Home ଜିଲ୍ଲା ପରିକ୍ରମା ସମ୍ବଲପୁରରେ ବିଜୁ ଜନତା ଦଳର କୋରୋନା ସଚେତନତା ଅଭିଯାନ

ସମ୍ବଲପୁରରେ ବିଜୁ ଜନତା ଦଳର କୋରୋନା ସଚେତନତା ଅଭିଯାନ

61

ସମ୍ବଲପୁର ୨୭-୫ (ଓଡ଼ିଆ ପୁଅ/ସରୋଜ ସାହୁ) : ସମ୍ବଲପୁର ମହାନଗର ଅନ୍ତର୍ଗତ ୩୬ ନଂ ୱାର୍ଡ ର ବେତ୍ରାପଡା ଠାରେ ବିଜୁ ଜନତା ଦଳ ତରଫରୁ ସାମାଜିକ ସଚେତନା କାର୍ଯ୍ୟକ୍ରମ, ଜନଅଭିଯୋଗ ଶୁଣାଣି ତଥା ମାସ୍କ, ସାବୁନ ଓ ଶୁଖିଲା ରାସନ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେlଇଛି। ଦଳର ରାଜ୍ୟ ପର୍ଯ୍ୟବେକ୍ଷକ ଇଂ. ନଳିନୀ କାନ୍ତ ପ୍ରଧାନ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ବିଜୁ ଜନତା ଦଳ ସମ୍ବଲପୁର ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାସ ଙ୍କ ସମେତ ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ବିଜେଡ଼ି ନେତା ଅଶୋକ ସେନାପତି, ହେରମ୍ବ ଚନ୍ଦ୍ର ଦାନି, ସୁରେନ୍ଦ୍ର ଥାପ୍ପା, ମନୋଜ୍ ମହାପାତ୍ର, ତପନ ଗୁରୁ, ହରିବନ୍ଧୁ ପ୍ରଧାନ, ଚିତ୍ତ ରଂଜନ ପଣ୍ଡା, ପ୍ରଶାନ୍ତ ଥାପ୍ପା, ଲିଙ୍ଗରାଜ ତ୍ରିପାଠି, ଦିଲୀପ ଦାଶ ପ୍ରମୁଖ ଯୋଗ ଦେଇଥିଲେ। ଯୁବ ନେତା ସର୍ବଶ୍ରୀ ନିଶାନ୍ତ ଦୀକ୍ଷିତ, ବିଜୟ ସ୍ବାଇଁ, ଖରଂଶୁ ଦେବ, ଅମିତ ନାଥ, ଆଶିଷ ମିଶ୍ର, ନିଶିଥ ଆକାଶ, ଶୁଭାଷିସ୍ ପଣ୍ଡା, କୁମାରୀ ସୈରେଂଦ୍ରି ନାୟକ, ପଦ୍ୟୁତ୍ ଶର୍ମା, ଅଜୟ ଶର୍ମା(ଭଗତ)ପ୍ରମୁଖ କାର୍ଯ୍ୟକ୍ରମ କୂ ସଂଯୋଜନା କରି ଥିଲେ।ବିଜେଡ଼ି ନେତ୍ରୁ ମଣ୍ଡଳୀ ସ୍ଥାନୀୟ ଜନ ସାଧାରଣ ଙ୍କ ସମସ୍ୟା ମାନେ ଶୁଣି ତୁରନ୍ତ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଥିବା ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.