Home ଜିଲ୍ଲା ପରିକ୍ରମା ଚିହ୍ନଟ ହେଲେ ଜିଲାର ସର୍ବାଧିକ ୩୮୧ ଆକ୍ରାନ୍ତ, ମୋଟ ଆକ୍ରାନ୍ତ ସଂଖ୍ୟା ୧୦ହଜାର ଟପିଲା, ଗୋଟିଏ...

ଚିହ୍ନଟ ହେଲେ ଜିଲାର ସର୍ବାଧିକ ୩୮୧ ଆକ୍ରାନ୍ତ, ମୋଟ ଆକ୍ରାନ୍ତ ସଂଖ୍ୟା ୧୦ହଜାର ଟପିଲା, ଗୋଟିଏ ଗ୍ରାମ ବନ୍ତ ବ୍ଲକ ଗୋପିନାଥପୁରରୁ ସର୍ବାଧିକ ୫୬ଜଣ ଚିହ୍ନଟ

51

ଭଦ୍ରକ, ୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରୁ ଆଜି ସର୍ବାଧିକ ୩୮୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଫଳରେ ଜିଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ପାର ହୋଇଛି । ଜିଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ହୋଇଛି ୧୦ ହଜାର ୧୫୭ । ଅନ୍ୟପକ୍ଷରେ ଜିଲାର ମୋଟ ସୁସ୍ଥଙ୍କ ସଂଖ୍ୟା ରହିଛି ୮ହଜାର ୫୦୪ । ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୬୨୪ଜଣ । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଭଦ୍ରକ ବ୍ଲକ ଅଞ୍ଚଳର ୮ଜଣ ଆକ୍ରାନ୍ତ କଟକ ଏସ୍‌ସିବିରୁ ଚିହ୍ନଟ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବନ୍ତ ବ୍ଲକର ହାସିନପୁର, ମଧୁପୁର, ଗୋପିନାଥପୁର, ଆଡିଆ, ବଡବର୍ଚ୍ଚିକୟାଁ, ବ୍ରହ୍ମପୁର, ଷେଣ୍ଢତୀରା, ବଡମହିଷିଗୋଠ, ପଳସା, କେନ୍ଦୁଆପଦା, ନହୁଆ ଗ୍ରାମରୁ ମୋଟ ୭୩ଜଣ ଚିହ୍ନଟ ହୋଇଥିବା ବେଳେ ଗୋପିନାଥପୁର କେବଳ ଗୋଟିଏ ଗ୍ରାମରୁ ସର୍ବାଧିକ ୫୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାସୁଦେବପୁର ପୌରପାଳିକାର ୧୧, ୧୦, ୧୨, ୧୫, ୧୭,୨୧ ଓ ୪ ନଂ ୱାର୍ଡରୁ ମୋଟ ୮ଜଣ, ଭଦ୍ରକ ବ୍ଲକର ଆନନ୍ଦବଜାର, ପ୍ରାଚୀନଗର, ରାଣିତାଲ, କୋରକୋରା, ଓକରା, ବାଣିତିଆ, ବେନ୍ତାଳ, ଚଣ୍ଡିଗାଁ, ଚରମ୍ପା, କୋଡବରୁଆଁ, ଧଳସାହି, ହରିପୁର, କାଉପୁର, ମଉଦା, ଲାଙ୍ଗୁଡି, ରାହାଞ୍ଜ, ଆମ୍ବଗଡିଆ, ସାବରଙ୍ଗ, ଅଣ୍ଢେଇପଲୀ, ରାନ୍ଦିଆ, ବନ୍ଧଗାଁ, ବଣିଆ, କଲେଇ ଗ୍ରାମରୁ ମୋଟ ୫୪ଜଣ, ଚାନ୍ଦବାଲି ଏନ୍‌ଏସିର ୬ ନଂ ୱାର୍ଡ ଅଞ୍ଚଳରୁ ଜଣେ, ତିହିଡି ବ୍ଲକ ସିନ୍ଦୋଳ, ଜୟପୁର, ମଙ୍ଗରାଜପୁର, କୋହ୍ଲ, ବାମନବିନ୍ଧା, ଦହପାଣିଆ, ବାରସର,ବୋଡକ, ପୀରହାଟ, ରୋଡଙ୍ଗ, ବାଙ୍କିବିନ୍ଧା,ଗୋବିନ୍ଦପୁର, କୁବେରା, କମାରିଆ, କାଞ୍ଚନପୁର, ନଛିନ୍ଦା, ପାଳିଆ, ନୂଆଗାଁ, ସୟା, ଶ୍ୟାମସୁନ୍ଦରପୁର, ତଳଗୋପବିନ୍ଧା, ତାଳପଦା ଗ୍ରାମରୁ ୪୭ଜଣ, ଧାମନଗର ବ୍ଲକ ବମକୁରା, ବିଦ୍ୟାଧରପୁର, ଚୁଡାକୁଟି, ଧୁଷୁରୀ, ଶୋଧ, ଖରଗଡ଼ି, ଖପରପଦା, ଗଡଗଡ଼ି, ରଇପୁର, ପାହାଡପୁର, ଦଇପୁର, ପଧାନୀ ଗ୍ରାମରୁ ୨୫ଜଣ, ଧାମନଗର ଏନ୍‌ଏସିର ୩ ନଂ ୱାର୍ଡ ମାଉସିପାଟଣା ଗ୍ରାମରୁ ୨ଜଣ, ଭଣ୍ଡାରିପୋଖରୀ ବ୍ଲକ ଜଳମଣ୍ଡୁଆ, ଆଲିହା, ଓଲା, ନାରାୟଣପୁର, ନୂଆପୋଖରୀ, ନୂଆପାଟଣା, ରାଜେନ୍ଦ୍ରପୁର, ଷୋଳମପୁର ଗ୍ରାମରୁ ମୋଟ ୮ଜଣ, ଚାନ୍ଦବାଲି ବ୍ଲକର ଗୋଲାଡିଆ, ନାଲଗୁଣ୍ଡା, ମଇସାହି, ଶୁଭଦିଆ, ପଲୀ, କଇଥକୋଲା, ହେଙ୍ଗୁପତି, ଜାଗୁଳା, ପୂର୍ଣ୍ଣପ୍ରସାଦ, ବିଶୁଆଳି, ଘଣ୍ଟେଶ୍ୱର ଗ୍ରାମରୁ ୩୫ଜଣ ଚିହ୍ନଟ ହୋଇଛନ୍ତି ।

ସେହିଭଳି ବାସୁଦେବପୁର ବ୍ଲକର ଜୀବନପୁର, ନରେନ୍ଦ୍ରପୁର, ବିଦେଇପୁର, ବିନାୟକପୁର, ଏଡତାଳ, ଗୁଆଗଡିଆ, କିସ୍ମତ୍‌କୃଷ୍ଣପୁର, ଆଫୁଲା, ଆନ୍ଦୋଳା, ଆର୍ତ୍ତୁଂ, ଆରୁହା, ବ୍ରାହ୍ମଣୀଗାଁ, ଚୁଡାମଣି, ଇରମ, ଗୋବିନ୍ଦପୁର, ବଚ୍ଛଦା, ନାଇକାଣିଡିହି, ଏନ.ଆର୍‌.ପୁର, ନୂଆଗାଁ, ରାଜଘରପୋଖରୀ, ସୁଗୋ ଗ୍ରାମରୁ ମୋଟ ୫୩ ଜଣ, ଭଦ୍ରକ ପୌରପାଳିକାର ୭, ୮, ୯, ୧୦, ୧୧, ୧୩, ୨୦, ୨୭, ୬, ୩୦, ୧୨, ୧୭, ୨୯, ୧୫, ୧୮, ୨୩ ନଂ ୱାର୍ଡରୁ ମୋଟ ୪୮ଜଣ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜିଲା ଭାବେ ବାଲେଶ୍ୱର ଜିଲା ସୋରୋ, ସିମୁଳିଆ, କଟକ ଜିଲ୍ଲା ବାଙ୍କି, ଢେଙ୍କାନାଳ ଜିଲା ମାଟିକାପୁର, କେନ୍ଦୁଝର ଜିଲା କରଞ୍ଜିଆପଡ଼ା ଅଞ୍ଚଳରୁ ୧୯ଜଣ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.