Home ଜିଲ୍ଲା ପରିକ୍ରମା ଜାତୀୟସ୍ତର କ୍ରୀଡାରେ ସ୍ୱର୍ଣ୍ଣ ପଦକ ପାଇଥିବା ଆଦିବାସୀ ଛାତ୍ରୀ କୁ ଜିଲ୍ଲାପାଳ ସମ୍ବୋର୍ଦ୍ଦନା ଜଣାଇ ୧୦...

ଜାତୀୟସ୍ତର କ୍ରୀଡାରେ ସ୍ୱର୍ଣ୍ଣ ପଦକ ପାଇଥିବା ଆଦିବାସୀ ଛାତ୍ରୀ କୁ ଜିଲ୍ଲାପାଳ ସମ୍ବୋର୍ଦ୍ଦନା ଜଣାଇ ୧୦ ହଜାର ଟଙ୍କା ପୁରସ୍କାର ଦେଲେ

128

ମାଲକାନଗିରି,୨୭ା୧୨ (ଓଡିଆ ପୁଅ ) ଜାତୀୟସ୍ତର କ୍ରୀଡା ପ୍ରତିଯୋଗୀତାରେ ମାର୍କେଲଗୁଡା ଶିଶୁଗୃହର ଗରିବ ଆଦିବାସୀ ଛାତୀ କୁନିମାଢି ବୀଜୟ ହାସଲକରି ସ୍ୱର୍ଣ୍ଣ ଓ ରୌପ୍ୟପଦକ ହାସଲ କରିଥିବାରୁ ତାଙ୍କୁ ଜିଲ୍ଲାପାଳ ସ୍ୱାଗତ ସମ୍ବୋର୍ଦ୍ଦନା ଜଣାଇ ୧୦ହଜାରଟଙ୍କା ପୁରସ୍କାର ପ୍ରଦାନକରିଛନ୍ତି । ଆଜି ସନ୍ଧ୍ୟାରେ ମାଲାକନଗିରି ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ଜାତୀୟସ୍ତର ବିଜୟୀ କୁନି ମାଢିଙ୍କୁ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ପୁସ୍ପଗୁଛ ଦେଇ ସମ୍ବୋର୍ଦ୍ଦନା ଜଣାଇବା ସହିତ ସେ କ୍ରୀଡା କ୍ଷେତ୍ରେରେ ଉନ୍ନତି କରି ଆହୁରି ଆଗକୁ ଯିବା ପାଇଁ ୧୦ହଜାର ଟଙ୍କା ପ୍ରଦାନ କରିଛନ୍ତି । ଏହି ଅବସରରେ ଜିଲ୍ଲାଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଚନ୍ଦ୍ର ଦାସ,  ଆନୁଷ୍ଠାନିକ ଜିଲ୍ଲା ଶିଶୁ ଯତ୍ନଅଧିକାରୀ ସୁଦେସ୍ନାରାଉତ ଉପସ୍ଥିତ ଥିଲେ । ସୁଚନା ଯୋଗ୍ୟ ଯେ କେନ୍ଦ୍ର ମହିଳା ଓ ଶିଶୁ ମନ୍ତ୍ରାଳୟ  ବିଭାଗ ପକ୍ଷରୁ ଦିଲ୍ଲୀ ଠାରେ ହୋସଲା ଜାତୀୟସ୍ତରୀୟ କ୍ରାଡା ପ୍ରତିଯୋଗୀତାରେ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲା ମାର୍କେଲଗୁଡା ଶିଶୁଗୃହର ୭ମ ଶ୍ରେଣୀ ଗରିବ ଆଦିବାସୀ ଛାତ୍ରୀ କୁନି ମାଢୀ ଭାଗନେଇ କୃତିତ୍ୱ ହାସଲ କରି ଜାତୀୟସ୍ତରରେ ପ୍ରଥମ ସ୍ଥାନ ଅଧିକାରକରି ସ୍ୱର୍ଣ୍ଣ ପଦକ ଓ ମାନପତ୍ର ପାଇ ପୁରସ୍କୃତ ପାଇଛନ୍ତି । ଏହି ପ୍ରତି ଯୋଗୀତାରେ ବିଭିନ୍ନ ରାଜ୍ୟରୁ ଶତାଧିକ ଛାତ୍ର ଛାତ୍ରୀ ଭାଗନେଇଥିଲେ ।  ସେମାନଙ୍କୁ ମଧ୍ୟରୁ ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକ କୋୟାଗୁଡା ଗ୍ରାମର ଆଦିବାସୀ କସା ମାଢୀଙ୍କ ଝିଅ କୁନିମାଢି ତାଙ୍କ ପରିବା ଅତ୍ୟନ୍ତ ଗରିବ ହୋଇଥିବାରୁ ଜିଲ୍ଲାଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ମାର୍କେଲଗୁଡା ଶିଶୁଗୃହରେ ତାଙ୍କୁ ରଖାଯାଇ ପାଠପଢିବାର ବ୍ୟବସ୍ଥା କରାଯାଇଥିଲା । କୁନି ପ୍ରଥମେ ଜିଲ୍ଲାସ୍ତର ତାପରେ ରାଜ୍ୟସ୍ତରରେ କ୍ରୀଡାରେ ଭଲ ପ୍ରଦର୍ଶନ କରି ଜାତୀୟସ୍ତରକୁ ମନୋନିତ ହୋଇ ଜାତୀୟସ୍ତର ହୋସଲା କ୍ରୀଡା ପ୍ରତି ଯୋଗୀତାରେ ଭାଗନେଇଥିଲେ । ସେ ୧୦୦ମିଟର ଦୌଡପ୍ରତି ଯୋଗତୀରେ ପ୍ରଥମ ସ୍ଥାନ ଅଧିକାରୀ କରି ସ୍ୱର୍ଣ୍ଣ ଓ ଲଙ୍ଗଜମ୍ପରେ ଦିତ୍ୱୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ହାସଲକରି ସମଗ୍ର ଜିଲ୍ଲାପାଇଁ ଗୌରବ ଆଣିଛନ୍ତି । କୁନି ମାଢୀ ଜାତୀସ୍ତରରେ ପୁରସ୍କୃତ ହୋଇ ଥିବାରୁ ଜିଲ୍ଲାଶିଶୁ ସୁରକ୍ଷା ବିଭାଗ,ମାର୍କେଲଗୁଡା ଶିଶୁଗୃହର ଶିକ୍ଷକ ,ଶିକ୍ଷୟତ୍ରୀ  ଙ୍କ ମହଲରେ ପ୍ରଶଂସାର ପାତ୍ର ହୋଇଛନ୍ତି ,

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.