Home ଓଡ଼ିଶା ଲକ୍ଷାଧିକ ଟଙ୍କାର ସାଗୁଆନ କାଠ ଜବତ, ଦୁଇ ଗିରଫ

ଲକ୍ଷାଧିକ ଟଙ୍କାର ସାଗୁଆନ କାଠ ଜବତ, ଦୁଇ ଗିରଫ

53

ମାଲକାନଗିରି,୨ା୧୦ (ଓଡିଆ ପୁଅ) ମାଲାକନଗିରି ଜିଲ୍ଲା ବନବିଭାଗକୁ ମିଳିଛି ଏକ ସଫଳତା ,ଏକ ଟ୍ରାକ୍ଟର ଯୋଗେ ଚୋରା ଚାଲାଣ ହେଉଥିବା ବେଳେ ଲକ୍ଷାଧିକ ଟଙ୍କାର ମୁଲ୍ୟବାନ ସାଗୁଆନ କାଠ ବନବିଭାଗ ଜବତ କରିଛି । ମାଲକାନଗିରି ଡିଏଫଓ ପ୍ରତାପ କୋତାପାଲ୍ଲୀ ଙ୍କ ନିର୍ଦ୍ଦେଶକ୍ରମେ ମାଲକାନଗିରି ବନାଚଂଳ ଅଧିକାରୀ ଜଗନ୍ନାଥ ବିଷୋୟୀ ଙ୍କ ନେତୃତ୍ୱରେ ବନପାଳ ମୋହନ ଗୁଡିଆ,ଦିବାକର ଜେନା,ବନରକ୍ଷୀ ପି.ସନ୍ତୋଷ କୁମାର,ରବିନାରାୟଣ ଖଣ୍ଡୁଆଳ,ସୁଧିରକୁମାର ମୁର୍ମୁ ଙ୍କ ସହ ବନ କର୍ମଚାରୀ ମାନେ ମାଲକାନଗିରି ଥାନାସ୍ଥ ଶିଖପାଲି ପଚାଂୟତ ଏମଭି୧୮ ଗ୍ରାମରାସ୍ତାରେ ପେଟ୍ରୋଲିଂ କରୁଥିବା ବେଳେ ଆଜି ଭୋର ୪.୩୦ ମିନିଟ ସମୟରେ ସେହି ରାସ୍ତାଦେଇ ଏକ କାଠ ବୋଝେଇ ଟ୍ରାକ୍ଟର ଦୃତଗତିରେ ପଳାଉଥିବାର ଦେଖିଥିଲେ । ସେହି ଟ୍ରାକ୍ଟରଟିକୁ ଗୋଡାଇ ଧରିଥିଲେ, ସେଥିରେ ୧୦ଟି ସାଇଜ ସାଗୁଆନ କାଠ ଗଣ୍ଡି ଥିବାର ଦେଖିବାକୁ ପାଇ ଟ୍ରାକ୍ଟରଟିକୁ ସିଜ କରିବା ସହିତ ସେଥିରେ ବସିଥିବା ଉର୍ମାଗୁଡା ଗ୍ରାମର ସୁକା କବାସୀ(୨୦),ମୁକା କବାସୀ(୪୫) ଙ୍କୁ ଗିରଫ କରିଛନ୍ତି । ଜବତ ସାଗୁଆନ କାଠର ସରକାରି ମୂଲ୍ୟ ପ୍ରାୟ୧ଲକ୍ଷ ଟଙ୍କା ରୁ ଉର୍ଦ୍ଦହେବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.