Home ଓଡ଼ିଶା ନବୀନଙ୍କ ପ୍ରତି ଶ୍ରଦ୍ଧା! ବିଜୁ ଗୁଣ୍ଡା ବାହିନୀ କଥା ମିଥ୍ୟା?

ନବୀନଙ୍କ ପ୍ରତି ଶ୍ରଦ୍ଧା! ବିଜୁ ଗୁଣ୍ଡା ବାହିନୀ କଥା ମିଥ୍ୟା?

572

ଭୁବନେଶ୍ୱର/ବ୍ରହ୍ମପୁର: ରାଷ୍ଟ୍ରବ୍ୟାପୀ ସିଏଏ ସପକ୍ଷରେ ବିଜେପି ପକ୍ଷରୁ କରାଯାଉଥିବା ସଚେତନତା କାର୍ଯ୍ୟକ୍ରମ ଅନୁଯାୟୀ ବ୍ରହ୍ମପୁରରେ ହୋଇଯାଇଛି ଏକ ବିରାଟ ଶୋଭାଯାତ୍ରା।ଏଥିରେ କେନ୍ଦ୍ର ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ବବୁଲ୍ ସୁପ୍ରିୟୋ ଏବଂ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଯୋଗ ଦେଇଥିଲେ।ଏହି ଅବସରରେ ଗଣମାଧ୍ୟମ ସହିତ ଆଲୋଚନା ବେଳେ ବବୁଲ୍ କହିଛନ୍ତି, ନବୀନ ପଟ୍ଟନାୟକ ଜଣେ ପଢ଼ାଲେଖା କରିଥିବା ସଭ୍ୟ ବ୍ୟକ୍ତିତ୍ୱ।ଏତେ ଦିନର ପପୁଲାର୍ ମୁଖ୍ୟମନ୍ତ୍ରୀ।ନବୀନ ପଟ୍ଟନାୟକ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭିତରେ ଫରକ ଦେଖାଇବାକୁ ଯାଇ ବବୁଲ୍ କହିଲେ, ନବୀନ ପଟ୍ଟନାୟକଙ୍କ ସହିତ ବସି ଆଲୋଚନା କରିହେବ।ଯଦି ତାଙ୍କୁ କେହି ନିର୍ବାଚନରେ ହରାଇ ଦେଲେ ମଧ୍ୟ ସେ ଗୁଣ୍ଡା ପଠାଇ ଆକ୍ରମଣ କରିବେ ନାହିଁ।ଯେତେବେଳେ କି ମମତା ବାନାର୍ଜୀ ତାଙ୍କ ଉପରେ ୭ ଥର ଆକ୍ରମଣ କରିଛନ୍ତି।ନବୀନଙ୍କୁ ସେ ଶ୍ରଦ୍ଧା କରନ୍ତି, ସେ ଦେଶର ଜଣେ ବଡ଼ନେତା ବୋଲି କହିଥିଲେ ବବୁଲ୍ ସୁପ୍ରିୟୋ।ନବୀନଙ୍କ ମନରେ ଯଦି କିଛି ଥାଏ, ତେବେ ତାଙ୍କ ସହିତ କେନ୍ଦ୍ର ସରକାର ବସି ଆଲୋଚନା କରିପାରିବ, ଏବଂ ଯାହା ଦେଶ ପାଇଁ ଭଲ ତାହା ହେବ।

ସିଏଏ ଆଣିଛି ନୂତନ ଆଶା,ସିଏଏ ସପକ୍ଷେ ଆମ ଓଡ଼ିଶା: ଦେଖନ୍ତୁ ପିଙ୍କି, ଅନୁ ଆଉ ପଞ୍ଚାନନଙ୍କ ଭିଡିଓ ..

ସିଏଏ ସପକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଭିତରେ ଗଣମାଧ୍ୟମ ସହିତ ଆଲୋଚନା ବେଳେ ବବୁଲ୍ ଏପରି କହିଥିଲେ।ଯେତେବେଳେ କି ଆଜିର ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବିଜେପିରେ ନବୀନଙ୍କ ୧ ନମ୍ବର ଶତୃ କୁହାଯାଉଥିବା ବୈଜୟନ୍ତ ପଣ୍ଡା ଏବଂ ଟିଭି କ୍ୟାମେରା ଆଗରେ ନବୀନଙ୍କୁ ସବୁ ବେଳେ ଗାଳି କରୁଥିବା ଭୃଗୁ ବକ୍ସିପାତ୍ର ଉପସ୍ଥିତ ଥିଲେ।ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ାରେ ବୈଜୟନ୍ତଙ୍କ ଦ୍ୱାରା ପାଣି ଟାଙ୍କି ଉଦ୍ଘାଟନ ସମୟରେ ବିଜେଡି ଗୁଣ୍ଡା ଆକ୍ରମଣ କରିଥିବା ଅଭିଯୋଗ ହୋଇଥିବା ବେଳେ ଭୃଗୁଙ୍କ ପରି ଓଡ଼ିଶା ବିଜେପିର ରାଜ୍ୟ (ଟିଭି) ନେତାମାନେ ସବୁବେଳେ “ବିଜୁ ଯୁବା ବାହିନୀ”କୁ ନବୀନ ପଟ୍ଟନାୟକଙ୍କ “ବିଜୁ ଗୁଣ୍ଡା ବାହିନୀ” ବୋଲି କହି ଆସୁଥିଲେ।/-ଦେବଦତ୍ତ ରଥ

ଧର୍ମେନ୍ଦ୍ର – ଅପରାଜିତା ଶୀତଳ ଯୁଦ୍ଧ: ମ୍ୟାଡମଙ୍କୁ ଡରୁଛନ୍ତି କି ମନ୍ତ୍ରୀ?

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.