Home ଓଡ଼ିଶା ସଡ଼କ ଦୁର୍ଘଟଣାରେ ପୋଲ ତଳକୁ ଖସି ଯୁବକ ନିଖୋଜ

ସଡ଼କ ଦୁର୍ଘଟଣାରେ ପୋଲ ତଳକୁ ଖସି ଯୁବକ ନିଖୋଜ

89

ବାଲେଶ୍ଵର,୨୬/୧୦,(ଓଡ଼ିଆ ପୁଅ ପି ନାୟକ): ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ବାଲିକତିରଣ ଘୁସୁରା ପୋଲ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ଜଣେ ଯୁବକ ପୋଲ ତଳକୁ ଖସି ନିଖୋଜ ହୋଇଯାଇଛନ୍ତି । ସୂଚନା ଅନୁସାରେ, ବାସୁଦେବପୁର ବାଲିମେଦ ଏରିଆର ହରିଆ ମାନି ନାମକ ଜଣେ ଯୁବକ ଦୁଇ ବନ୍ଧୁଙ୍କ ସହ ବାଲେଶ୍ଵର ରୁ ଫେରୁଥିଲେ । ସେହି ସମୟରେ ଘୁସୁରା ପୋଲଠାରେ ଆଉ ଏକ ବାଇକ ସହ ଧକ୍କା ହୋଇଥିଲା । ଫଳରେ ପୋଲ ତଳେ ଯାଇଥିବା ନଈରେ ସ୍ରୋତ ଅଧିକ ଥିବାରୁ ସେ ତଳେ ପଡି ଭାସି ଯାଇଛନ୍ତି ବୋଲି ଅନୁମାନ କରାଯାଉଛି । ପରେ ଖବର ପାଇ ପୋଲିସ ଓ ଦମକଳବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ସୂଚନା ମିଳିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.