Home ଅନୁଗୁଳ ୨ଝିଅ ସହ ମିଶି ସ୍ୱାମୀକୁ ହତ୍ୟା କଲେ ମହିଳା

୨ଝିଅ ସହ ମିଶି ସ୍ୱାମୀକୁ ହତ୍ୟା କଲେ ମହିଳା

199

ତାଳଚେର, ୧୬/୭ (ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ତାଳଚେର ଉପଖଣ୍ଡ ସମଲ ଥାନା ଅନ୍ତର୍ଗତ ସିଲିଂ ଗ୍ରାମରେ ପାରିବାରିକ ବିବାଦକୁ ନେଇ ଏକ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀ ନିଜର ସ୍ୱାମୀକୁ ହତ୍ୟା କରିଛି ଏବଂ ଏଥିରେ ଦୁଇ ଝିଅ ମଧ୍ୟ ମା କୁ ସହାୟତା କରିଥିବାର ଜଣାପଡ଼ିଛି। ସୂଚନା ଅନୁସାରେ, ସିଲିଂ ଗ୍ରାମର ସୁନନ୍ଦ ପ୍ରଧାନ(୫୫) ଆଜି ଭୋରରୁ କୈାଣସି କାରଣରୁ ନିଜ ସ୍ତ୍ରୀ ଭାରତୀ ପ୍ରଧାନଙ୍କ ସହ ଝଗଡ଼ା କରିଥିଲେ। ଏହାକ୍ରମେ ତୀବ୍ର ରୂପ ନେଇଥିଲା। ଏତିକି ବେଳେ, ଭାରତୀ ଏବଂ ତାଙ୍କ ଦୁଇ ଝିଅ ମିଳିତ ଭାବେ ସୁନନ୍ଦଙ୍କୁ ପ୍ରତି ଆକ୍ରମଣ କରିଥିଲେ। କାଠ ଫାଳିଆ ଏବଂ ଶାବଳରେ ଆକ୍ରମଣ ଫଳରେ ଘଟଣାସ୍ଥଳରେ ସୁନନ୍ଦଙ୍କର ପ୍ରବଳ ରକ୍ତସ୍ରାବ ହେବାସହସେ ପ୍ରାଣ ହରାଇଥିଲେ। ଏହି ଖବର ପାଇ ସମଲ ପୋଲିସ ଘଟଣାସ୍ଥଳରେ ପହଂଚି ପ୍ରାରମ୍ଭିକ ତଦନ୍ତ କରିବାସହ ମୃତଦେହ ଓ ଆକ୍ରମଣରେ ବ୍ୟବହୃତ କାଠ ଫାଳିଆ ଜବତ କରିବା ସହ ଶବକୁ ବ୍ୟବଚ୍ଛେଦ ପାଇଁ ତାଳଚେର ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିଲା। ତେବେ ହତ୍ୟାକାଣ୍ଡ ଘଟାଇବା ପରେ ମା ଓ ଦୁଇ ଝିଅ ସମଲ ଥାନାରେ ଆତ୍ମ ସମର୍ପଣ କରିଥିବାର ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.