Home ଜିଲ୍ଲା ପରିକ୍ରମା ଶୀର୍ଷ ଛୁଇଁବାକୁ ଯାଉଛି କରୋନା ହେଲେ ଲାଗିପାରୁନି ଭେଂଟିଲେଟର, ଗୁରୁତରଙ୍କୁ ଭଗବାନ ଭରସା

ଶୀର୍ଷ ଛୁଇଁବାକୁ ଯାଉଛି କରୋନା ହେଲେ ଲାଗିପାରୁନି ଭେଂଟିଲେଟର, ଗୁରୁତରଙ୍କୁ ଭଗବାନ ଭରସା

80

ଭଦ୍ରକ, ୨୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗାମୀ ମଇମାସ ୧୧ ରୁ ୧୫ ତାରିଖ ମଧ୍ୟରେ ମହାମାରୀ କରୋନା ଶୀର୍ଷ ଛୁଇଁବ ବୋଲି ପୁର୍ବାନୁମାନ କରାଯାଉଥିବା ବେଳେ ଭଦ୍ରକ ଜିଲ୍ଳା କୋଭିଡ ହସପିଟାଲରେ ଏଯାଏ ଲାଗପାରୁନି ଭେଂଟିଲେଟର । ଜିଲ୍ଲା କୋଭିଡ ହସପିଟାଲ ସକାସେ ସରକାରଙ୍କ ପକ୍ଷରୁ ୧୨ ଗୋଟି ଭେଂଟିଲେଟର ଯୋଗାଇ ଦିଆଯାଇଥିଲେ ମଧ୍ୟ ଭେଂଟିଲେଟର ଚଳାଇବା ଦୁରକୁ ଥାଉ ଏହାକୁ କୋଭିଡ ୱାର୍ଡରେ ବସାଇବାକୁ ଲୋକ ମିଳୁ ନାହାନ୍ତି । ଫଳରେ କୋଭିଡ ଆକ୍ରାନ୍ତ ଗୁରୁତର ରୋଗୀଙ୍କୁ ସେବା ଯୋଗାଇ ଦେବା କ୍ଷେତ୍ରରେ ଉପୁଜିଛି ଜଟିଳ ୍‌ପରିସ୍ଥିତି । ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଡା ସନ୍ତୋଷ ପାତ୍ରଙ୍କ କହିବା ଅନୁଯାଇ କୋଭିଡ ୱାର୍ଡରେ ଭେଂଟିଲେଟର ବସାଇବାକୁ ଟେକନିସିଆନ ଅଭାବ ଯୋଗୁ ଏହି ପ୍ରକ୍ରିୟା ବିଳମ୍ଭିତ ହେଉଛି । ଟେକନିସିଆନ ଆସିବା ପରେ ପୁର୍ତ ବିଭାଗ ସହାୟତାରେ ଭେଂଟିଲେଟରକୁ ଅକ୍ସିଜେନ ପାଇପ ସଂଯୋଗ କରାଯିବ । ତେଣୁ ଆମେ ଟେକନିସିଆନଙ୍କୁ ଅପେକ୍ଷା କରିଛୁ । ସେହିଭଳି ଭେଂଟିଲେଟର ସଂଯୋଗ ହେବା ପରେ ତାହାକୁ ଚଳାଇବା ନେଇ ମଧ୍ୟ ଅଡୁଆ ରହିଛି । କାରଣ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏବେ ଭେଂଟିଲେଟର ଚଳାଇବା ଅଭିଜ୍ଞତା ଥିବା କୌଣସି ଡାକ୍ତର ଅଥବା କର୍ମଚାରୀ ନାହାନ୍ତି । ତେଣୁ ଭେଂଟିଲେଟର ବସିଲେ ମଧ୍ୟ ତାହା ବ୍ୟବହାର ଉପଯୋଗୀ ହୋଇ ପାରିବ ସେଥିନେଇ କୌଣସି ଗ୍ୟାରେଂଟି ନାହିଁ । ସିଡିଏମଓଙ୍କ କହିବା ଅନୁଯାଇ ଭେଂଟିଲେଟର ବସିବା ମାତ୍ରେ ଆମେ ପ୍ରଶିକ୍ଷଣ ଦେଇ ଅପରେଟର ବ୍ୟବସ୍ଥା କରାଇବୁ ।

ଗୋଟିଏ ପଟରେ ଭଦ୍ରକ ଜିଲ୍ଲାରେ ଏବେ କୋଭିଡ ସଂକ୍ରମଣ ଦୃତ ବୃଦ୍ଧି ପାଉଥିବା ବେଳେ କୋଭିଡ ହସପିଟାଲରେ ଗୁରୁତର କୋଭିଡ ରୋଗୀଙ୍କୁ ସେବା ଯୋଗାଇ ଦେବାକୁ ଅ୍ରନୁରୁପ ସାଧନ ନାହିଁ । ଏପରିସ୍ତଳେ ଗୁରୁତର ରୋଗୀଙ୍କୁ କେବଳ ଭଗବାନ ଭରସା ଛଡା ଅନ୍ୟକିଛି ଉପାୟ ନଥିବା କୁହାଯାଉଛି । ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ସୁଚନା ଅନୁଯାଇ ଭଦ୍ରକ ଜିଲ୍ଲା କୋଭିଡ ହସପିଟାଲରେ ଏବେ ୪୦ ରୁ ୪୫ଜଣ କୋଭିଡ ସଂକ୍ରମିତ ରୋଗୀ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦/୧୫ ଜଣ ରୋଗୀ ଅକ୍ସିଜେନ ସର୍ପୋଟରେ ରହିଛନ୍ତି । ଯାହାକି ଜିଲ୍ଲାରେ କୋଭିଡ ସଂକ୍ରମଣର ଭୟାଭୟତାକୁ ପମାଣିତ କରୁଛି । ଗୁରୁତର ସଂକ୍ରମିତଙ୍କୁ ଭେଂଟିଲେଟରେ ରଖାଯିବା ଅବଶ୍ୟମ୍ଭାବୀ ହୋଇ ପଡୁଥିବା ବେଳେ ଜିଲ୍ଲା କୋଭିଡ ହସପିଟାଲରେ ଭେଂଟିଲେଟର ସୁବିଧା ଉପଲବ୍ଧ ନହେବା ନିଶ୍ଚିତଭାବେ ଚିନ୍ତାର ବିଷୟ । ଗୋଟିଏ ପଟରେ ପ୍ରଶାସନିକ କଟକଣା ଏବଂ ଜନ ସଚେତନତା ସତ୍ୱେ ଭଦ୍ରକ ଜିଲ୍ଲାରେ ମହାମାରୀ କରୋନା ଉପରେ ଲଗାମ କଷି ପାରୁ ନାହିଁ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ । ଶନିବାର ଦିନ ଜିଲ୍ଲାରେ ଦୈନିକ ସଂକ୍ରମଣ ୮୬ ରହିଥିବା ବେଳେ ରବିବାରଦିନ ତାହା ୮୭ କୁ ବୃଦ୍ଧି ପାଇଛି । ଫଳରେ ଭଦ୍ରକ ଜିଲ୍ଲାରେ ଏବେ କୋଭିଡ ସକ୍ରିୟ ମାମଲା ୬୦୬ ରେ ପହଁଚିଛି । ସବୁଠାରୁ ବଡ କଥା ହେଲା ସରକାରୀଭାବେ ଏବେ ଜିଲ୍ଲାରେ ଯେତିକି କୋଭିଡ ସଂକ୍ରମିତ ଚିହ୍ନଟ ହେଉଛନ୍ତି ତାଠୁ ଢେର ଅଧିକ ଲୋକ କୋଭିଡ ସଂକ୍ରମିତ ହେଉଛନ୍ତି । ଯେଉଁମାନେକି ଭୟରେ ହେଉ ଅଥବା ସାମାଜିକ କାରଣ ଯୋଗୁ ହେଉ ଡାକ୍ତରଖାନା ନଆସି ଘରୋଇ ଚିକ୍‌ିତ୍ସାରେ ଭଲ ହେବାକୁ ଉଦ୍ୟମ କରୁଛନ୍ତି । ଉଲ୍ଲେଖ ଯୋଗ୍ୟ ଯେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏବେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ୭୮ ବିଛଣାଯୁକ୍ତ କୋଭିଡ ହସପିଟାଲ ପ୍ରସ୍ତୁତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.