Home ଜିଲ୍ଲା ପରିକ୍ରମା ଶିଶୁ ସୁରକ୍ଷା ଅଧିକାର ଆଇନ ଓ ଶିଶୁ ଗୃହ ସୁପରିଚାଳନା ସଂପର୍କରେ କର୍ମଶାଳା

ଶିଶୁ ସୁରକ୍ଷା ଅଧିକାର ଆଇନ ଓ ଶିଶୁ ଗୃହ ସୁପରିଚାଳନା ସଂପର୍କରେ କର୍ମଶାଳା

123

ମାଲକାନଗିରି,୨୭ା୧୨(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସଦର ମହକୁମା ପରିବର୍ତନ ସଂସ୍ଥା ସଭାଗୃହରେ ଜିଲ୍ଲା ଶିଶୁସୁରକ୍ଷା ବିଭାଗ ପକ୍ଷରୁ  ଶିଶୁଗୃହ ସୁପରିଚାଳନା,ଶିଶୁ ସୁରକ୍ଷା ଅଧିକାରୀ ଆଇନ ସଂପର୍କରେ କର୍ମଶାଳା ଅନୁଷ୍ଟିତ ହୋଇଯାଇଛି । ଏହି କର୍ମଶାଳାରେ ଜିଲ୍ଲାରେ ଥିବା ୪ଟି ଶିଶୁ ଗୃହ ର ୪୩ଜଣ କର୍ମଚାରୀଙ୍କୁ ଶିଶୁ ସୁରକ୍ଷା ଅଧିକାର ଆଇନ ଓ ଶିଶୁ ଗୃହ ସୁପରିଚାଳନା, ଶିଶୁ ଶ୍ରମିକ ଚାଲାଣ,ଶିଶୁ ନିର୍ଯାତନା  ଓ ବାଲ୍ୟବିବାହ ରୋକିବା ସଂପର୍କରେ ତାଲିମ ଦିଆଯାଇଥିଲା । ଏହି କର୍ମଶାଳାରେ ଜିଲ୍ଲାଶିଶୁମଙ୍ଗଳ ସମିତି ଚେୟାରମେନ ଅଶୋକକୁମାର ପଟନାୟକ, ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ନାରାୟଣଚନ୍ଦ୍ର ଦାସ,ଶିଶୁ ମଙ୍ଗଳ ସମିତି ସଭ୍ୟା ଚୁମୁକି ବେହେରା,ଲିଗାଲ ଅଫିସର ସତ୍ୟଜିତ ପଣ୍ଡା,ଜିଲ୍ଲା ଆନୁଷ୍ଠାନିକ ଶିଶୁ ଯତ୍ନ ଅଧିକାରୀ ସୁଦେସ୍ନାରାଉତ,ଉପସ୍ଥିତ ରହି କର୍ମଶାଳାରେ ତାଲିମ ଦେଇଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.