Home ଜିଲ୍ଲା ପରିକ୍ରମା ଅଗ୍ନିକାଣ୍ଡରେ ଘର ଭସ୍ମୀଭୂତ

ଅଗ୍ନିକାଣ୍ଡରେ ଘର ଭସ୍ମୀଭୂତ

149

ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ନିକଟସ୍ଥ କରଞ୍ଜମାଳ ପଂଚାୟତ, କୁସୁନୀପୁର ଗ୍ରାମର ଏକ ପରିବାରର ବାସଗୃହ ଅଗ୍ନିକାଣ୍ଡରେ ସଂପୂର୍ଣ ଭାବରେ ଭସ୍ମୀଭୂତ ହୋଇଯାଇଛି । ପ୍ରାପ୍ତ ଖବର ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ କୁସୁନୀପୁର ଗ୍ରାମର କୁଳମଣି ସାହୁଙ୍କ ପରିବାର ଶୋଇ ଥିବା ବେଳେ କୌଣସି କାରଣରୁ ତାଙ୍କ ଘରେ ନିଆଁ ଲାଗି ଯାଇଥିଲା । ଏହି ନିଆଁର ପ୍ରକୋପରେ କୁଳମଣିଙ୍କ ଗୋଡ ଏବଂ ହାତ କିଛି ଅଂଶରେ ପୋଡି ଯାଇଥିବା ବେଳେ ବାସଘରଟି ସଂପୂର୍ଣ୍ଣ ପୋଡି ଯାଇଥିଲା ।ନିଛାଟିଆ ଘର ହୋଇଥିବାରୁ ବହୁ ବିଳମ୍ବରେ ସ୍ଥାନୀୟ ଅଧିବାସୀ ଯାଇ ଘରର ନିଆଁ ଲିଭାଇଥିଲେ ମାତ୍ର ସେତେବେଳକୁ କୁଳମଣିଙ୍କ ଘର ଟି ସଂପୂର୍ଣ ପୋଡି ପାଉଁଶ ହୋଇ ଯାଇଥିଲା । ତୁରନ୍ତ କୁଳମଣିକୁ ବଇଂଚା ମେଡିକାଲକୁ ନେଇ ଚିକିତ୍ସା କରାଯାଇଥିଲା । ତାଙ୍କ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇଦେବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯିିବାକୁ ପଂଚାୟତବାସୀ ଦାବୀ ଜଣାଇଛନ୍ତି ।ଏହି ଖବର ଶୁଣିବା ପରେ କରଞ୍‌ଜମାଳ ପଂଚାୟତର ପୂର୍ବତନ ସରପଂଚ ରମେଶ ନାୟକ , ଚାନ୍ଦବାଲି ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ଜୟନ୍ତ ବେହୁରା ଏବଂ ଅନ୍ୟମାନେ ଘଟଣା ସ୍ଥଳରେ ପହଂଚି ଅଗ୍ନିବିପନ୍ନ ପରିବାରକୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.