Home ଜିଲ୍ଲା ପରିକ୍ରମା ଲଘୁ ଖଣିଜ ବୋଝେଇ ହାଇବା ଓ ଟ୍ରାକ୍ଟର ଜବତ

ଲଘୁ ଖଣିଜ ବୋଝେଇ ହାଇବା ଓ ଟ୍ରାକ୍ଟର ଜବତ

87

କୋରେଇ ୦୯/୮(ଓଡ଼ିଆ ପୁଅ/ଭାସ୍କର ସାହୁ) ବ୍ୟାସନଗର ତହସିଲଦାର ଡଃ ଶରତ ଚନ୍ଦ୍ର ମହାପାତ୍ର ଆଜି ସକାଳୁ ୧୬ ନମ୍ବର ଜାତୀୟ ରାଜପଥର ଟୋଲଗେଟ ନିକଟରୁ ବେଆଇନ ମୋରମ ବୋଝେଇ କରିଥିବା ଏକ ହାଇବା(ଓଡି୦୪କେ୦୯୩୭) ଓ ଏକ ବାଲି ବୋଝେଇ ଟ୍ରାକ୍ଟର(ଓଡି୩୪ଏଚ୍‌୭୯୩୨)କୁ ଜବତ କରି ପାଣିକୋଇଲି ପୁଲିସକୁ ହସ୍ତାନ୍ତର କରିଛନ୍ତି। ରାଜପଥରେ ବେଆଇନ ଭାବେ ଯାଉଥିବା ଗାଡିକୁ ଯାଂଚ ସମୟରେ ହାଇବା ଓ ଟ୍ରାକ୍ଟର ଚାଳକ ମୋରମ ଓ ବାଲି ବୋଝେଇର କୌଣସି କାଗଜାତି ଦେଖାଇ ପାରିନଥିଲେ। ତହସିଲଦାରଙ୍କ ସହିତ ସୁପରଭାଇଜର ବିଷ୍ଣୁଚରଣ ପଣ୍ଡା, ପାଣିକୋଇଲି ଆରଆଇ ସୁଧି ରଂଜନ ମଳ୍ଲିକ ଏହି ଚଢାଉରେ ସାମିଲଥିଲେ। ଧାର୍ଯ୍ୟ ଜରିମାନା ଅର୍ଥ ପୈଠ କଲାପରେ ଗାଡି ଦୁଇଟିକୁ ଛଡାଯିବ ବୋଲି ତହସିଲ ପକ୍ଷରୁ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.