Home ଜିଲ୍ଲା ପରିକ୍ରମା ଶାନ୍ତି ପ୍ରତିଷ୍ଠା ଓ କ୍ରୀଡାର ବିକାଶ ପାଇଁ ଖେଳ ଇଣ୍ଡିଆ କ୍ରୀଡାପ୍ରତି ଯୋଗୀତା ଉଦଘାଟିତ

ଶାନ୍ତି ପ୍ରତିଷ୍ଠା ଓ କ୍ରୀଡାର ବିକାଶ ପାଇଁ ଖେଳ ଇଣ୍ଡିଆ କ୍ରୀଡାପ୍ରତି ଯୋଗୀତା ଉଦଘାଟିତ

140

ମାଲକାନଗିରି,୧୦ ।୧(ଓଡିଆ ପୁଅ ) ଶାନ୍ତିପ୍ରତିଷ୍ଠା ଓ କ୍ରୀଡାର ବିକାଶ ନିମନ୍ତେ ତିନିଦିନିଆ ଖେଳ ଇଣ୍ଡିଆ କ୍ରୀଡା ପ୍ରତିଯୋଗୀତା ଆଜି ମାଲକାନଗିରି ରେ ଉଦଘାଟିତ ହୋଇଯାଇଛି । ସ୍ଥାନୀୟ ଷ୍ଟାଡିୟମ ପରିସରରେ ଜିଲ୍ଲାକ୍ରୀଡା ଅଧିକାରୀ କୁଳମଣି ନିଆଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଉତ୍ସବରେ ମୁଖ୍ୟଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶଚନ୍ଦ୍ର ମାଝୀ,ସମ୍ମାନିତ ଅତିଥିଭାବେ ମାଲକାନଗିରି ବିଧାୟକ ଆଦିତ୍ୟମାଢୀ,ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ,ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ତହସିଲଦାର ଡ.ଗୁଣନିଧି ନାୟକ,  ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମାନସ ମିଶ୍ର ଯୋଗଦେଇ  କ୍ରୀଡା ପତାକା ଉତୋଳନ ସହ କ୍ରୀଡା ମସାଲ ପ୍ରଜ୍ୱଳନକରି ଖେଳଇଣ୍ଡିଆ କ୍ରୀଡାଉତ୍ସବ ଉଦଘାଟନ କରିଥିଲେ ,ଶିକ୍ଷାସହିତ କ୍ରୀଡାର ଆବଶ୍ୟକତା ରହିଛି, କ୍ରୀଡାବିତ ମାନେ କେଉଁଗୁଣରେ କମନୁହଁନ୍ତି,ଏହି କ୍ରୀଡାଦ୍ୱାରା ଦେଶବିଦେଶରେ ଶାନ୍ତିପ୍ରତିଷ୍ଠା ହେବାସହିତ କ୍ରୀଡାର ବିକାଶ ଘଟିପାରିବ ବୋଲି ମଚାଂସିନ ଅତିଥି ମାନେ କହିଥିଲେ । ଏହି କ୍ରୀଡା ଉତ୍ସବରେ ଜିଲ୍ଲାର ସାତଟି ବ୍ଲକର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରୁ  ୬୦୦ଜଣ ଛାତ୍ର ଛାତ୍ରୀ ଭାଗନେଇ ବିଭିନ୍ନ କ୍ରୀଡା ପ୍ରଦର୍ଶନ କରିଥିଲେ ।  ୪୦ଜଣ କ୍ରୀଡାଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ରହି କ୍ରୀଡା ଗୁଡିକୁ ପରିଚାଳନା କରିଥିବା ବେଳେ ସ୍ୟାମସୁନ୍ଦର ନାୟକ ଓ ବିନାଶକୁମାର ମିଶ୍ର ମଚଂ ପରିଚାଳନା କରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.