Home ଜିଲ୍ଲା ପରିକ୍ରମା ଜିଲ୍ଲାପରିଷଦ କାର୍ଯ୍ୟାଳୟରେ କଂଗ୍ରେସ କର୍ମୀ ତାଲାପକାଇ ବୈଠକ ବନ୍ଦକଲେ,ନିରାଶ ହୋଇ ଘରକୁ ଫେରିଲେ ସଭ୍ୟ ସଭ୍ୟା

ଜିଲ୍ଲାପରିଷଦ କାର୍ଯ୍ୟାଳୟରେ କଂଗ୍ରେସ କର୍ମୀ ତାଲାପକାଇ ବୈଠକ ବନ୍ଦକଲେ,ନିରାଶ ହୋଇ ଘରକୁ ଫେରିଲେ ସଭ୍ୟ ସଭ୍ୟା

184

ମାଲକାନଗିରି,୧୦ ।୧(ଓଡିଆ ପୁଅ ) ଆଜିଥିଲା ମାଲକାନଗିରି ଜିଲ୍ଲାପରିଷଦ ବୈଠକ,ଏହି ବୈଠକ ଆରମ୍ଭ ହେବା ପୁର୍ବ ରୁ  ସେଠାରେ ପହଁଚି ଯାଇଥିଲେ  କଂଗ୍ରେସ କର୍ମୀ ମାନେ, କାର୍ଯ୍ୟାଳୟ ରେ ତାଲା ପକାଇ ବୈଠକ ବନ୍ଦକରିଦେଇଥିଲେ । ଏହି ବୈଠକରେ ଯୋଗଦେବା ପାଇଁ ନବରଙ୍ଗପୁର ସାଂସଦ ରେଶଚନ୍ଦ୍ର ମାଝୀ,ବିଧାୟକ ଅଦିତ୍ୟମାଢୀ  ମାଲକାନିଗିର ସର୍କିଟ ହାଉସରେ ଥିବାବେଳେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମି,ପିଡି ଡିଆରଡିଏ ବେରସେନପ୍ରଧାନ, ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମାନସ ମିଶ୍ର ଙ୍କ ସହିତ ଜିଲ୍ଲାପରିଷଦ ସଭ୍ୟ ଓ ସଭ୍ୟାମାନେ ଜିଲ୍ଲାପରିଷଦ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ । ଅଳ୍ପକେତେଜଣ ସଭ୍ୟ ସଭ୍ୟା ଆସିନଥିବାରୁ ସେମାନଙ୍କୁ ଅପେକ୍ଷା କରାଯାଇ ଥିବା ବେଳେ ହଟାତ କଂଗ୍ରେସ ନେତା ଓ କର୍ମୀ ମାନେ ସେଠାରେ ପହଁଚି ଯାଇ ତୁରନ୍ତ ବୈଠକ ବନ୍ଦକରି କାର୍ଯାଳୟରୁ ବାହାରି ଯିବା ପାଇଁ କହିଥିଲେ । ଜିଲ୍ଲାପରିଷଦ ଅନ୍ୟାନ ଅଧିକାରୀ ଓ ସଭ୍ୟ ସଭ୍ୟାମାନେ କାର୍ଯ୍ୟାଳୟ ଭିତରୁ ବାହାରକୁ ପଳାଇ ଆସିବା ପରେ କଂଗ୍ରେସ କର୍ମୀ ମାନେ ଜିଲ୍ଲାପରିଷଦ କାର୍ଯ୍ୟାଳୟର ମୁଖ୍ୟଫାଟକରେ ତାଲାପକାଇ ଦେଇଥିଲେ । ଜିଲ୍ଲାରେ କଂଗ୍ରେସ ଦଳ ପକ୍ଷରୁ ବନ୍ଦଡାକରା ଦିଆଯାଇଥିବା ବେଳେ ଜିଲ୍ଲାପରିଷଦ ବୈଠକକୁ ଘୁଚାଂଇ ନଦେଇ ଆଜି ରଖିଥିବାରୁ ଦୁରଦୁରାନ୍ତରୁ ବହୁକଷ୍ଠରେ ଖର୍ଚାନ୍ତ ହୋଇ ଜିଲ୍ଲାପରିଷଦ ସଭ୍ୟ,ସଭ୍ୟା ମାନେ ମାଲକାନଗିରି ରେ ଆସିପହଁଚି ଥିଲେ,ହେଲେ ବୈଠକ ବାତିଲ କରିଦେବାରୁ ନିରାଶ ହୋଇ ଫେରି ଯାଇଥିବାର ଜଣାପଡିଛି । ଏ ସଂପର୍କରେ ଜିଲ୍ଲାପରିଷଦ ଅଧ୍ୟକ୍ଷକ ଦଶରଥ ପଡିଆମୀ କହିଛନ୍ତି ବହୁଦିନ ଆଗରୁ ଜିଲ୍ଲାପରିଷଦ ବୈଠକର ତାରିଖ ନିର୍ଦ୍ଦାରିତ କରାଯାଇ ସଭ୍ୟସଭ୍ୟା ମାନଙ୍କ ନିକଟକୁ ଚିଠି ପଠାଯାଇଥିଲା । ତେଣୁ ଆଜି ବୈଠକ ହେବା ପାଇଁ ନିସ୍ପତି ନିଆଯାଇଥିବାରୁ ଅଳ୍ପକିଚି ସଭ୍ୟ ସଭ୍ୟାଙ୍କୁ ଛାଡି ପ୍ରାୟସଭ୍ୟସଭ୍ୟା ମାନେ ଉପସ୍ଥିତ ଥିଲେ । ବୈଠକ ଆରମ୍ଭ ହେବା ଆଗରୁ କଂଗ୍ରସେ କର୍ମୀ ମାନେ ପହଁଚି କାର୍ଯ୍ୟାଳୟରେ ତାଲା ପକାଇ ଦେବାରୁ ଆଜି ବୈଠକ ସ୍ଥଗିତ ରଖା ଯାଇ ଆସନ୍ତା ୧୫ତାରିଖରେ ବୈଠକ ହେବାପାଇଁ ନିସ୍ପତି ନିଆଯାଇଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.