Home ଓଡ଼ିଶା ଲକ ଡାଉନ ସମୟରେ ସହର ଓ ପଚାଂୟତ ଗୁଡିକରେ ରନ୍ଧାଖାଦ୍ୟ ଯୋଗଣ

ଲକ ଡାଉନ ସମୟରେ ସହର ଓ ପଚାଂୟତ ଗୁଡିକରେ ରନ୍ଧାଖାଦ୍ୟ ଯୋଗଣ

117

ମାଲକାନଗିରି,୩୦ା୩(ଓଡିଆ ପୁଅ )ସମଗ୍ର ବିଶ୍ୱ କରୋନା କବଳରେ ଥିବା ବେଳେ ଲକ ଡାଉନ ହୋଇ ଯାଇଥିବାରୁ ସହର ଓ ବିଭିନ୍ନ ପଚାଂୟତ ଗୁଡିକରେ ଅଟକିରହି ଯାଇଥିବା ଶ୍ରମିକ ଓ ଅସହାୟ ଲୋକ ମାନଙ୍କୁ ମାଲକାନଗିରି ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ଙ୍କ ନିର୍ଦ୍ଦେଶ କ୍ରମେ ଗତ କାଲିଠାରୁ ରନ୍ଧାଖାଦ୍ୟ ଯୋଗାଇ ଦିଆ ଯାଉଛି । ଜିଲ୍ଲାପ୍ରଶାସନିକ ପକ୍ଷରୁ ମାଲକାନଗିରି,ପଡିଆ,କାଲିମେଳା, କୋରକୁଣ୍ଡା, ଚିତ୍ରକୋଣ୍ଡା,ଖଇରପୁଟ,ମାଥିଲି ସାତଟି ବ୍ଲକର ୧୧୧ ଟି ପଚାଂୟତ ମଧ୍ୟରୁ ୧୦୭ଟି ପଚାଂୟତର ୮ହଜାର୪୨୦ଜଣ ଙ୍କୁ ମହିଳା ସ୍ୱୟଂସହାୟକ ଗୋଷ୍ଠି ମାଧ୍ୟମରେ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି , ମାଲକାନଗିରି ପୌରପରିଷଦ ସହରାଚଂଳ ବାସହୀନ ଅଶ୍ରୟସ୍ଥଳୀରେ ଆଶ୍ରୟ ନେଇଥିବା ୧୫ଜଣଙ୍କୁ ଓ ଶତାଧିକ ଅନୟାନ ଗରିବ ଲୋକଙ୍କୁ ମହିଳା ସ୍ୱୟଂସହାୟକ ଗୋଷ୍ଠି ମାଧ୍ୟମରେ ଆଶ୍ରୟସ୍ଥଳ ଓ ଘର ଘର ବୁଲି ରନ୍ଧାଖାଦ୍ୟ ଓ ଜଳଖିଆ ଯୋଗାଇ ଦିଆଯାଉଛି । ଏହାବ୍ୟତିତ ଜୟ ମାଲକାନଗିରି ଗୃପର ଯୁବକ ଗୋଷ୍ଠି କୁମୁଟିଗୁଡା, ଆର୍ଶିବାଦ କଲୋନିରେ ଗରିବ ଙ୍କୁ ଚୁଡା,ଗୁଡ,ବିସ୍କୁଟ,ମାହେଶ୍ୱରୀ ଯୁବମଚଂ ପକ୍ଷରୁ କଲ ଡାଉନ ସମୟରେ କାର୍ଯ୍ୟରତ ପୁଲିସକର୍ମଚାରୀ ମାନଙ୍କୁ ଚା ବିସ୍କୁଟ ବାଟିଂବା ସହିତ ଜୈନ ସମାଜ ପକ୍ଷରୁ ମାଲକାନଗିରି ସହର ସହିତ ବିଭିନ୍ନ କଲୋନିରେ ଥିବା ଗରିବ ଲୋକ ଓ ଭିକାରୀ ମାନଙ୍କୁ ରନ୍ଧାଖାଦ୍ୟ, ଜଳଖିଆ ପୁଡିଆ,ରାସନ ସାମଗ୍ରୀ େଦେବାସହ ବୁଲା ଗାଇଗୋରୁ ମାନଙ୍କୁ ଏକହଜାର ରୋଟି ଖାଇବାକୁ ଦେଇଛନ୍ତି ।ସମାଜ ସେବୀ ବିନାଶ କୁମାର ମିଶ୍ର ସହରର ବିଭିନ୍ନ କଲୋନି ବୁଲି ଗରିବ ଲୋକମାନଙ୍କୁ ଜଳଖିଆ ପୁଡିଆ ବାଟିଂବା ସହ ସେମାନଙ୍କୁ କରୋନା ସଂକ୍ରମଣଠାରୁ ଦୁରରେ ରହି ତାଲାବନ୍ଦ ସମୟରେ ଘରୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦେଇଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.