Home ଓଡ଼ିଶା ମାଓବାଦୀଙ୍କ ଦ୍ୱାରା ବିତାଡିତ ୧୫ ପରିବାର ଙ୍କୁ ଜିଲ୍ଲାପ୍ରଶାସନ ମାସକର ରାସନ ସାମଗ୍ରୀ ଯୋଗାଇଲା

ମାଓବାଦୀଙ୍କ ଦ୍ୱାରା ବିତାଡିତ ୧୫ ପରିବାର ଙ୍କୁ ଜିଲ୍ଲାପ୍ରଶାସନ ମାସକର ରାସନ ସାମଗ୍ରୀ ଯୋଗାଇଲା

146

ମାଲକାନଗିରି,୩୦ା୩(ଓଡିଆ ପୁଅ ) ଗତ ତିନିବର୍ଷତଳେ ମାଥିଲି ବ୍ଲକସ୍ଥ ମହୁପଦର ପଚାଂୟତର ପ୍ରାୟ ୧୫ଘର ଆଦିବାସୀ ମାଓବାଦୀଙ୍କ ଦ୍ୱାରା ବିତାଡିତ ହୋଇ ମାଓବାଦୀଙ୍କ ଭୟରେ ନିଜର ଘର ଦ୍ୱାରା ଛାଡି ମାଲକାନଗିରି ଜିଲ୍ଲାସଦର ମହକୁମାସ୍ଥ ଆର୍ଶିବାଦ ଭୈରବୀ କଲୋନି ରେ କୁଡିଆ କରି ଆଶ୍ରୟ ନେଇଛନ୍ତି । ସେମାନେ ସହରରେ କୁଲିବୃତି କରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । କରୋନା ପାଇଁ ଲକ ଡାଉନ ହୋଇଯିବାରୁ ସେମାନେ ଘରୁ ବାହାରକୁ ବାହାରି ପାରୁନାହିଁନ୍ତକି କି କୌଣସି ସ୍ଥାନରେ କାମ ପାଉନଥିବାରୁ ପରିବାର ବହୁକଷ୍ଠରେ ରହିଥିବା ଖବର ପାଇ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ତହସିଲଦାର ଗୁଣନିଧି ନାୟକ, ସହକାରି ଜିଲ୍ଲାପାଳ,ପୌରପରିଷଦ କର୍ମଚାରୀ ଅନ୍ୟାନ ଅଧିକାରୀ ଓ ସ୍ୱେଚ୍ଛାସେବୀ ଯୁବକ ମାନେ ଗାଡିରେ ରାସନ ସାମଗ୍ରୀ ବୋଝେଇ କରି ଭୈରବୀ କଲୋନିରେ ପହଁଚି ଥିଲେ । ମାଓବିତାଡିତ ୧୫ପରିବାର ର ୫୪ଜଣ ଙ୍କ ପାଇଁ ଚାଉଳ, ଡାଲି, ତେଲ, ଲୁଣ, ତେଜରାତି ସଉଦା, ପନିପରିବା ଇତ୍ୟାଦି ମାସକର ରାସନ ସାମଗ୍ରୀ ଯୋଗାଇ ଦେଇଛନ୍ତି । ଏହାବ୍ୟତିତ ୪ଜଣ ବୃଦ୍ଧଙ୍କ ପାଇଁ ବାର୍ଦ୍ଦକ୍ୟ ଭତା, ୨ଜଣ ବିଧବା ମହିଳାଙ୍କ ପାଇଁ ବିଧବା ଭତା ଦେବା ପାଇଁ ବ୍ୟବସ୍ଥା କରିଥିବାର ଜଣାପଡିଛି । ସେହି କଲୋନିରେ ପାନୀୟ ଜଳର ଅସୁବିଧା ଥିବାରୁ ଗ୍ରାମବାସୀ ଙ୍କ ଦାବିମୁତାବକ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୟାଙ୍କର ଯୋଗେ ପାନୀୟଜଳ ଯୋଗାଇଦିଆ ଯିବବୋଲି ତହସିଲଦାର ଗ୍ରାମ ବାସୀମାନଙ୍କୁ ପ୍ରତିସୃତି ଦେଇଛନ୍ତି । ଲକ ଡାଉନ ସମୟରେ ସେମାନଙ୍କୁ ମାସକର ରାସନ ସାମଗ୍ରୀ ଯୋଗଇ ଦିଆଯାଇଥିବାରୁ ଜିଲ୍ଲାପ୍ରଶାସନକୁ ମାଓବିତାଡିତ ପରିବାର ମାନେ ସାଧୁବାଦ ଜଣାଇଛନ୍ତି । ସୁଚନା ଯୋଗ୍ୟ ଯେ ଗତ ତିନିବର୍ଷତଳେ ପୁଲିସସୁଚନା ଦାତା କହି ମାଓବାଦୀ ମାନେ ମାଡମାରି ଗାଁରୁ ବିତାଡିତ କରିଦେଇଥିବା ମାଥିଲି ବ୍ଲକସ୍ଥ ମହୁପଦର,କମାରପାଲ୍ଲି ପଚାଂୟତର ଦଣ୍ଡିପଦର, କମାରପାଲି,ମୁଣ୍ଡାଗୁଡା,ଗୋଲିଆଗୁଡା ଗ୍ରାମର ୧୫ଟି ପରିବାର ମାଲକାନଗିରି ଜିଲ୍ଲାସଦର ମହକୁମାରେ ଆର୍ଶିବାଦ କଲୋନିର ପାହାଡତଳି ରେ ଥିବା ବଣଜଙ୍ଗଲ କୁ ସଫାକରି ଖୋଲାଆକାଶ ତଳେ ବାଉଁସ ପୋତି କୁଡିଆ ଘର କରି ଖରା,ବର୍ଷା, ଶିତକାକରରେ ପିଲାଛୁଆ ଧରି ପଡିରହିଛନ୍ତି । ଦିନରେ ଲୋକମାନଙ୍କ ଘରେ କୁଲିବୃତି କରିବାସହିତ ରାତିରେ କୁଡିଆରେ ଆଶ୍ରୟ ନେଇଥାନ୍ତି । ଗତ ତିନି ବବର୍ଷ ତଳେ ସେମାନଙ୍କୁ ମାଓବାଦୀ ମାନେ ପ୍ରଜାକୋର୍ଟରେ ହାଜର କରାଇ ତୁମେ ମାନେ ଗାଁରେ ପୁଲିସଙ୍କୁ ପୁରାଇଦେଉଛ, ପୁଲିସଠାରୁ ପଇସା ଖାଇ ଆମ ସଂପର୍କରେ ସୁଚନା ଦେଉଛ କିହ ନିସ୍ତୁକ ମାଡ ମାରିଥିଲେ ।ଗାଁ ଲୋକମାନେ ବହୁତ କାକୁତି ମିନତି ହେବାପରେ ତୁରନ୍ତ ଗାଁ ଛାଡି ପଳାଇ ଯିବାପାଇଁ ମାଓବାଦୀ ମାନେ ଧମକ ଦେଇ ଗାଁରୁ ବିତାଡିତ କରିଦେଇଥିଲେ । ମାଓବାଦୀ ଙ୍କ ଧମକରେ ମହୁପଦର,କମାରପାଲ୍ଲି ପଚାଂୟତର ଦଣ୍ଡିପଦର, କମାରପାଲି,ମୁଣ୍ଡାଗୁଡା,ଗୋଲିଆଗୁଡା ଗ୍ରାମର ୧୫ଟି ପରିବାର ଖାଲି ପିନ୍ଧାଲୁଗା ସହିତ ନିଜ ପିଲାଛୁଆ ଧରି ନିଜଗାଁରୁ ଜୀବନ ବଚାଂଇବା ପାଇଁ ଭୟରେ ଘରଦ୍ୱାର , ଗାଇଗୋରୁ, ଆସବାପତ୍ର ଛାଡି ପଳାଇ ଆସି ଭୈରବୀ କଲୋନୀ ପାହଡ ମୁଣ୍ଡିଆରେ କୁଡିଆକରି ରହିଆସୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.