Home ଜିଲ୍ଲା ପରିକ୍ରମା ଲଘୁଚାପ : ବଢୁଛି ନଦୀର ଜଳସ୍ତର, ଗାଁ ଦାଣ୍ଡରେ ପାଣି

ଲଘୁଚାପ : ବଢୁଛି ନଦୀର ଜଳସ୍ତର, ଗାଁ ଦାଣ୍ଡରେ ପାଣି

176

ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲଘୁଚାପ ବର୍ଷାରେ ଭଦ୍ରକର ବିଭିନ୍ନ ଅଂଚଳରେ ବୈତରଣୀ ଓ ସାଳନ୍ଦୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏପରିକି ଅନେକ ସ୍ଥାନରେ ଅସ୍ଥାୟୀ ନଦୀବନ୍ଧ ଭାଙ୍ଗିଥିବାର ଜଣାପଡିଛି । ଶୀତଳପୁର ଠାରେ ନଦୀଜଳ କୂଳ ଲଂଘି ଗାଁ ଦାଣ୍ଡ ଓ ବିଦ୍ୟାଳୟ ପରିସରରେ ଲହଡି ଭାଙ୍ଗୁଥିବାର ଦେଖାଯାଇଛି । ଯାହାଫଳରେ ନଈଜୋରରେ ଭାସିଯାଇ ଜଣେ ଚାଷୀ ଗତକାଲି ଠାରୁ ନିଖୋଜ ଅଛନ୍ତି । ଲଘୁଚାପ ପ୍ରଭାବରେ ଗତ ଦୁଇଦିନ ହେଲା ଲଗାଣ ବର୍ଷାରେ ଏହି ଜିଲାର ଆରଡି ଅଂଚଳରେ ବୈତରଣୀ ଓ ସାଳନ୍ଦୀ ନଦୀର ଜଳସ୍ତର ବୃଦ୍ଧି ପାଉଥିବାବେଳେ ଜୁଆର ସମୟରେ ନଦୀର ଜଳସ୍ତର ଦୁଇଗୁଣ ହୋଇପଡିଥିଲା । ଫଳରେ ଆରଡି ନିକଟସ୍ଥ ଶୀତଳପୁର ଠାରେ ଅସ୍ଥାୟୀ ନଦୀବନ୍ଧ ନଦୀ ମଧ୍ୟକୁ ଚାଲିଯିବା ଦ୍ୱାରା ନଦୀ କୂଳ ଲଙ୍ଘି ଗାଁ ଦାଣ୍ଡ ବିଦ୍ୟାଳୟ ପରିସରକୁ ବୁଡାଇ ରଖିଛି । ଅନ୍ୟପଟେ ବୈତରଣୀ ନଦୀର ପ୍ରଖର ସ୍ରୋତ ଥିବାରୁ ବାଲିଗାଁ ମଠସାହିର ଚାଷୀ ବିଲକୁ ଧାନ ରୋଇବା ପାଇଁ ଯାଇ ଅସ୍ଥାୟୀ କାଠ ଚାରାରୁ ଖସି ଦୁଇଦିନ ହେବ ନିଖୋଜ ଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.