୍ ‘ଡି’ କର୍ମଚାରୀଙ୍କ ସମସ୍ୟା ସର୍ବଭାରତୀୟ ମହାସଂଘରେ ଉପସ୍ଥାପନ କରିପାରିବେ ବୋଲି ମିଳିତମଞ୍ଚ ତରଫରୁ ସୂଚନା ପ୍ରଦାନ କରାଯାଉଅଛି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.