Home ଜିଲ୍ଲା ପରିକ୍ରମା ଚୁଡାକୂଟୀ ପଂଚାୟତରେ ବିନା ଫଳକରେ ଚାଲିଛି କାମ, ଉନ୍ନୟନ ନାମରେ ବ୍ୟାପକ ହରିଲୁଟ୍ ଅଭିଯୋଗ

ଚୁଡାକୂଟୀ ପଂଚାୟତରେ ବିନା ଫଳକରେ ଚାଲିଛି କାମ, ଉନ୍ନୟନ ନାମରେ ବ୍ୟାପକ ହରିଲୁଟ୍ ଅଭିଯୋଗ

67

ଭଦ୍ରକ, ୨୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପଂଚାୟତ ମାନଙ୍କର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ଅର୍ଥ ବ୍ୟୟ ବରାଦ କରୁଛନ୍ତି । ଲୋକଙ୍କ ପାଇଁ ବିଭିନ୍ନ ପ୍ରକଳ୍ପ ଠାରୁ ଆରମ୍ଭ କରି ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ଏପରିକି ଯେଉଁସବୁ କାମ କରାଯାଉଛି ସେସବୁର ବ୍ୟୟ ବରାଦ କଣ ରହିଛି ତାହା ସାଧାରଣ ଲୋକଙ୍କୁ ଜଣାଇବା ପାଇଁ କାର୍ଯ୍ୟସ୍ଥଳରେ ଫଳକ ଲଗାଇବା ବାଧ୍ୟତା ମୂଳକ ରହିଛି । ହେଲେ ଧାମନଗର ବ୍ଲକ ଚୁଡାକୂଟୀ ପଂଚାୟତରେ ହେଉଥିବା ପ୍ରାୟ ସମସ୍ତ କାର୍ଯ୍ୟ ବିନା ଫଳକରେ ହେଉଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ ଚୁଡାକୂଟୀ ବଜାର ନିକଟସ୍ଥ ଏକ ନାଳରୁ ଜେସିବି ଓ ଟ୍ରାକ୍ଟର ଦ୍ୱାରା ପ୍ରାୟ ଶହେରୁ ଉର୍ଦ୍ଧ୍ୱ ଟ୍ରିପ ମାଟି ଉଠାଯାଇ ମେଳନ ପଡିଆ ଓ ବଜାର କଡରେ ପକାଯାଇଥିଲା । ଆଜି ସକାଳୁ ଶ୍ରମିକଙ୍କ ଦ୍ୱାରା ସେହି ମାଟିକୁ ସମତଳ କରାଯାଇଥିଲା । ଏନେଇ ବିଡିଓଙ୍କ ନିକଟରେ ଗ୍ରାମବାସୀ ଅଭିଯୋଗ କରିବା ପରେ ଆଜି ସହକାରୀ ଯନ୍ତ୍ରୀ ଓ ଉକ୍ତ ପଂଚାୟତ ଦାୟୀତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଘଟଣାସ୍ଥଳରେ ପହଂଚି କାର୍ଯ୍ୟ ଦେଖିବା ସହିତ କିଛି କାଗଜପତ୍ର ଫାଇଲ ଜବତ କରିଥିଲେ । ଏସଂପର୍କରେ କନିଷ୍ଠ ଯନ୍ତ୍ରୀ କହନ୍ତି ଏହି କାର୍ଯ୍ୟ ପାଇଁ ସରକାରଙ୍କ ପକ୍ଷରୁ କୌଣସି ଯୋଜନା କରାଯାଇନାହିଁ ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ । ସଂପୃକ୍ତ ଠିକାଦାର ପଂଚାୟତର ସରପଂଚ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ହାତକରି ଆଗୁଆ କାମ କରି ପରବର୍ତୀ ସମୟରେ ଉକ୍ତ କାମକୁ ଆକ୍ସନ ପ୍ଲାନରେ ଭର୍ତି କରି ମୋଟା ଅଙ୍କର ବିଲ କରିବାର ମସୁଧା ଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ସେହିପରି ଉକ୍ତ ପଂଚାୟତର ୧୬୦ଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଘର ଯୋଗାଇ ଦିଆଯାଇଥିବା ବେଳେ ସେଥିମଧ୍ୟରୁ କାଁ ଭାଁ ପ୍ରକୃତ ହିତାଧିକାରୀ ଘର ପାଇଥିବା ବେଳେ ଅନ୍ୟ ଗୁଡିକ ବଟଂନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଏପରିକି ପୁରୁଣା ଘରକୁ ଦେଖାଇ ବିଲ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ପଂଚାୟତ କାର୍ଯ୍ୟାଳୟ ପରିସରରେ ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ଏକ ପାଇଖାନା ନିର୍ମାଣ ଶେଷ ହୋଇଥିଲେ ମଧ୍ୟ ତାହା ଅତି ନିମ୍ନମାନର ହୋଇଛି । ସ୍ୱଚ୍ଛତା ବଦଳରେ ସେଠାରେ ଅପରିଷ୍କାର ସୃଷ୍ଟି ହୋଇଛି । ସୂଚନା ଥାଉକି ପଂଚାୟତର ସରପଂଚ ଓ ସମିତିସଭ୍ୟା ମହିଳା ହୋଇଥିବାରୁ ତାଙ୍କର ସ୍ୱାମୀମାନେ ସରକାରୀ ଅଧିକାରୀ ଓ ସଂପୃକ୍ତ ଠିକାଦାରଙ୍କୁ ହାତକରି ମନମୁଖୀ ଭାବେ କାର୍ଯ୍ୟ କରୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଏଦିଗରେ ଜିଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.