Home ଅନୁଗୁଳ କୋଇଲାଖଣିର ଠିକା ଶ୍ରମିକଙ୍କୁ କୋଭିଡ୍ ଯୋଦ୍ଧା ଘୋଷଣା ଓ ୩୦ଲକ୍ଷ ଟଙ୍କାର ବୀମାକରଣ ପାଇଁ ସିଏମଡି...

କୋଇଲାଖଣିର ଠିକା ଶ୍ରମିକଙ୍କୁ କୋଭିଡ୍ ଯୋଦ୍ଧା ଘୋଷଣା ଓ ୩୦ଲକ୍ଷ ଟଙ୍କାର ବୀମାକରଣ ପାଇଁ ସିଏମଡି ଙ୍କୁ ଦାବୀପତ୍ର

111

ତାଳଚେର,୧୬/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ମହାମାରୀ କରୋନା ପ୍ରଭାବ ଜାରି ରହିଥିବାବେଳେ କୋଇଲାଖଣି ଅଂଚଳରେ ଠିକା ଶ୍ରମିକମାନେ କୋଇଲା ପରିବହନ,କୋଲ୍ ହ୍ୟାଣ୍ଡଲିଂ,କୋଲ ସାମ୍ପଲିଂ,ପମ୍ପ ହାଉସ୍ ମରାମତି, ଡି.ଜି. ଅପରେଟର, ସିକ୍ୟୁରିଟି ଆଦି କାର୍ଯ୍ୟ କରୁଛନ୍ତି । ତେବେ ବିଭିନ୍ନ କଂପାନୀ,ଠିକାଦାରମାନେ ଠିକା ଶ୍ରମିକମାନଙ୍କୁ ଅଣଦେଖା କରୁଥିବାର ଲକ୍ଷ୍ୟ କରାଯାଇଛି । କ୍ୟାମ୍ପ ଅଫିସ୍ ଓ ବିଭିନ୍ନ ସ୍ପଟ୍ ରେ ମାସ୍କ ସାନିଟାଇଜର ଦେବାକୁ ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସ ପକ୍ଷରୁ ଦାବୀ କରାଯଇଛି । ଠିକା ଶ୍ରମିକମାନେ ସ୍ପଳ୍ପ ପାରିଶ୍ରମିକରେ ଜୀବନକୁ ବାଜି ଲଗାଇ କରୋନା ମହାମାରୀ ସମୟରେ କାର୍ଯ୍ୟ କରୁଥିବାରୁ ଏମ୍‌.ସି.ଏଲ୍‌.ର ଉଚ୍ଚ କର୍ତୃପକ୍ଷ ଭାରତ ସରକାରଙ୍କୁ କୋଭିଡ୍ ଯୋଦ୍ଧା ଭାବେ ମାନ୍ୟତା ଦେବାକୁ ଠିକା ଶ୍ରମିକମାନଙ୍କୁ ୟୁନିଅନ୍ ତରଫରୁ ଅନୁରୋଧ କରାଯାଇଛି ଏବଂ ସେମାନଙ୍କୁ ୩୦ ଲକ୍ଷ ଟଙ୍କାର ଇନ୍‌ସୁରାନସ୍ ଉପଲବ୍ଧ କରଇବାକୁ ୟୁନିଅନ୍ ତରଫରୁ ଦାବୀ କରାଯାଇଛି । ଉପରୋକ୍ତ ଦାବୀଗୁଡିକ ସମ୍ବନ୍ଧରେ ତୁରନ୍ତ ବିଚାରକୁ ନେଇ କାର୍ଯ୍ୟ କରିବାକୁ ଏମ୍‌.ସି.ଏଲ୍‌. ର ସି.ଏମ୍‌.ଡି.ଙ୍କୁ ଏକଦାବୀ ପତ୍ର ଜଗନ୍ନାଥ ଏରିଆ ମହାପ୍ରବନ୍ଧକ ଏ.କେ.ଧଳଙ୍କ ଜରିଆରେ ପ୍ରଦାନ କରାଯାଇଛି । ଏହି ଦାବୀପତ୍ର ପ୍ରଦାନ ସମୟରେ ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସ୍ ର ସଭାପତି ରାଜ କିଶୋର ସାହୁ, ଉପସଭାପତି ବିଶ୍ୱ ରଞ୍ଜନ ପାଣି, ଶରତ ନାଏକ,ପ୍ରହ୍ଲାଦ ବେହେରା, ସୁଜନ ବେହେରା, ବିଶ୍ୱମୋହନ ସାହୁ,ସମ୍ପାଦକ ପ୍ରଭାତ କୁମାର ରଥ,ଭଗବାନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.