Home ଓଡ଼ିଶା ସପ୍ତାହକ ପରେ ଜିଲ୍ଲାହସପିଟାଲ ରେ ଓପିଡି ଖୋଲିଲା,ରୋଗୀ ସେବା ଆରମ୍ଭ

ସପ୍ତାହକ ପରେ ଜିଲ୍ଲାହସପିଟାଲ ରେ ଓପିଡି ଖୋଲିଲା,ରୋଗୀ ସେବା ଆରମ୍ଭ

174

ମାଲକାନଗିରି,୧୬ା୭(ଓଡିଆ ପୁଅ ) ଗତ୮ତାରିଖରେ ମାଲାକନଗିରି ଜିଲ୍ଲା ସହପିଟାଲରେ ରୋଗୀଙ୍କ ର କରୋନା ପଜିଟିଭ ଚିହ୍ନଟ ହେବାପରେ ଗତ ସପ୍ତାହେ ଧରି ଜିଲ୍ଲାସଦର ମହକୁମା ହସପିଟାଲର ଓପଡି,ଓଟି ସିଲ ହୋଇ ରୋଗୀ ସେବାକୁ ବନ୍ଦକରିଦିଆ ଯାଇଥିଲା । ସେହି ରୋଗୀଙ୍କ ସଂସ୍ପର୍ଷରେ ଆସିଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ୪୦ଜଣଙ୍କୁ ଆୟୁସୁଲେସନ ଓ ହୋମକ୍ୱାରେଟାଂଇନରେ ରଖା ଯାଇଥିଲା । ଗତ ସାତଦିନ ହେଲା ହସପିଟାଲ କୁ ବିଭିନ୍ନ ଅଚଂଳରୁ ରୋଗୀ ମାନେ ଆସି ଚିକିତ୍ସା ନହୋଇ ନିରାଶ ହୋଇ ଫେରି ଯାଉଥିବାର ଜଣାପଡିବା ପରେ ଜିଲ୍ଲାପାଳ ମୀନଷଅଗ୍ରଓ୍ୟାଲ,ଜିଲ୍ଲାମୁଖ୍ୟଚିକିତ୍ସା ଅଧିକାରୀ ଡା.ଅରୁଣକୁମାର ପାଢୀ, ସିଡିଓମଓ ଡା.ଶକ୍ତିପ୍ରସାଦ ମିଶ୍ର ହସପିଟାଲ ଖୋଲିବା ନେଇ ନିସ୍ପତି ନେଇଥିଲେ । ଆଜି ଠାରୁ ହସପିଟାଲରେ ଓପିଡି ଖୋଲାଯାଇ ରୋଗୀ ସେବା ଆରମ୍ଭ ହୋଇଛି । ମାଲକାନଗିରି ଜିଲ୍ଲାସଦର ମହକୁମା ହସପିଟାଲ ଓପିଡି ,ବିଭିନ୍ନ ବିଭାଗର ଡାକ୍ତର ମାନଙ୍କ ଚ୍ୟାମ୍ବର କୁ ଆଜି ବିଶୋଧନ କରାଯାଇ ଛି । ଆଜି ହସପିଟାଲରେ ରୋଗୀ ସେବା ଆରମ୍ଭ ହେବା ର କିଛି ରୋଗୀ ମାନେ ଜାଣିବାପରେ ହସପିଟାଲରେ ପହଁଚିଥିଲେ ।ସେମାନଙ୍କୁ ଗେଟ ନିକଟରେ ସୁରକ୍ଷା କର୍ମୀ ଅଟକାଇ ପ୍ରଥମେ ସାନିଟାଇଜ କରିବାପରେ ହସପିଟାଲ ଭିତରକୁ ଛାଡୁଥିବାର ଦେଖାଯାଇଛି । ପୁବ ର୍ରୁ ଯେପରି ପ୍ରତି ଦିନ ଶତାଧିକ ରୋଗୀଙ୍କ ଓପିଡି ନିକଟରେ ଲମ୍ବା ଧାଡି ଲାଗିଥାଏ , କରୋନା ସଂକ୍ରମଣ ଭୟରେ ଆଜି ସେ ପରି ରୋଗୀଙ୍କ ଭିଡ ନଥିଲା, ମାତ୍ର୧୦ରୁ ୨୦ଜଣ ରୋଗୀ ସକାଳ ଓଳି ହସପିଟାଲକୁ ଆସିଥିବାର ଜଣାପଡିଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.