Home ଜିଲ୍ଲା ପରିକ୍ରମା କଲେଇ ପଞ୍ଚାୟତରେ କୋଭିଡ୍‌-୧୯ ସଚେତନତା ରଥର ଶୁଭାରମ୍ଭ

କଲେଇ ପଞ୍ଚାୟତରେ କୋଭିଡ୍‌-୧୯ ସଚେତନତା ରଥର ଶୁଭାରମ୍ଭ

40

ଭଦ୍ରକ, ୨୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦ୍ୱିତୀୟ ପର୍ଯ୍ୟାୟ କରୋନା ମହାମାରୀ ଏବେ ଭୟଙ୍କର ରୂପ ଧାରଣ କରିଛି । ଯାହା ସମଗ୍ର ବିଶ୍ୱ ପାଇଁ ଏକ ସଂକଟମୟ ପରିସ୍ଥିତି ଆଣିଦେଇଥିବାବେଳେ ଆମ ଦେଶବାସୀଙ୍କୁ ଭିତ୍ତତ୍ରସ୍ଥ କରିଛି । ଏଥିପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଜନସାଧାରଣଙ୍କୁ ସଚେତନତା ରହିବା ନେଇ ବିଭିନ୍ନ ଭାବେ ସତର୍କତା ମୂଳକ କାର୍ଯ୍ୟକ୍ରମ କରାଯାଉଛି । ଏହି ପ୍ରସଙ୍ଗରେ ଭଦ୍ରକ ବ୍ଲକ୍ କଲେଇ ପଂଚାୟତରେ ମଧ୍ୟ ଏହି ମହାମାରୀ କବଳରୁ ରକ୍ଷା ପାଇବା ଦିଗରେ ନିଜକୁ ସୁରକ୍ଷିତ ରଖିବା ନେଇ ଏକ ସଚେତନତା ରଥର ଶୁଭ ଉଦ୍‌ଘାଟନ ହୋଇଛି । ସ୍ଥାନୀୟ ସମାଜସେବୀ ମହେଶ୍ୱର ଲେଙ୍କା ଓ କୃଷ୍ଣ ବେହେରାଙ୍କ ମିଳିତ ପ୍ରୟାସରେ ଏହି ସଚେତନତା ରଥ ସମଗ୍ର ପଂଚାୟତ ପରିଭ୍ରମଣ କରିଛି । ବିଶିଷ୍ଟ ଶିକ୍ଷାବିତ୍ ବାବୁଲା ରାଉତ ଏହି ସଚେତନତା ରଥର ଶୁଭ ଉଦ୍‌ଘାଟନ କରି ସମସ୍ତେ କୋଭିଡ୍‌-୧୯ ର ଦ୍ୱିତୀୟ ଲହରୀରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତ୍ୱ ବଜାୟ ରଖିବା ସହ ଘରେ ସୁସ୍ଥ ରହିବାକୁ ଆହ୍ୱାନ ଦେଇଥିଲେ । ମହେଶ୍ୱର ଲେଙ୍କା ଜଣେ ସାମାନ୍ୟ ଅଟୋ ଚାଳକ ହୋଇ ମଧ୍ୟ ଯେଭଳି ନିଜର ଅଟୋଟିକୁ ଲୋକଙ୍କ ସେବାରେ ଲଗାଇଛନ୍ତି, ତାହାକୁ ସ୍ଥାନୀୟ ଅଂଚଳବାସୀ ଭୂୟସୀ ପ୍ରଶଂସା କରିଥିବାବେଳେ ଅନ୍ୟତମ ଯୁବ ସମାଜସେବୀ କୃଷ୍ଣ ବେହେରାଙ୍କ ସହଯୋଗକୁ ମଧ୍ୟ ସାଧୁବାଦ ଜଣାଇଛନ୍ତି । ଏହି ସଚେତନତା କାଳରେ ମାଇକ୍ ଯୋଗେ ସମସ୍ତଙ୍କୁ ଘର ପଦାକୁ ବାହାରିଲେ ମାସ୍କ ପିନ୍ଧିବା, ହାତ ଧୋଇବା, ସାମାଜିକ ଦୂରତ୍ୱ ରକ୍ଷା କରିବା ଓ ଜନଗହଳିପୂର୍ଣ୍ଣ ସ୍ଥାନକୁ ନଯିବା ଦିଗରେ ସମସ୍ତଙ୍କୁ ସଚେତନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.