Home ଜିଲ୍ଲା ପରିକ୍ରମା କ୍ୟାନ୍ସର ରୋଗରେ ପିଡିତ ୧୨ବର୍ଷର ବାଳକର ଚିକିତ୍ସା ପାଇଁ ମାହେଶ୍ୱରୀ ଯୁବସଂଘଠନ ପକ୍ଷରୁ ୨୦ହଜାର ଟଙ୍କା...

କ୍ୟାନ୍ସର ରୋଗରେ ପିଡିତ ୧୨ବର୍ଷର ବାଳକର ଚିକିତ୍ସା ପାଇଁ ମାହେଶ୍ୱରୀ ଯୁବସଂଘଠନ ପକ୍ଷରୁ ୨୦ହଜାର ଟଙ୍କା ସହାୟତା

208

ମାଲକାନଗିରି,୨୭ା୧୨ (ଓଡିଆ ପୁଅ ) ଜଣେ ଗରିବ୧୨ବର୍ଷର ବାଳକ ଭୟାବହ କ୍ୟାନ୍ସର ରୋଗରେ ପିଡିତ ହୋଇ ଅର୍ଥଅଭାବରୁ ଚିକିତ୍ସିତ ହେବାକୁ ହସପିଟାଲ ଯାଇ ପାରୁନଥିବା ବେଳେ ତାଙ୍କୁ ହସପିଟାଲ ଯିବାପାଇଁ ମାହେଶ୍ୱରୀ ଯୁବସଂଘଠନ ୨୦ହଜାର ଟଙ୍କା ସହାୟତା ଯୋଗାଇ ଦେଇଛନ୍ତି । ମାଲକାନଗିରି ଜିଲ୍ଲା ଏମପିଭି୧୨ ଗ୍ରାମର ବାଦଲ ହାଲଦାର ଜଣେ ଗରିବ ଚାଷୀ,ତାଙ୍କର ୧୨ବର୍ଷର ପୁଅ ବାପନ ହଲାଦାର ଗତ ଏକ ବର୍ଷହେଲା ଭୟାବହ କ୍ୟାନ୍ସର ରୋଗରେ ପିଡିତ ଅଛନ୍ତି,ଘରେ ଯାହା ଟଙ୍କା ପାଇସା, ଧାନଚାଉଳ, ଗାଇଗୋରୁ ଥିଲା ସବୁ ବିକ୍ରି କରି ପୁଅର ଚିକିତ୍ସାରେ ଲଗାଇଦେଲେ ବାଦଲ । ପୁଅକୁ ପ୍ରତି ଦୁଇମାସରେ ହାଇଦ୍ରାବାଦକୁ ନେଇ ଚିକିତ୍ସା କରିଥାନ୍ତି, ସେ ଜଣେ ଅତ୍ୟନ୍ତ ଗରିବ ହୋଇଥିବାରୁ ପ୍ରତି ଦୁଇମାସକୁ ହାଇଦ୍ରାବାଦ ଯାଇ ଚିକିତ୍ସା କରିବା ତାଙ୍କ ପକ୍ଷେ ସମ୍ଭବପର ହେଉନଥିବାରୁ ପୁଅକୁ ଘରେପକାଇ ରଖିଥିଲେ । ଏ ସଂପର୍କରେ ମାଲକନଗିରି ମାହେଶ୍ୱରୀ ଯୁବସଂଘଠନ ର ସଭାପତି ବିନୋଦ ତାଓ୍ୟାରୀ ଜାଣିବା ପରେ ଏମପିଭି୧୨ ଗ୍ରାମକୁ ଯାଇ କ୍ୟାନ୍ସର ପିଡିତ ବାପନଙ୍କୁ ଦେଖି ବହୁତ ମନଦୁଃଖ କରିଥିଲେ, କିଛି ଅର୍ଥସହାୟତା ଦେବାପାଇଁ ପ୍ରତି ସୃତି ଦେଇଆସିଥିଲେ । ତାଙ୍କର ପ୍ରତି ସୃତି ଅନୁସାରେ ଆଜି  ମହାଶ୍ୱରୀ ଯୁବସଂଘଠନ କାର୍ଯ୍ୟାଳୟକୁ ବାପନ ର ବାପା ବାଦଲ ଙ୍କୁ ଡାକି  ହାଇଦ୍ରାବାଦ ହସପିଟାଲକୁ ଚିକିତ୍ସା ନିମନ୍ତେ ପୁଅକୁ ନେବା ପାଇଁ ତାଙ୍କୁ ନଗଦ ୨୦ହଜାର ଟଙ୍କା ଦେଇ ବାପନର ଆଶୁଆରୋଗ୍ୟ କାମନା କରିଛନ୍ତି , ଆବଶ୍ୟକ ହେଲେ ଆଉକିଛି ଅର୍ଥ ସହାୟତା ଯୋଗାଇ ଦେବେ ବୋଲି ବିନୋଦ ତାଓ୍ୟାରୀ କହିଛଛନ୍ତି । ମାହେଶ୍ୱରୀ ଯୁବସଂଘଠନର ଏହି ମହାନ କାର୍ଯ୍ୟକୁ କ୍ୟାନ୍ସର ପିଡିତ ପରିବାର ,ଏମପିଭି୧୨ ଗ୍ରାମବାସୀ ଓ ଜିଲ୍ଲାବାସୀ ସାଧୁବାଦ ଜଣାଇଛନ୍ତି ।ସୁଚନା ଯୋଗ୍ୟ ଯେ ପୁର୍ବରୁ  ମାହେଶ୍ୱରୀ ଯୁବସଂଘଠନ ପକ୍ଷରୁ ବନ୍ୟା,ବାତ୍ୟରେ ପ୍ରଭାବିତ ଗ୍ରାମବାସୀଙ୍କୁ ରିଲିଫ ସହାୟତା ଯୋଗାଇ ବା ସହିତ ଗରିବ ଲୋକଙ୍କୁ କମ୍ବଳ ପ୍ରଦାନ ଓ ରକ୍ତଦାନଶିବର କରି ସମସ୍ତଙ୍କର ପ୍ରୀୟଭାଜନ ହୋଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.