Home ଜିଲ୍ଲା ପରିକ୍ରମା ସରକାରୀ ଜଙ୍ଗଲ ଜମି, ଗୋଚର ଜମି , ଅନାବଦୀ ଜମି ଜବର ଦଖଲ ଉଚ୍ଛେଦ ପାଇଁ...

ସରକାରୀ ଜଙ୍ଗଲ ଜମି, ଗୋଚର ଜମି , ଅନାବଦୀ ଜମି ଜବର ଦଖଲ ଉଚ୍ଛେଦ ପାଇଁ ଦାବୀ ପତ୍ର

50

ବାହାନଗା,୧୬ା୦୩ (ଭାରତୀ ଦାସ/ ଓଡ଼ିଆ ପୁଅ): ବାଲେଶ୍ୱର ଜିଲ୍ଲା ଖନ୍ତପଡ଼ା ଥାନା ମହାରାଜପୁର ପଞ୍ଚାୟତର ମହାରାଜପୁର ଗ୍ରାମର ସରକାରୀ ଜମି, ଯଥା ଜଙ୍ଗଲଜମି, ଗୋଚର ଜମି, ଅନାବଦୀ ଜମିର ସୁରକ୍ଷା ପାଇଁ ଉେ‌ଚ୍ଛଦ ପ୍ରକ୍ରିୟାରେ ସହଯୋଗ କରିବା ପାଇଁ ବାରମ୍ବାର ନିବେଦନ କଲାପରେ ପ୍ରଶାସନ କୌଣସି କାର‌୍ୟ୍ୟାନୁଷ୍ଠାନ ନ ନେବାରୁ ଗ୍ରାମବାସୀ ମାନେ ମୁଖ୍ୟ ରାସ୍ତାକୁ ଅବରୋଧ କରିବାକୁ ଚେତାବନୀ ଦେଇ ଲିଖିତ ଅଭିଯୋଗ ,ଡିଏମଓ ବାଲେଶ୍ୱର, ରେମୁଣା ତହସିଲାଦର, ଭାରାପ୍ରାପ୍ତ ଥାନାଅଧିକାରୀ ଖନ୍ତାପଡ଼ା, ବିଡ଼ିଓ ରେମୁଣା, ସରପଞ୍ଚ ମହାରାଜପୁର ପ୍ରମୁଖଙ୍କୁ ବବିତା ଶିଅଳ, ମନୋରମା ଶିଅଳ, ଭଗବାନ ବେହେରା, ହେମନ୍ତ ଶିଅଳ, ରାକେଶ ଶିଅଳ, ବିସ୍ମିତ ଦାସ ପ୍ରମୁଖ ନେତୃତ୍ୱରେ ଗ୍ରାମବାସୀ ପସ୍ଥିତ ହୋଇ ଦେଇ ଥିବାର ଜଣାପଡ଼ିଛି । ଅଭିଯୋଗ ଅନୁସାରେ ଏହି ଗ୍ରାମରେ ବାହାର ଅଞ୍ଚଳର କିଛି ଲୋକ ବାହାରୁ ଆସି ଗ୍ରାମରେ ଥିବା ସରକାରୀ ଜମି ଜବରସ୍ତ ଅଧିକରଣ କରିଛନ୍ତି । ଫଳରେ ଜଙ୍ଗଲ ଜମି, ଗୋଚର ଜମି ସେମାନଙ୍କ କବଜାରେ ରହୁଛି । ତେଣୁ ତାକୁ ବାହାର କରିବା ପାଇଁ ବାରମ୍ବାର ରେମୁଣା ତହସିଲଦାରଙ୍କୁ ଅଭିାଯାଗ କରିବା ପରେବି ତାଙ୍କର ହସ୍ତକ୍ଷେପ ରହୁ ନଥିବାର ଅଭିଯୋଗ କରିଛନ୍ତି । ଏବାବାବଦରେ ଗ୍ରାମବାସୀ ସ୍ୱାକ୍ଷର ସମ୍ବଳିତ ଏକ ଅଭିଯୋଗ ୨୫/୦୬/୧୯ରେ ପ୍ରଦାନ କରିଥିଲେ । ତାହାକାର‌୍ୟ୍ୟନୁଷ୍ଠାନ ହୋଇ ନଥିଲା । ପୁଣି ଏକ ଅଭିଯୋଗ ପତ୍ର ପରେ ମେମୋ ନଂ ୫୯୨/ଜିଆର ୪/୦୨/୨୦ରେ ରେମୁଣା ତହସିଲଦାରଙ୍କୁ ପ୍ରଦାନ କଲାପରେ ଅଦ୍ୟାବଧି କାର‌୍ୟ୍ୟାନୁଷ୍ଠନ ହୋଇ ନଥିବାର ଅଭିଯୋଗ କରିଛନ୍ତି । ଯଦି ଖୁବ ଶିଘ୍ର ଏହାର ପଦକ୍ଷେପ ନ ନିଆ ଯାଏ ତାହେଲେ ଗ୍ରାମବାସୀ ଆଗାମୀ ୨୩ତାରିଖରେ ମହାରାଜପୁରର ମୁଖ୍ୟ ରାସ୍ତାକୁ ବନ୍ଦ କରିବାକୁ ନିଷ୍ପତି ନେଇ ଥିବାର ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.