Home ଜିଲ୍ଲା ପରିକ୍ରମା ସମ୍ମୁଖ ଯୋଦ୍ଧା ଭାବେ ସାମ୍ବାଦିକଙ୍କୁ ଟୀକା ପ୍ରଦାନ

ସମ୍ମୁଖ ଯୋଦ୍ଧା ଭାବେ ସାମ୍ବାଦିକଙ୍କୁ ଟୀକା ପ୍ରଦାନ

20

ଭଦ୍ରକ, ୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଜିଲା ସଂସ୍କୃତି ଭବନରେ କରୋନା ସମ୍ମୁଖ ଯୋଦ୍ଧା ଭାବେ ଘୋଷିତ ଜିଲାର ୭ଟି ବ୍ଲକ ଓ ଜିଲା ସ୍ତରୀୟ ସାମ୍ବାଦିକଙ୍କୁ କୋଭିଡ଼ ଟୀକା ପ୍ରଦାନ କରାଯାଇଛି । ଆଜି ସକାଳ ୯ଟା ୩୦ରୁ ଏଠାରେ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବା ବେଳେ ସ୍ଥାନୀୟ ବହୁ ଲୋକ ଟୀକା ଦିଆଯିବାର ଖବର ପାଇ ସେଠାରେ ପହଞ୍ଚି ଭିଡ଼ କରିଥିଲେ । ଫଳରେ ସାମ୍ବାଦିକଙ୍କୁ ଟୀକା ପ୍ରଦାନ କରିବାରେ ବିଳମ୍ବ ହୋଇଥିଲା । ତେବେ ଟାଉନ ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପରେ ସ୍ଥିତି ସ୍ୱାଭାବିକ ହେବାରୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଜିଲ୍ଳାର ମୋଟ ୨୫୪ଜଣ ସାମ୍ବାଦିକଙ୍କୁ ଟୀକା ଦେବାର ତାଲିକା ପ୍ରସ୍ତୁତ ହୋଇଥିବା ବେଳେ ବହୁ ସାମ୍ବାଦିକ ଯେଉଁମାନଙ୍କର ବୟସ ୪୫ରୁ ୬୦ ମଧ୍ୟରେ ସେମାନେ ସମସ୍ତେ ପ୍ରାୟତଃ ଟୀକା ନେଇ ସାରିଥିବାରୁ ଆଜି ମାତ୍ର ୭୫ଜଣ ସାମ୍ବାଦିକ ଟୀକା ନେଇଥିଲେ । ସାମ୍ବାଦିକଙ୍କ ଟୀକାକରଣ ଶେଷ ପରେ ସାଧାରଣ ଲୋକଙ୍କୁ ମଧ୍ୟ ଦ୍ୱିତୀୟ ଡୋଜ୍ ଟୀକା ଦିଆ ଯାଇଥିଲା । ପ୍ରକାଶ ଥାଉକି ସରକାର ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିବା ପରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୋଲଖ ଚନ୍ଦ୍ର ବେହେରାଙ୍କ ତତ୍ତ୍ୱାବଧାନରେ ଆଜି ସାମ୍ବାଦିକଙ୍କ ଲାଗି ଟୀକା ଦେବାର ବ୍ୟବସ୍ଥା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.