Home ଜିଲ୍ଲା ପରିକ୍ରମା ଗଣିଜାଙ୍ଗ ଏକାଡେମିକ୍ ସ୍କୁଲର ବାର୍ଷିକ ଉତ୍ସବ, ଚେଷ୍ଠାକୁ ଅଭ୍ୟାସରେ ପରିଣତ କଲେ ସଫଳତା ମିଳେ

ଗଣିଜାଙ୍ଗ ଏକାଡେମିକ୍ ସ୍କୁଲର ବାର୍ଷିକ ଉତ୍ସବ, ଚେଷ୍ଠାକୁ ଅଭ୍ୟାସରେ ପରିଣତ କଲେ ସଫଳତା ମିଳେ

4

ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ଗଣିଜାଙ୍ଗ ସ୍ଥିତ ଏକାଡେମିକ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ଶନିବାର ସନ୍ଧ୍ୟାରେ ଅଷ୍ଟମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ରୋଟାରିଆନ୍ ଡାକ୍ତର ଜୟଶ୍ରୀ ମହାନ୍ତି ପ୍ରଦୀପ ପ୍ରଜ୍ଜ୍ୱଳନ କରି ତାଙ୍କ ବକ୍ତବ୍ୟରେ କହିଲେ,ଏଠାରେ ଅଧ୍ୟୟନରତ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପରିସ୍ଥିତି କୁ ସମ୍ମୁଖିନ ହୋଇ ଆଗକୁ ବଢି ପାରିଲେ ବିଦ୍ୟାଳୟର ନାମ ଗୌରବମୟ ହୋଇପାରିବ । ଏଥିସହ ମହିଳା ମାନେ ଯେତେ ଆଗକୁ ବଢିବେ ପରିବାରରେ ଭଲ ପିଲା ତିଆରି ହେବା ସଙ୍ଗେ ସଙ୍ଗେ ଆନ୍ତଃର୍ଜାତିୟ ସ୍ତରରେ ନିଜର ପ୍ରତିଭାକୁ ପ୍ରତିପାଦନ କରି ଦେଶ ମାତୃକାର ଟେକ ରଖିବାକୁ ଆହ୍ୱାନ ଦେଇଥିଲେ । ସ୍କୁଲର ଅଧ୍ୟକ୍ଷ ବସନ୍ତ କୁମାର ସାମଲଙ୍କ ସଭା ପରିଚାଳନାରେ ମୁଖ୍ୟବକ୍ତା ଭାବେ ଅଧ୍ୟାପକ ନାସିର୍ ବକ୍ସ ନିଜ ବକ୍ତବ୍ୟରେ ଭଦ୍ରକ ମାଟି ବିରାଙ୍ଗନା ମାଟି,ଏ ମାଟିରେ ଶିକ୍ଷା ଓ କଳା ସଂସ୍କୃତି ଭରି ରହିଛି । ଭାରତ ଏବେ ଦୃତ ବିକାଶ ପଥରେ ଆଗେଇ ଚାଲିଥିବା ବେଳେ ଏହି ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ଗଢି ତୋଳିବାକୁ କହିଥିଲେ । ସେ ଆହୁରି ମଧ୍ୟ କହିଲେ ଛାତ୍ର ଛାତ୍ରୀ ମାନେ କଠିନ ପରିଶ୍ରମ ବଳରେ ନିଜର ଚେଷ୍ଟାକୁ ଅଭ୍ୟାସରେ ପରିଣତ କଲେ ସଫଳତା ମିଳି ପାରିବ ।

ସମ୍ମାନିତ ଅତିଥି ବେଦାନ୍ତ ଚାର୍ଜକ୍ରୋମ୍ ପ୍ଲାଣ୍ଟର ଇଂ ଶୁଭେନ୍ଦୁ ବାରିକ ଇଛା ଶକ୍ତି ଓ ଅଧୋବସାୟ ବଳରେ ଜୀବନର ଲକ୍ଷ୍ୟ ପଥରେ ଆଗେଇ ଯିବାକୁ କହିଥିବା ବେଳେ ସର୍ବଦା ପିତା ମାତା ଓ ଗୁରୁ ଗୁରୁଜନ ମାନଙ୍କୁ ଭକ୍ତି କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍କୁଲ ପରିଚାଳନା ନିଦ୍ଦେର୍ଶକ ଦୈତ୍ୟାରି ଚରଣ ପତି ମଞ୍ଚାସିନ ହୋଇ ୮ବର୍ଷ ପୂର୍ବେ ଗଣିଜାଙ୍ଗ ପରି ଗ୍ରାମାଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ବିଦ୍ୟାଳୟ ଗଠନ କରିଥିବା ବେଳେ ଆଜି ତାହା ଜିଲ୍ଲାରେ ଏକ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନର ମାନ୍ୟତା ପାଇ ଆସୁଥିବାରୁ ଅଧ୍ୟକ୍ଷ ଓ ଶିକ୍ଷକ ଶିକ୍ଷୟିତ୍ରୀ ସର୍ବୋପରି ଅଞ୍ଚଳବାସୀଙ୍କ ଅକୁଣ୍ଠ ସହଯୋଗକୁ ପ୍ରଶଂସା କରିଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ନୃତ୍ୟ, ସଂଗୀତ, ତର୍କ, କ୍ରୀଡ଼ା, ଅଭିନୟ ଓ ବକ୍ତୃତା ଆଦି ପ୍ରତିଯୋଗିତାର କୃତୀ ପ୍ରତିଯୋଗି ମାନଙ୍କୁ ଅତିଥିଙ୍କ ସମେତ ବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜୁକ୍ତା ପଣ୍ଡା ଓ ସମାଜସେବୀ ସୁପ୍ରିୟା ସାମଲ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ । ପ୍ରାରମ୍ଭରେ ବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ୰ନାରାୟଣ ଚନ୍ଦ୍ର ପତିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ଶିକ୍ଷକ ଦିଲ୍ଲିପ କୁମାର ନାୟକ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ରଖିଥିବା ବେଳେ ଶିକ୍ଷୟିତ୍ରୀ ପୂର୍ବାଶା ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ମଧୁସ୍ମିତା ମହାନ୍ତି ଓ ରଜତ୍ ବେହେରା ସାଂସ୍କୃତିକ ମଞ୍ଚକୁ ପରିଚାଳନା କରିଥିବା ବେଳେ ଛାତ୍ର ଛାତ୍ରୀ ମାନେ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ନୃତ୍ୟ ସଂଗୀତ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମକୁ ହୋଲି ପଣ୍ଡା, ସୁଲିଷ୍ପା ପହି, ମାନସ କୁମାର ଜେନା, ରମାକାନ୍ତ ତ୍ରିପାଠୀ, ସଲିମ ଅଲ୍ଲି, ନାରାୟଣ ତ୍ରିପାଠୀ, ପ୍ରଶନ୍ନାରାଣୀ ବିଶ୍ୱାଳ, ପୁଷ୍ପଲତା କାଣ୍ଡି, ଦଇନବ ବେଗମ, ଦିପାଳି ପହି, ବର୍ଷାରାଣୀ ସାହୁ, ବିନିତା ତ୍ରିପାଠୀ, ଶିବାନୀ ଜେନା, ଗୌରାଙ୍ଗ ଖିଲାର ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.