Home ଜିଲ୍ଲା ପରିକ୍ରମା ସମାଜସେବୀ ଅନନ୍ତ ଜେନାଙ୍କ ସ୍ମତିଚାରଣ ସଭା

ସମାଜସେବୀ ଅନନ୍ତ ଜେନାଙ୍କ ସ୍ମତିଚାରଣ ସଭା

13

ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ରାନ୍ଦିଆ କୋରଣ୍ଟ ଠାରେ ସମାଜସେବୀ ୰ଅନନ୍ତ ପ୍ରସାଦ ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଅବସରରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ନାଟ୍ୟ ନିର୍ଦ୍ଦେଶକ ଗୌରଙ୍ଗ ଚନ୍ଦ୍ର ବାରିକଙ୍କ ସଂଯୋଜନାରେ ଅନୁଷ୍ଠିତ ସ୍ମୃତି ଚାରଣ ସଭାରେ ବରିଷ୍ଠ ନାଗରିକ ମୋହିନୀ ମୋହନ ମହାପାତ୍ର, ରାମଚନ୍ଦ୍ର ପଣ୍ଡା, ଦୋଳ ଗୋବିନ୍ଦ ଧଳ, ଦିଗମ୍ବର ରାଉଳ, ଶ୍ରନିବାସ ମହାପାତ୍ର, ଗଙ୍ଗାଧର ରାଉଳ, ଧନୁର୍ଜୟ ସେଠୀ, ଆଇନଜୀବି ଯତିକାନ୍ତ ନାୟକ, ଗୋପାଳ ମୁଖି, ସାମ୍ବାଦିକ ହେମନ୍ତ ସିଂହ, ନମସ୍କାର ସଂଗଠନର ବିଶ୍ୱରଞ୍ଜନ ପଣ୍ଡା, ଅମିୟ ମହାପାତ୍ର, ପ୍ରେମାନନ୍ଦ ମହାପାତ୍ର ପ୍ରମୁଖ ନିଜ ନିଜର ବକ୍ତବ୍ୟରେ ୰ଜେନାଙ୍କ ପ୍ରତିଭା ଉପରେ ଆଲୋକପାତ କରି ସେ ଜଣେ ମହାନୁଭବ, ପରୋପକାରୀ, ଅତିଥି ବତ୍ସଳ, ମିଷ୍ଟଭାଷୀ ବ୍ୟକ୍ତି ଥିଲେ ବୋଲି କହିଥିଲେ । ପ୍ରାରମ୍ଭରେ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ନିରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମକୁ ପରିଚାଳନାରେ ପରିବାରର ଦୁଃଶାସନ ଗାହାଣ, ଜ୍ୟୋଷ୍ଠ ପୁତ୍ର ବସନ୍ତ ଜେନା, ସୁଷମା ଜେନା, ଲୋପାମୁଦ୍ରା ଜେନା, ବର୍ଷାରାଣୀ ଦାସ, ସରୋଜିନୀ ବରାଳ, ମନୋଜ ଜେନା, ନାରାୟଣ ଜେନା, ନୀଳଚକ୍ର ଗାହାଣ, ଚିନ୍ତାମଣି ଜେନା ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.