Home କେନ୍ଦୁଝର ଲୋକଙ୍କ ବସିବାପାଇଁ ଜୟଦୁର୍ଗା ଫାଉଣ୍ଡେସନ ପକ୍ଷରୁ ବେଞ୍ଚ ପ୍ରଦାନ

ଲୋକଙ୍କ ବସିବାପାଇଁ ଜୟଦୁର୍ଗା ଫାଉଣ୍ଡେସନ ପକ୍ଷରୁ ବେଞ୍ଚ ପ୍ରଦାନ

15

ହାଟଡ଼ିହି, ୨୧ । ୧୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ, ତହସିଲ, ବ୍ୟାଙ୍କ, ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ଛେନାପଦି ମାର୍କେଟ ପ୍ରଭୃତି ସ୍ଥାନରେ ସାଧାରଣ ଲୋକମାନେ ବସା ଉଠା କରିବା ପାଇଁ କୌଣସି ବ୍ୟବସ୍ଥା ନଥିବାବେଳେ ଜୟଦୁର୍ଗା ଫାଉଣ୍ଡେସନ ପକ୍ଷରୁ ଏହିସବୁ ସ୍ଥାନ ମାନଙ୍କରେ ସିମେଣ୍ଟ ତିଆରି ବେଞ୍ଚ ମାନ ସ୍ଥାପନ କରାଯାଇଛି । ବିଶେଷକରି ବ୍ଲକ, ତହସିଲ ଓ ବ୍ୟାଙ୍କ ସମ୍ମୁଖରେ ଲୋକମାନେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇ ରହୁଥିବାବେଳେ ସେମାନଙ୍କ ବସିବା ପାଇଁ କୌଣସି ସୁବିଧା ନଥିଲା । ଏହାକୁ ଦେଖି ଜୟଦୁର୍ଗା ଫାଉଣ୍ଡେସନର ଅଧ୍ୟକ୍ଷା ସୁରେଶ୍ୱରୀ ସାଗରିକା ଜେନା, ସଭାପତି ଉମାକାନ୍ତ ରାଉତ ପ୍ରମୁଖ ବହୁ ବିଚାର ବିମର୍ଶ ପରେ ଏହିସବୁ ସ୍ଥାନ ମାନଙ୍କରେ ଦୁଇ ଦୁଇଟି ବେଞ୍ଚ ପକାଇ ଏହିସବୁ କାର୍ଯ୍ୟାଳୟକୁ ଆସୁଥିବା ଲୋକମାନେ ଯେପରି ଆରମରେ ବସି ପାରିବେ ସେନେଇ ବ୍ୟବସ୍ଥା କରିଛନ୍ତି । ଯାହାକୁ ସବୁ ମହଲରେ ପ୍ରସଂଶା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.